ଟ୍ରିପଲ୍‌ ମର୍ଡର: ୪ ଜଣଙ୍କୁ ଅଟକ ରଖିଲା ପୁଲିସ୍‌, ଘଟଣାସ୍ଥଳରେ ଛାନ୍‌ଭିନ୍‌ ଜାରି

Advertisment
ଟ୍ରିପଲ୍‌ ମର୍ଡର: ୪ ଜଣଙ୍କୁ ଅଟକ ରଖିଲା ପୁଲିସ୍‌, ଘଟଣାସ୍ଥଳରେ ଛାନ୍‌ଭିନ୍‌ ଜାରି

ପୁରୀ: ପଟ୍ଟନାଇକା ଛକରେ ଛାତିଥରା ହତ୍ୟାକାଣ୍ଡ ପରେ ଛାନଭିନ ଆରମ୍ଭ କରିଛି ପୁଲିସ୍‌। ବିଚ ରାସ୍ତାରେ ଗୋଡେଇ ଗୋଡେଇ ୩ ଜଣଙ୍କୁ ର୍ନିମମ ହତ୍ୟା କରିବା ପରେ ପୁଲିସ୍‌ ଆକ୍ସନ ମୋଡକୁ ଆସିଛି। ତେବେ ଗତକାଲିଠାରୁ ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବା ବେଳେ ଅପରାଧୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ଲୋକେ ଅଡି ବସିଛନ୍ତି।

ଆଉ ଏହାକୁ ଦୃଷ୍ଟିରେ ରଖି ଆଜି ୪ ଜଣଙ୍କୁ ଅଟକ ରଖିଛି ପୁଲିସ୍‌। ତା ସହ ସେମାନଙ୍କଠାରୁ ମାରଣାସ୍ତ୍ର ମଧ୍ୟ ଜବତ ହୋଇଥିବା ସୂଚନା ରହିଛି। ଉତ୍ତେଜନା ଦୃଷ୍ଟିରୁ ଘଟଣାସ୍ଥଳରେ ୨ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି। ବୈଜ୍ଞାନିକ ଦଳ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି  ଛାନ୍‌ଭିନ୍‌ ଆରମ୍ଭ କରିଛି। ହତ୍ୟାକାରୀଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ଏସଡିପିଓ କହିଛନ୍ତି। ସେପଟେ ଚେକ ପୋଷ୍ଟରେ ଲାଗିଥିବା ସିସିଟିଭିକୁ ମଧ୍ୟ ଯାଞ୍ଚ କରାଯିବ ବୋଲି ପୁଲିସ କହିଛି।

ତେବେ ଗତକାଲି ଅତି ର୍ନିମମ ଭାବେ ୩ ଭାଇଙ୍କୁ ହତ୍ୟା କରିଥିଲେ ଦୁର୍ବୃତ୍ତ। ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ ଖଣ୍ଡା ଓ ଫାର୍ସାରେ ଦୁର୍ବୃତ୍ତମାନେ ଗୋଡ଼ାଇ ଗୋଡ଼ାଇ ୩ ଭାଇଙ୍କୁ ହାଣିଥିଲେ। ଆଉ ଏହି ହତ୍ୟାକାଣ୍ଡ ଘଟିଛି ପୁଲିସ୍‌ ଫାଣ୍ଡି ଆଖି ସାମ୍ନାରେ। ତେବେ ସବୁଠାରୁ ବଡ଼  କଥା ହତ୍ୟାକାଣ୍ଡ ବେଳେ କୌଣସି ପୁଲିସ୍‌ ଅଧିକାରୀଙ୍କୁ ସେଠାରେ ଦେଖିବାକୁ ମିଳିନଥିଲା।

ବିଚ ରାସ୍ତାରେ ୩ ଜଣଙ୍କୁ ଗଡ଼ଗଡ଼ କରି ହାଣିବା ପରେ ହତ୍ୟାକାରୀ ଫେରାର ହୋଇଯାଇଥିଲେ। ହତ୍ୟାକାଣ୍ଡ ପଛରେ ପୂର୍ବଶତ୍ରୁତାକୁ ସନ୍ଦେହ କରାଯାଉଥିବା ବେଳେ ଏଯାଏଁ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିନି ପୋଲିସ। ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ ଦାବିରେ କାଲି ଲୋକେ ରାସ୍ତାରୋକ କରିବା ସହ ସେଠାରେ ଥିବା କିଛି ଦୋକାନରେ ନିଆଁ ଲଗାଇ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe