ଭୁବନେଶ୍ୱର: ଅଗ୍ନିଶମ ବିଭାଗରେ ଚାକିରି କରାଇ ଦେବାକୁ କହି ୩ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ନୂଆପଲ୍ଲୀ ଥାନା ପୁଲିସ ଜଣେ ଯୁବକକୁ ଗିରଫ କରିଛି। ସେ ହେଲା ନୟାଗଡ଼ ଜିଲ୍ଲା ଚକ୍ରଧରପ୍ରସାଦ ଗାଁର ମୁରଲୀଧର ପ୍ରଧାନ। ୨୦୧୫ରେ ମୁରଲୀଧର ତାଙ୍କ କକା ପୁଅ ପ୍ରସନ୍ନ ପ୍ରଧାନଙ୍କୁ ଅଗ୍ନିଶମ ବିଭାଗରେ ଚାକିରି କରାଇଦେବେ ବୋଲି କହି ୩ ଲକ୍ଷ ଟଙ୍କା ନେଇଥିଲା। ଟଙ୍କା ନେବା ପରେ ମୁରଲୀଧର ପରିବାରକୁ ଧରି କଟକ ଚାଲି ଆସିଥିଲେ। ଦୀର୍ଘ ଦିନ ବିତି ଯାଇଥିଲେ ମଧ୍ୟ ମୁରଲୀଧର ଚାକିରି ଦେଇପାରି ନଥିଲା। ଏହା ମଧ୍ୟରେ ତିନିବର୍ଷ ବିତିଯାଇଥିଲେ ମଧ୍ୟ ମୁରଲୀଧର ଆଉ ଧରାଛୁଆଁ ଦେଇ ନଥିଲେ। ଶନିବାର ପ୍ରସନ୍ନ ତାଙ୍କର ଜଣେ ବନ୍ଧୁଙ୍କ ସହାୟତାରେ ମୁରଲୀଙ୍କୁ ଫୋନ କରିଥିଲେ। କୌଶଳ କରି ତାଙ୍କୁ ଜୟଦେବବିହାର ଡକାଇଥିଲେ। ଜୟଦେବବିହାରରେ ପହଞ୍ଚି ପ୍ରସନ୍ନଙ୍କୁ ଦେଖି ମୁରଲୀ ଘଟଣାସ୍ଥଳରୁ ଫେରାର ପାଇଁ ଉଦ୍ୟମ କରିଥିଲା। ହେଲେ ପ୍ରସନ୍ନ ଓ ତାଙ୍କ ବନ୍ଧୁ ମୁରଲୀଧରକୁ କାବୁ କରିଥିଲେ। ଏହାପରେ ନୂଆପଲ୍ଲୀ ଥାନା ପୁଲିସକୁ ଫୋନ୍କରି ଘଟଣା ବିଷୟରେ ଜଣାଇଥିଲେ। ପୁଲସ ଘଟଣାସ୍ଥଳରେ ପହଞ୍ଚି ମୁରଲୀଧରକୁ ଗିରଫ କରି ଥାନାକୁ ନେଇଥିଲା। ଟଙ୍କା ଦେବାନେବା ଘଟଣା ନୟାଗଡ଼ ଫତେଗଡ଼ ଥାନା ଅଞ୍ଚଳରେ ଘଟିଥିବାରୁ ପୁଲିସ ତାକୁ ଫତେଗଡ଼ ଥାନାକୁ ପଠାଇଛି।
ଚାକିରି ନାଁରେ ୩ଲକ୍ଷ ଟଙ୍କା ଠକେଇ, ଠକ ଗିରଫ
Advertisment
Follow Us