ଢେଙ୍କାନାଳ: ବିଜେପି ବିଧାୟକ ପ୍ରାର୍ଥୀଙ୍କ ପ୍ରଚାର ଗାଡିରୁ ଟଙ୍କା ଜବତ କଲେ ଫ୍ଲାଇଂ ସ୍କ୍ୱାର୍ଡ ଅଧିକାରୀ। ଢେଙ୍କାନାଳ ହିନ୍ଦୋଳ ଆସନରୁ ଲଢ଼ୁଥିବା ବିଜେପି ପ୍ରାର୍ଥୀ ଅଶୋକ ନାୟକଙ୍କ ପ୍ରଚାର ଗାଡିରୁ ୪ ଲକ୍ଷ ଟଙ୍କା ଜବତ କରିଛି ସ୍ପେଶାଲ ଫ୍ଲାଇଂ ସ୍କ୍ଵାର୍ଡ। ଢେଙ୍କାନାଳ ସେଣ୍ଟ୍ରାଲ ସ୍କୁଲ ନିକଟରୁ ବିଧାୟକ ପ୍ରାର୍ଥୀଙ୍କ ପ୍ରଚାର ଗାଡିରୁ ଏହି ଟଙ୍କା ଜବତ କରାଯାଇଛି। ତେବେ ଏହାକୁ ନେଇ ବିଜେପି ପ୍ରାର୍ଥୀ ଅଶୋକ ନାୟକ କହିଛନ୍ତି, ବ୍ୟାଙ୍କରୁ ଏହି ଟଙ୍କା ଉଠାଇ ଅଣା ଯାଉଥିଲା। ସ୍ପେଶାଲ ସ୍କ୍ଵାର୍ଡ ଅଧିକାରୀମାନଙ୍କ ଯାଞ୍ଚ ସମୟରେ ଏହି ଟଙ୍କାକୁ ଜବତ କରାଯାଇଥିବା ସୂଚନା ମିଳିଛି।
ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଢେଙ୍କାନାଳରେ ମତଦାନ ହେବାକୁ ଯାଉଥିବା ବେଳେ ଏଥିପାଇଁ ସ୍ପେଶାଲ ଫ୍ଲାଇଂ ସ୍କ୍ଵାର୍ଡ ପକ୍ଷରୁ ଯାଞ୍ଚକୁ ଜୋରଦାର କରାଯାଉଛି। ମତଦାନ ମୁକ୍ତ ଓ ଅବାଧ ରୂପେ କରିବାକୁ ଏଭଳି ଯାଞ୍ଚ ଆରମ୍ଭ କରାଯାଇଛି। ଆସନ୍ତା ୨୩ ତାରିଖରେ ତୃତୀୟ ପର୍ଯ୍ୟାୟରେ ତେଙ୍କାନାଳ ଲୋକସଭା ଏହା ଅର୍ନ୍ତଗତ ଥିବା ୭ ବିଧାନସଭାରେ ମଧ୍ୟ ଭୋଟଗ୍ରହଣ ହେବ।
Follow Us