ମା’ ମୃତ୍ୟୁର ରାଜ୍ ଖୋଲିଲା ୪ବର୍ଷର ଝିଅ, ପୁଲିସ ଆଗରେ ଖୋଲିଲା ବାପାର ଅସଲ ମୁଖା

Advertisment

ମା’ ମୃତ୍ୟୁର ରାଜ୍ ଖୋଲିଲା ୪ବର୍ଷର ଝିଅ। ନିଜ ଚିତ୍ର ମାଧ୍ୟମରେ ପୁଲିସକୁ ଦେଲା ସବୁ ସୂଚନା। ଉତ୍ତରପ୍ରଦେଶର ଝାନ୍ସିରେ ଘଟିଛି ଏଭଳି ଘଟଣା। ପୂର୍ବରୁ ଆତ୍ମହତ୍ୟା ବୋଲି ଭାବୁଥିଲା ପୁଲିସ।

ମା’ ମୃତ୍ୟୁର ରାଜ୍ ଖୋଲିଲା ୪ବର୍ଷର ଝିଅ। ନିଜ ଚିତ୍ର ମାଧ୍ୟମରେ ପୁଲିସକୁ ଦେଲା ସବୁ ସୂଚନା। ଉତ୍ତରପ୍ରଦେଶର ଝାନ୍ସିରେ ଘଟିଛି ଏଭଳି ଘଟଣା। ପୂର୍ବରୁ ଆତ୍ମହତ୍ୟା ବୋଲି ଭାବୁଥିଲା ପୁଲିସ।

tuttarprade

ଝାନ୍ସି: ମା’ ମୃତ୍ୟୁର ରାଜ୍ ଖୋଲିଲା ୪ବର୍ଷର ଝିଅ। ନିଜ ଚିତ୍ର ମାଧ୍ୟମରେ ପୁଲିସକୁ ଦେଲା ସବୁ ସୂଚନା। ଉତ୍ତରପ୍ରଦେଶର ଝାନ୍ସିରେ ଘଟିଛି ଏଭଳି ଘଟଣା। ପୂର୍ବରୁ ଆତ୍ମହତ୍ୟା ବୋଲି ଭାବୁଥିଲା ପୁଲିସ। ହେଲେ ଝିଅର ଖୁଲାସା ସମସ୍ତଙ୍କ ଆଖି ଖୋଲି ଦେଇଥିଲା। ମୃତକଙ୍କ ନାମ ସୋନାଲି ବୁଧୋଲିଆ ବୋଲି ଜଣାପଡ଼ିଥିବା ବେଳେ ବିବାହ ପରେ ଯୌତୁକ ପାଇଁ ଚାପ ପକାଉଥିଲା ଅଭିଯୁକ୍ତ ସ୍ବାମୀ ସନ୍ଦୀପ ବୁଧୋଲିଆ। ଏମିତି କି ପ୍ରତିଦିନ ମାଡ଼ ମଧ୍ୟ ମାରୁଥିଲା। ପଚରାଉଚରା ବେଳେ ୪ବର୍ଷର ଝିଅ ଏସବୁ ଜଣାଇବା ପରେ ପୁଲିସ ପୂରା ଘଟଣା ବିଷୟରେ ଜାଣିପାରିଥିବା କୁହାଯାଉଛି।

ସୂଚନା ମୁତାବକ, ୪ ବର୍ଷର ଝିଅ ଦର୍ଶିତା ପୁଲିସକୁ କହିଛି ଯେ ତାଙ୍କ ମାଆଙ୍କ ହତ୍ୟା ବାପା କରିଛନ୍ତି। ଏକ ସାଦା କାଗଜରେ ଚିତ୍ର ତିଆରି କରି ମୃତକଙ୍କ ଝିଅ ପୁଲିସକୁ ଜଣାଇଛି ଯେ, ମୋ ବାପା ସନ୍ଦୀପ ମା’ଙ୍କୁ ହତ୍ୟା କରିଛନ୍ତି। ବାପା ପ୍ରାୟତଃ ମା’ଙ୍କୁ ମାଡ଼ ମାରୁଥିଲେ। ଗୋଟିଏ ଦିନ ସେ ମାଆଙ୍କୁ ସିଡ଼ିରୁ ତଳକୁ ଠେଲି ଦେଇଥିଲେ। ହତ୍ୟା କରିବା ଦିନ ମା’ଙ୍କୁ ବହୁତ ମାଡ଼ ମାରିବା ପରେ ତାଙ୍କ ବେକରେ ରଶି ଲଗାଇ ତାଙ୍କୁ ହତ୍ୟା କରିଥିଲେ। ଏହା ପରେ ଏକ ଅଖାରେ ଭର୍ତ୍ତି କରି ଫିଙ୍ଗି ଦେଇଥିଲେ। ଏସବୁ କରି ସେ ତାଙ୍କ ବନ୍ଧୁମାନଙ୍କ ସହିତ ବାହାରକୁ ଚାଲିଯାଇଥିଲେ।

ସୋନାଲିଙ୍କ ବାପା ସଞ୍ଜୀବ ତ୍ରିପାଠୀ ଅଭିଯୋଗ କରିଛନ୍ତି ଯେ, "୨୦୧୯ର ଦୁହେଁ ବିବାହ କରିଥିଲେ। ବିବାହ ଦିନ ମୁଁ ସେମାନଙ୍କୁ ଯୌତୁକ ଭାବରେ ୨୦ଲକ୍ଷ ଟଙ୍କା ନଗଦ ଦେଇଥିଲି। କିନ୍ତୁ କିଛି ଦିନ ପରେ, ସନ୍ଦୀପ ଏବଂ ତାଙ୍କ ପରିବାର ନୂତନ ଦାବି କରିବାକୁ ଲାଗିଲେ। ସେମାନେ ଏକ କାର୍ ଚାହୁଁଥିଲେ। ମୁଁ ସେମାନଙ୍କୁ କହିଥିଲି ଯେ ସେମାନଙ୍କ ପାଇଁ କାର୍ କିଣିବା ମୋ ସାମର୍ଥ୍ୟ ବାହାରେ। ତା'ପରେ ସେ ଏବଂ ତାଙ୍କ ପରିବାର ମୋ ଝିଅକୁ ମାଡ଼ ମାରିବା ଆରମ୍ଭ କଲେ। ମୁଁ ଥରେ ଏ ବିଷୟରେ ପୁଲିସ‌ରେ ଅଭିଯୋଗ କରିବାରୁ ଦୁଇ ପକ୍ଷ ମଧ୍ୟରେ ଆପୋଷ ସମାଧାନ ହୋଇଥିଲା। ହେଲେ ଦର୍ଶିତା ଜନ୍ମ ହେବା ପରେ ସେମାନେ ମୋ ଝିଅକୁ ଅଧିକ ନିର୍ଯ୍ୟାତନା ଦେବା ଆରମ୍ଭ କରିଥିଲେ, କାରଣ ସେମାନଙ୍କୁ ପୁଅ ଦରକାର ଥିଲା।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe