୪ ଲକ୍ଷ ଟଙ୍କାର ବ୍ରାଉନ୍‌ ସୁଗାର ଜବତ, ଜଣେ ଗିରଫ

ମୂଳ ବେପାରୀଙ୍କଠାରୁ ମିଳୁଥିଲା ମାସିକ ୧୦ହଜାର

୨୧ ଗ୍ରାମ ବ୍ରାଉନ୍‌ ସୁଗାର ଜବତ, ବେପାରୀ ଗିରଫ

Babylon Radio

ଭୁବନେଶ୍ୱର: କେନ୍ଦ୍ରାଞ୍ଚଳ ଗୁଇନ୍ଦା ଅବକାରୀ ବିଭାଗ ପଳାସୁଣୀ ଅଞ୍ଚଳରେ ଚଢ଼ଉ କରି ଜଣେ ବ୍ରାଉନ ସୁଗାର ବେପାରୀକୁ ଗିରଫ କରିଛି। ତା’ ନିକଟରୁ ୩୯ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି। ଏହାର ମୂଲ୍ୟ ପ୍ରାୟ ୪ ଲକ୍ଷ ଟଙ୍କା ହେବ ବୋଲି ବିଭାଗ ଅନୁମାନ କରୁଛି। ଅଭିଯୁକ୍ତ ହେଉଛି, ଜଗନ୍ନାଥ ମହାପାତ୍ର। ସେ ମାସିକିଆ ଦରମା ଭିତ୍ତି‌ରେ ଚାକିରି କରିଥିଲା। ସାଲିଆ ସାହିର ମୁଖ୍ୟ ବ୍ୟବସାୟୀ ପିଣ୍ଟୁ ଓ ବୁଲୁ ତାକୁ ଏହି ବେପାର ପାଇଁ ମାସିକ ୧୦ ହଜାର ଟଙ୍କା ଦେଇ ନିଯୁକ୍ତ କରିଥିଲେ ବୋଲି ସେ କହିଛି। ତେବେ ବିଭିନ୍ନ ଜାଗାରେ କେନ୍ଦ୍ରାଞ୍ଚଳ ଗୁଇନ୍ଦା ଅବକାରୀ ବିଭାଗ ଅଧିକାରୀ ଚଢ଼ଉ କରିଥିଲେ ମଧ୍ୟ ମୁଖ୍ୟ ଅଭିଯୁକ୍ତଦ୍ବୟ ଧରା ପଡ଼ିନାହାନ୍ତି।

ବ୍ରାଉନ୍ ସୁଗାର ବିକ୍ରି କରିବା ପାଇଁ ଚାକିରି କରିବା ଭଳି ଘଟଣା ପ୍ରଥମ ଥର ପାଇଁ ଘଟିଛି। ପୂର୍ବରୁ ଅନେକ ବେପାରୀ ଧରାପଡ଼ିଥିଲେ ମଧ୍ୟ ଏଭଳି ମାସିକ ଦରମାରେ ଚାକିରି କରିବା ଘଟଣା ଘଟିନାହିଁ। ତା ସହିତ ଅଧିକ ବିକ୍ରି କଲେ ଇନ୍‌ସେଣ୍ଟିଭ୍‌ ରହିଥିବା ଜଗନ୍ନାଥ କହିଛି। ଜଗନ୍ନାଥ କହିଛି ଯେ, ସେ ଦଶମ ଫେଲ୍, କାମ କି ଚାକିରି ନ କରି ନିଶାରେ ପଡ଼ି ଯାଇଥିଲା। ନିଶା ଖାଉ ଖାଉ ପଇସା ଲୋଭରେ ଏହି ବେପାରରେ ପଶି ଯାଇଥିଲା। ସାଲିଆ ସାହିର ପିଣ୍ଟୁ ଓ ବୁଲୁ ନାମକ ୨ ଜଣ ବ୍ରାଉନ ସୁଗାର ବେପାରୀ ତାକୁ ଟଙ୍କା ଲୋଭ ଦେଖାଇ ଏଥିରେ ଭର୍ତ୍ତି କରିଥିଲେ। କଲେଜ ପଢୁଆ ପିଲାଙ୍କ ପାଖରେ ପହଞ୍ଚି ସେ ଏହି ନିଶାଦ୍ରବ୍ୟ ବିକ୍ରି କରୁଥିଲା। ଏ ନେଇ କେନ୍ଦ୍ରାଞ୍ଚଳ ଗୁଇନ୍ଦା ଅବକାରୀ ବିଭାଗ ଇନ୍‌ସ୍‌ପେକ୍ଟର ଜଗଦୀଶ ସାସ୍‌ମଲ କହିଛନ୍ତି, ଅନ୍ୟ ଦୁଇ ଅଭିଯୁକ୍ତଙ୍କ ସମେତ ଅନ୍ୟ କେତେକଙ୍କୁ ଖୋଜା ଚାଲିଛି। ଖୁବ୍‌ଶୀଘ୍ର ସଫଳତା ମିଳିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe