ମା’ଙ୍କ ପାଖରେ ଶୋଇଥିବା ବେଳେ ୪ବର୍ଷୀୟ ଶିଶୁକୁ ଟେକି ନେଇ ଦୁଷ୍କର୍ମ କରିବା ସହ ଗଳା ଚିପି କୂଅରେ ଫିଙ୍ଗି ଦେଲା ଅଭିଯୁକ୍ତ

Advertisment
ମା’ଙ୍କ ପାଖରେ ଶୋଇଥିବା ବେଳେ ୪ବର୍ଷୀୟ ଶିଶୁକୁ ଟେକି ନେଇ ଦୁଷ୍କର୍ମ କରିବା ସହ ଗଳା ଚିପି କୂଅରେ ଫିଙ୍ଗି ଦେଲା ଅଭିଯୁକ୍ତ

oneindia.com

ଇନ୍ଦୋର : ମଧ୍ୟପ୍ରଦେଶର ଇନ୍ଦୋରରେ ଘଟିଛି ଏକ ଅମାନବୀୟ ଘଟଣା । ଜଣେ ୪ବର୍ଷୀୟ ଶିଶୁ ସହ ଦୁଷ୍କର୍ମ କରିବା ପରେ ଗଳା ଚିପି କୂଅରେ ଫିଙ୍ଗି ଦେବା ଘଟଣାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଏହି ଘଟଣାକୁ ନେଇ ପୁଲିସ ଅଭିଯୁକ୍ତକୁ ଗିରଫ କରି ନେଇଥିବା ବେଳେ ଅଭିଯୁକ୍ତଜଣଙ୍କ ଝାବୁଆର ନନ୍ଦୁ ବୋଲି ଚିହ୍ନଟ କରାଯାଇଛି ।

publive-image India Today

ପୁଲିସ ଦେଇଥିବା ସୂଚନା ମୁତାବକ, ସୋମବାର ରାତିରେ ପୀଡ଼ିତା ନିଜ ମାତା-ପିତାଙ୍କ ସହ ଘର ବାହାରେ ଶୋଇଥିବା ବେଳେ ନନ୍ଦୁ ପୀଡ଼ିତାକୁ ଟେକି ନେଇଥିଲା । ପୀଡ଼ିତାଙ୍କ ବାପାଙ୍କର ନିଦ ଭାଙ୍ଗିବା ପରେ ସେ ପୀଡ଼ିତାଙ୍କୁ ପାଖରେ ନ ପାଇ ଚାରିଆଡ଼େ ଖୋଜିବା ଆରମ୍ଭ କରିଥିଲେ । ନ ମିଳିବାରୁ ପରିବାର ଲୋକେ ରାତି ୩ଟାରେ ପୁଲିସରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ତଦନ୍ତ କରିବାର ୧୬ଘଣ୍ଟା ପରେ ଘରଠାରୁ ୨୦୦ମିଟର ଦୂରରେ ଥିବା ଏକ କୂଅରେ ପୀଡ଼ିତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଶବ ବ୍ୟବଚ୍ଛେଦ ପରେ ଦୁଷ୍କର୍ମ ହୋଇଥିବା ନେଇ ସ୍ପଷ୍ଟ ହେବା ପରେ ପରିବାର ଲୋକଙ୍କ ସନ୍ଦେହରେ ନନ୍ଦୁକୁ ଗିରଫ କରାଯାଇଥିଲା । ପଚରାଉଚରା ପରେ ପୀଡ଼ିତାଙ୍କ ବାପାଙ୍କ ସହ କଳହ ଥିବାରୁ ଏପରି କରିଥିବା ନେଇ ସ୍ୱୀକାର କରିଥିଲା ନନ୍ଦୁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe