ଭୁବନେଶ୍ୱର: ଇଲେକ୍ଟ୍ରୋନିକ୍ସ ଜିନିଷ ନେଇ ସାଢ଼େ ୪ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ମଞ୍ଚେଶ୍ୱର ଥାନା ପୁଲିସ ଜଣେ ବ୍ୟବସାୟୀକୁ ଗିରଫ କରିଛି। ସେ ହେଲା ବାବା ଇଣ୍ଟରନ୍ୟାସନାଲ୍ ଇଲେକ୍ଟ୍ରୋନିକ୍ସ ସଂସ୍ଥାର ମାଲିକ ହିମାଂଶୁ ଶେଖର ଦାସ। ଘର କେନ୍ଦ୍ରାପଡ଼ା ଜିଲ୍ଲା କେଶପୁର ବଜାରରେ। ପୁଲିସ ସୂଚନା ମୁତାବକ, ଦୀର୍ଘ ଦିନ ହେବ ହିମାଂଶୁ ରସୁଲଗଡ଼ ପ୍ଲଟ ନଂ-୬୫ରେ ଥିବା ଅମୟ କୁମାର ମହାପାତ୍ରଙ୍କ ‘ମାସ୍ ଇଣ୍ଟରନ୍ୟାସନାଲ୍’ ଇଲେକ୍ଟ୍ରୋନିକ୍ସ ସଂସ୍ଥାରୁ ବାକିରେ ବିଭିନ୍ନ ସାମଗ୍ରୀ ନେଇ ବ୍ୟବସାୟ କରୁଥିଲା। ଅମୟଙ୍କ ମନରେ ବିଶ୍ୱାସ ସୃଷ୍ଟି କରିବା ପାଇଁ ଠିକ୍ ସମୟରେ ବକେୟା ଟଙ୍କା ପରିଶୋଧ କରୁଥିଲେ। ଆଉ ଏହାର ସୁଯୋଗ ନେଇ ହିମାଂଶୁ ଅଳ୍ପ କିଛି ଟଙ୍କା ଦେଇ ୫ ଲକ୍ଷ ଟଙ୍କାର ଇଲେକ୍ଟ୍ରୋନିକ୍ସ ସମାଗ୍ରୀ ନେଇଥିଲେ। ପରେ ସାଢ଼େ ୪ଲକ୍ଷ ଟଙ୍କା ଦେବ ବୋଲି କହିଥିଲେ। ହେଲେ ପରବର୍ତ୍ତୀ ସମୟରେ ଟଙ୍କା ଦେଇନଥିଲେ। ଅମୟ ବାରମ୍ବାର ଟଙ୍କା ମାଗିବା ଫଳରେ ହିମାଂଶୁ ତାଙ୍କୁ ଅକ୍ଟୋବର ମାସରେ ସାଢ଼େ ୪ଲକ୍ଷ ଟଙ୍କାର ଏକ ଚେକ୍ ଦେଇଥିଲା। ହିମାଂଶୁ ବ୍ୟାଙ୍କରେ ଏହି ଚେକ୍ ଜମା କରିଥିଲେ ମଧ୍ୟ ତାହା ବାଉନ୍ସ ହୋଇ ଯାଇଥିଲା। ଯାହକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏମିତିକି ହିମାଂଶୁ ଅମୟଙ୍କୁ ଧମକ ଚମକ ଦେଇଥିଲେ। ଏନେଇ ଅମୟ କୋର୍ଟରେ ଏକ ମାମଲା ରୁଜୁ କରିଥିଲେ। କୋର୍ଟଙ୍କ ନିର୍ଦେଶ କ୍ରମେ ଆଜି ମଞ୍ଚେଶ୍ୱର ଥାନା ପୁଲିସ ହିମାଂଶୁକୁ ଗିରଫ କରି କୋର୍ଟ ଚାଲାଣ କରିଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us