୩ କେଜି ଗଞ୍ଜେଇ ସହ ୬.୪୫ ଲକ୍ଷ ଟଙ୍କା ଜବତ, ଜଣେ ଗିରଫ

Advertisment

କରୋନା କଟକଣା ବେଳେ କଳାବଜାର

କରୋନା କଟକଣା ବେଳେ କଳାବଜାର

୩ କେଜି ଗଞ୍ଜେଇ ସହ ୬.୪୫ ଲକ୍ଷ ଟଙ୍କା ଜବତ, ଜଣେ ଗିରଫ

ଖଣ୍ଡଗିରି: ମଙ୍ଗଳବାର ବିଳମ୍ବିତ ରାତିରେ ଡୁମୁଡୁମା ରଘୁନାଥନଗର ବସ୍ତିରୁ ଖଣ୍ଡଗିରି ଥାନା ପୁଲିସ ପେସାଦାର ଗଞ୍ଜେଇ ବେପାରୀ ଭ‌ାସ୍କର ପ୍ରଧାନ(୫୨)କୁ ଗିରଫ କରିଛି। ଭାସ୍କର ନିକଟରୁ ୩ କିଲୋ ଗଞ୍ଜେଇ ଓ ନଗଦ ୬ ଲକ୍ଷ ୪୫ ହଜାର ଟଙ୍କା ଜବତ କରାଯାଇଛି। ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି ଓ ଜାମିନ୍ ନାମଞ୍ଜୁର ହେବାରୁ ତାକୁ ଝାରପଡ଼ା ଜେଲ୍ ହାଜତକୁ ପଠାଇ ଦିଆଯାଇଛି। ଚୋରା କାରବାର କରୁଥିଲେ ବି କରୋନା କଟକଣା ପାଇଁ ମାଲ୍ ଅଭାବ ଦର୍ଶାଇ ସେ କଳାବଜାରର ଚଢ଼ା ଦରରେ ଗଞ୍ଜେଇ ବିକି ଟଙ୍କା ତକ ସାଇତିଥିଲା ବୋଲି ଜଣାପଡ଼ିଛି। ଗଞ୍ଜାମ ଅଞ୍ଚଳର ଭାସ୍କର ଗତ କିଛି ବର୍ଷ ହେବ କନ୍ଧମାଳରୁ ଗଞ୍ଜେଇ ଚୋରା ଚାଲାଣ କରି ରାଜଧାନୀରେ ‌କାରବାର କରୁଥିଲା।

ବରମୁଣ୍ଡା, ଗଣ୍ଡମୁଣ୍ଡା, ଖଣ୍ଡଗିରି ଓ ଭରତପୁର ଆଦି ଅଞ୍ଚଳକୁ ବାଦ୍‌ ଦେଲେ ପୁରୁଣା ଭୁବନେଶ୍ବରର ବହୁ ଅଞ୍ଚଳ ପର୍ଯ୍ୟନ୍ତ ତା’ର କାରବାର ଚେର ଲମ୍ବିଥିଲା। ସେ ନିଜେ କନ୍ଧମାଳ ଓ ଗଞ୍ଜାମରୁ ମାଲ୍ ଆଣିବା ପରେ ନିଯୁକ୍ତି କରିଥିବା ଛୋଟ ବେପାରୀଙ୍କ ଜରିଆରେ ମାର୍କେଟ୍‌ରେ ଖୁଚୁରା କାରବାର ଚଳାଇଥିଲା। ପୂର୍ବରୁ ପ୍ରାୟ ୩ ଥର ଗିରଫ ହୋଇଥିଲେ ମଧ୍ୟ ଜାମିନ୍‌ରେ ଆସି ସେ ବାରମ୍ବାର ଏହି ଚୋରା କାରବାରରେ ଲିପ୍ତ ରହୁଛି। ମହାମାରୀ କରୋନା କଟକଣା ପୂର୍ବରୁ ସେ କନ୍ଧମାଳରୁ ପ୍ରାୟ ୧ କ୍ବିଣ୍ଟାଲ ଗଞ୍ଜେଇ ଆଣିଥିଲା। କିନ୍ତୁ କଟକଣା ତାଲା ବନ୍ଦ ଲାଗୁ ହେବା ପରେ ସେ ମାଲ୍ ଚାପି ଦେଇ ବସିଥିଲା। ଅଧିକ ଦାମ୍‌ରେ ବିକିବା ଚକ୍କରରେ ସେ ମାଲ୍ ଚାପି ରଖିଥିଲା ଓ ଚଢ଼ା ଦରରେ ବିକି ଚାଲିଥିଲା। ପୂର୍ବରୁ କିଲୋ ପିଛା ୫ ହଜାର ଟଙ୍କାରେ ବିକୁଥିବାବେଳେ ଏଥର ସେ କିଲୋକୁ ୬ ହଜାର ଟଙ୍କା ବଢ଼ାଇଥିଲା ବୋଲି ଜଣାପଡ଼ିଛି। ତେବେ ଏହି ଚଢ଼ା ଦର ବିକ୍ରି ତା’ ପାଇଁ କାଳ ସାଜିଥିଲା। ଗତକାଲି ଏକ ବିଶେଷ ସୂତ୍ରରୁ ଖବର ପାଇ ଖଣ୍ଡଗିରି ଥାନା ପୁଲିସ ରଘୁନାଥନଗର ହନୁମାନ ମନ୍ଦିର ନିକଟସ୍ଥ ତା’ଘରେ ଚଢ଼ାଉ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe