ବ୍ୟାଙ୍କ ସମ୍ନାରୁ ଝାମ୍ପି ନେଲେ ୪ଲକ୍ଷ

Advertisment
ବ୍ୟାଙ୍କ ସମ୍ନାରୁ ଝାମ୍ପି ନେଲେ ୪ଲକ୍ଷ

ବରଗଡ଼: ବରଗଡ଼ ସହରରେ କିଛି ଦିନ ହେଲା ଲୁଟେରା ମାତିଛନ୍ତି। ମଂଗଳବାର ଦିନ ୨ଟା ବେଳେ ଲୁଟେରା ମାନେ ୪ଲକ୍ଷ ଟଙ୍କା ଝାମ୍ପି ନେଇ ଫେରାର୍‌ ମାରିଛନ୍ତି। ସୋନପୁର ଜିଲ୍ଲା ବିନିକାସ୍ଥିତ ରାଇସ୍‌ ମିଲ୍‌ର ମୁନସି ଯୋଗୀ କର ଆଜି ସକାଳୁ ବରଗଡ଼ ଆସିଥିଲେ। ବିଭିନ୍ନ କାମ ସାରି ସେ ଏଲ୍‌ଆଇସି ଅଫିସ୍‌ ସମ୍ମୁଖ ଏକ୍ସିସ ବ୍ୟାଙ୍କରୁ ୪ଲକ୍ଷ ଟଙ୍କା କାଢ଼ି ଥିଲେ। ଏହାପରେ ଯୋଗୀ ପହଂଚିଥିଲେ ଗୁରୁଦ୍ୱାରା ଛକ ନିକଟସ୍ଥ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ପାଖକୁ। ଏଠାରେ ସେ ୧୦ହଜାର ଟଙ୍କା ଜମା କରିବାକୁ ଯିବାବେଳେ ବ୍ୟାଙ୍କ ସମ୍ମୁଖରୁ ଲୁଟ୍‌ ଶିକାର ହୋଇଥିଲେ। ବ୍ୟାଙ୍କକୁ ଯିବା ପୂର୍ବରୁ ଲୁଟେରାମାନେ ତାଙ୍କ ଟଙ୍କା ବ୍ୟାଗ୍‌ ଝାମ୍ପି ଦ୍ରୁତ ଗତିରେ ଫେରାର୍‌ ମାରିଥିଲେ। ୨ଜଣ ଲୁଟେରା ବ୍ୟାଙ୍କ ସାମନାକୁ ଗୋଟିଏ ପଲ୍‌ସାର୍‌ ବାଇକ୍‌ରେ ଆସିଥିଲେ। ଜଣେ ବାଇକ୍‌ରେ ଥିବା ବେଳେ ଅନ୍ୟଜଣକ ଟଙ୍କା ବ୍ୟାଗ୍‌ ଲୁଟି ଥିଲା। ଖବର ପାଇଁ ଏସ୍‌ପି ଯୁଗଳ କିଶୋର ଏବଂ ବରିଷ୍ଠ ପୁଲିସ୍‌ ଅଧିକାରୀ ଘଟଣାସ୍ଥଳରେ ପହଂଚି ତନାଘନା କରିଥିଲେ। କିନ୍ତୁ ଲୁଟେରାଙ୍କ ଟେର ମିଳିନାହିଁ। ଟାଉନ ଥାନା ପୁଲିସ୍‌ ଗୋଟିଏ ମାମଲା ରୁଜୁ କରି ତଦନ୍ତ ଚଳାଇଛି। କିଛି ଦିନ ହେଲା ଲୁଟେରା ମାନେ ପୁଲିସ୍‌ର ନାକେଦମ୍‌ କରି ଦେଇଛନ୍ତି। କିଛି ଦିନ ତଳେ ଜଣେ ବ୍ୟକ୍ତିଙ୍କ କାର୍‌ ଭିତରୁ ୧.୮୦ ଲକ୍ଷ ଟଙ୍କା ଆଖି ପିଛୁଳାକେ ଚୋରି ହୋଇଥିଲା। ପୁଲିସ୍‌ ଖୋଳତାଡ଼ ଜାରି ରଖିଥିଲେ ହେଁ ଏହି ମାମଲାରେ ମଧ୍ୟ କେହି ଗିରଫ ହୋଇନାହାନ୍ତି। ବର୍ତମାନ ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି। ସହରରେ ଦିନତମାମ ଗହଳି ଲାଗି ରହୁଛି। ଏଭଳି ସ୍ଥିତିରେ ଲୁଟେରାମାନେ ସକ୍ରିୟ ହେବା ପୁଲିସ୍‌ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe