ପୁରୀ : ଗତ ୧୧ ତାରିଖ ରାତି ୧୧ଟାରେ ରାଜସ୍ୱମନ୍ତ୍ରୀଙ୍କ ବ୍ୟକ୍ତିଗତ ସହାୟକ(ପିଏ) ଭବାନୀପ୍ରସାଦ ସାହୁଙ୍କୁ ଚାରି ଜଣ ଦୁର୍ବୃତ୍ତ ବିଭିନ୍ନ ମାରଣାସ୍ତ୍ରରେ ମରଣାନ୍ତକ ଆକ୍ରମଣ କରି ଫେରାର ହୋଇଯାଇଥିଲେ। ଆହତ ଭବାନୀପ୍ରସାଦ ଏବେ ବି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭେଣ୍ଟିଲେଟରରେ ରହିଛନ୍ତି। କୁମ୍ଭାରପଡ଼ା ଥାନା ପୁଲିସ ଏହି ମାମଲରେ ଚାରି ଜଣଙ୍କୁ ଧରିବାରେ ସକ୍ଷମ ହୋଇଛି। ଏହି ଚାରି ଜଣଙ୍କ ମଧ୍ୟରୁ ତିନି ଜଣଙ୍କୁ ଜଙ୍କିଆଗଡ଼ ସାହି ଇଲାକାରୁ ଧରିଥିବା ବେଳେ ଅନ୍ୟ ଜଣଙ୍କୁ ବ୍ରହ୍ମଗିରି ଥାନା ଇଲାକାରୁ ଧରାଯାଇଛି। ତେବେ ସେମାନଙ୍କୁ ପୁଲିସ ଅଜ୍ଞାତବାସରେ ରଖି ପୁଲିସ ପଚରା ଉଚରା ଚଳାଇଛି। ଯଦିଓ ଭବାନୀଙ୍କୁ କରାଯାଇଥିବା ହତ୍ୟା ଉଦ୍ୟମ ମାମଲାରେ ଏହି ଚାରି ଜଣ ସମ୍ପୃକ୍ତ ଥିଲେ, ମାତ୍ର ସେମାନଙ୍କୁ କିଏ ଏହି କାର୍ଯ୍ୟରେ ନିୟୋଜିତ କରିଥିଲା ତାହା ଏବେ ମଧ୍ୟ ସ୍ପଷ୍ଟ ହୋଇପାରୁନାହିଁ। ତେବେ ପୁଲିସ ହାତରେ ଧରାପଡ଼ିଥିବା ଏହି ଚାରି ଜଣ ଅଭିଯୁକ୍ତ ଭବାନୀଙ୍କୁ ହାଣିଥିବା ନେଇ ସ୍ୱୀକାର କରୁଛନ୍ତି।
ରାଜସ୍ୱ ମନ୍ତ୍ରୀଙ୍କ ପିଏଙ୍କୁ ହତ୍ୟା ଉଦ୍ୟମ ମାମଲା : ୪ ସୁପାରି କିଲର୍ ଅଟକ
Advertisment
Follow Us