ଆଇଗିଣିଆ :୨ ପଡ଼ୋଶୀ ମାର୍‌ପିଟ, ୪ ଗିରଫ

Advertisment

ଲକ୍ଷ୍ମୀସାଗର ଥାନା ପୁଲିସ ଦ୍ୱାରା ଜଣେ ଲୁଟେରା ଗିରଫ, ଲାପ୍‌ଟପ୍‌ ଜବତ

ଲକ୍ଷ୍ମୀସାଗର ଥାନା ପୁଲିସ ଦ୍ୱାରା ଜଣେ ଲୁଟେରା ଗିରଫ, ଲାପ୍‌ଟପ୍‌ ଜବତ

ତାଳଦଣ୍ଡା କେନାଲ ପୋଲ ଟେଣ୍ଡରରେ ଅନିୟମିତତା : ଠିକାଦାର, ଯନ୍ତ୍ରୀଙ୍କ ସମେତ ୭ଜଣ ଗିରଫ

Tamil News Line

ଖଣ୍ଡଗିରି : ସ୍ଥାନୀୟ ଆଇଗିଣିଆ ଫୁଲେଶ୍ବରୀ ବସ୍ତିରେ ସୋମବାର ସକାଳେ ୨ ପଡ଼ୋଶୀଙ୍କ ମଧ୍ୟରେ ଘଟିଥିବା ମାର୍‌ପିଟ ମାମଲାରେ ଖଣ୍ଡଗିରି ଥାନା ପୁଲିସ ଦୁଇ ପକ୍ଷରୁ ୪ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଦୁଇ ଭାଇ ରଶ୍ମିରଂଜନ ବିଶ୍ବାଳ ଓରଫ୍‌ ମିଲୁ(୨୫) ଓ ସନାତନ ବିଶ୍ବାଳ(୨୩) ଏବଂ ବାପ-ପୁଅ ବାଳକ ବିନ୍ଧାଣି(୪୫) ଓ କିରଣ ବିନ୍ଧାଣି(୨୫)। ପୁଲିସ ସୂଚନାନୁସାରେ ଛୋଟମୋଟ ଘଟଣାକୁ ନେଇ ପୂର୍ବରୁ ଦୁଇ ପରିବାର ମଧ୍ୟରେ ବିବାଦ ଲାଗି ରହିଥିଲା। ଆଜି ପୁଣି ସାମାନ୍ୟ ବଚସାକୁ କେନ୍ଦ୍ର କରି ହଠାତ୍ ଏହା ଉଗ୍ର ରୂପ ଧାରଣ କରିଥିଲା। ଅନ୍ୟ ପଡ଼ୋଶୀମାନେ ଛଡ଼ାଇବାକୁ ଚେଷ୍ଟା କରି ମଧ୍ୟ ବିଫଳ ହୋଇଥିଲେ। ଉଭୟ ପରିବାର କାଠଫାଳିଆରେ ପିଟାପିଟି ହେବାରୁ ଦୁଇ ପକ୍ଷର ୪ ଜଣଙ୍କର ମୁଣ୍ଡ ଫାଟିଥିଲା। ପୁଲିସ ଦୁଇଟି ମାମଲା ରୁଜୁ କରି ଗଣ୍ଡଗୋଳକାରୀମାନଙ୍କୁ ଗିରଫ କରିଛି।

ଲୁଟେରା ଗିରଫ, ଲାପ୍‌ଟପ୍‌ ଜବତ
ଭୁବନେଶ୍ବର : ଲୁଟ୍‌ପାଟ୍‌ ଅଭିଯୋଗରେ ଲକ୍ଷ୍ମୀସାଗର ଥାନା ପୁଲିସ ଜଣେ ଲୁଟେରାକୁ ଗିରଫ କରିଛି। ସେ ହେଲା ପୁରୀ ଜିଲ୍ଲା ବାଲିଗୁଆଳି ଅଞ୍ଚଳର ସତ୍ୟ ସମୀର ଜେନା। ଏଠାରେ ବାଲିଆପଟ୍ଟା ବସ୍ତିରେ ରୁହେ। ଗତ ୨୯ ତାରିଖ ରାତିରେ ସତ୍ୟ ଝାରପଡ଼ା ଦୁର୍ଗାମଣ୍ଡପ ନିକଟରେ ଥିବା ସଞ୍ଜୟ ଦାସଙ୍କ ରୁମ୍‌କୁ ପଶିଯାଇଥିଲା। କେହି ନ ଥିବା ସୁଯୋଗ ପାଇ ତାଙ୍କ ଲାପ୍‌ଟପ୍‌ ନେଇ ପଳାଇଥିଲା। ସଞ୍ଜୟ ଲାପ୍‌ଟପ ନ ପାଇବାରୁ ଖୋଜା ଖୋଜି କରିଥିଲେ। ହେଲେ ଲାପ୍‌ଟପ୍‌ ନ ମିଳିବାରୁ ସେ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଜାରି ରଖିଥିଲା। ସିସିଟିଭି ଫୁଟେଜ୍‌ରୁ ତାକୁ ଚିହ୍ନଟ କରିଥିଲା। ଆଜି ତାକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe