୪ ଝିଅଙ୍କୁ ଗଳା କାଟି ହତ୍ୟା କଲା ମାଆ! ଅଭିଯୋଗ ଆଣିଲେ ବାପା

Advertisment
ଓଡ଼ିଶା ପୁଲିସକୁ ସଫଳତା : ଇଣ୍ଡିଆ ଜଷ୍ଟିସ ରିପୋର୍ଟରେ ଦେଶରେ ତୃତୀୟ

www.ndtv.com

ଚଣ୍ଡିଗଡ଼: ହରିଆଣାର ନୁହୁ ଜିଲ୍ଲାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଏକା ସାଙ୍ଗରେ ଗୋଟାଏ ପରିବାରର ୪ ଭଉଣୀଙ୍କ ମୃତଦେହ ଉଦ୍ଧାର ହୋଇଛି। ଏମାନଙ୍କ ବୟସ ୧ ବର୍ଷରୁ ୭ ବର୍ଷ ମଧ୍ୟରେ ବୋଲି ଜଣାପଡ଼ିଛି। ତେବେ, ସେମାନଙ୍କ ଗଳା କଟାଯାଇ ସେମାନଙ୍କୁ ହତ୍ୟା କରାଯାଇଛି ବୋଲି ସନ୍ଦେହ କରାଯାଉଛି। ଏହି କାଣ୍ଡ ସେମାନଙ୍କ ନିଜ ମାଆର ବୋଲି ପୁଲିସ୍‌ ସନ୍ଦେହ କରୁଛି।

ଅଭିଯୁକ୍ତା ମହିଳାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ମହିଳା ନିଜେ ମଧ୍ୟ ଗୁରୁତର ଆହତ ହୋଇଥିବାରୁ ତାଙ୍କୁ ହସ୍ପିଟାଲ୍‌ ନିଆଯାଇ ଆଇସିୟୁରେ ଭର୍ତ୍ତି କରାଯାଇଛି। ମହିଳାଙ୍କ ବିରୋଧରେ ତାଙ୍କ ସ୍ବାମୀଙ୍କ ପକ୍ଷରୁ ଆସିଥିବା ଅଭିଯୋଗ ଅନୁସାରେ ମାମଲା ରୁଜୁ ହୋଇଛି।

ସନ୍ଦେହ କରାଯାଉଛି ଯେ ମହିଳା ଜଣକ ନିଜ ୪ ପିଲାଙ୍କ ଗଳା କାଟି ହତ୍ୟା କରିବା ପରେ ନିଜ ଗଳା କାଟି ଆତ୍ମହତ୍ୟା କରିବାର ଉଦ୍ୟମ କରିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ନଲ୍‌ହାର୍‌(ନୁହୁ)ର ସରକାରୀ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ମହିଳା କାହିଁକି ଏପରି କରିଛନ୍ତି ସେ ନେଇ କୌଣସି ସୂଚନା ହସ୍ତଗତ ହୋଇନାହିଁ। ଏହାକୁ ନେଇ ତଦନ୍ତ ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe