ସ୍ବାମୀକୁ ଧୋକା ଦେଇ ୨ପୁରୁଷଙ୍କ ସହ ଅନୈତିକ ସମ୍ପର୍କ ରଖିବା ପଡ଼ିଲା ଭାରୀ, ଚାଲିଗଲା ଜୀବନ

Advertisment
tbJHqmnbdJQ

ଗୁରୁଗ୍ରାମ: ସ୍ବାମୀକୁ ଧୋକା ଦେଇ ଅନ୍ୟ ପୁରୁଷ ସହ ଅନୈତିକ ସମ୍ପର୍କ ରଖିବା ପଡ଼ିଲା ଭାରୀ। ହତ୍ୟା କଲା ପ୍ରେମିକ। ଗୁରୁଗ୍ରାମରେ ୨୪ବର୍ଷୀୟ ମହିଳାଙ୍କ ସହ ଏଭଳି ଘଟଣା ଘଟିଛି। ମହିଳାଜଣକ ସ୍ବାମୀକୁ ଛାଡ଼ି ଅନ୍ୟ ୨ପୁରୁଷଙ୍କ ସହ ସମ୍ପର୍କ ରଖିଥିବା ଦାବି କରିଛନ୍ତି ମୃତକଙ୍କ ସ୍ବାମୀ।

ଘଟଣା ବିଷୟରେ ସୂଚନା ଦେଇ ହରିୟାଣା ପୁଲିସ ପ୍ରକାଶ କରିଛି ଯେ, ମୃତ ନୀଲମ ତାଙ୍କ ସ୍ୱାମୀଙ୍କ ସହ ବିନୋଲା ଗାଁରେ ଏକ ଭଡା ଘରେ ରହୁଥିଲେ ଏବଂ ସେହି ସ୍ଥାନରେ କାମ ମଧ୍ୟ କରୁଥିଲେ। ନୀଲମଙ୍କ ସ୍ୱାମୀ କହିଛନ୍ତି ଯେ, ନୀଲମଙ୍କର ଦୁଇ ଜଣ ପୁରୁଷ, ବିନୋଦ ଏବଂ ସୁଧୀରଙ୍କ ସହିତ ଅନୈତିକ ସମ୍ପର୍କ ଥିଲା। ସୋମବାର ସନ୍ଧ୍ୟାରେ ଘରକୁ ଫେରିବା ପରେ ମୁଁ ଦେଖିଲି ଯେ, ସୁଧୀରଙ୍କ ସହିତ ଅନୈତିକ ସମ୍ପର୍କ ରଖିବା ନେଇ ବିନୋଦଙ୍କର ମୋ ସ୍ତ୍ରୀ ସହିତ ଝଗଡ଼ା ହେଉଛି। ମୋତେ ଦେଖି ସେ ବିନୋଦଙ୍କୁ ଚାଲିଯିବାକୁ ବାରମ୍ବାର କହୁଥିବା ବେଳେ ରାଗରେ ରୋଷେଇ ଘରୁ ଛୁରୀ ଆଣି ନୀଲମଙ୍କ ପେଟରେ ଛୁରି ଭୁଶି ଦେଇଥିଲେ ବିନୋଦ। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲେ ବି ତାଙ୍କର ମୃତ୍ୟୁ ହୋଇଥିଲା।

ଏବେ ପୁଲିସ ବିନୋଦକୁ ଗିରଫ କରିଥିବା ବେଳେ ସେ କହିଛି ଯେ, ନୀଲମ ମୋ ସହିତ ପ୍ରେମ ସମ୍ପର୍କ ରଖିଥିଲେ। ହଲେ ସୁଧୀର ପାଇଁ ମୋ‌ତେ ଅଣଦେଖା କରିବାରୁ ମୁଁ ତାଙ୍କୁ ଛୁରୀ ଭୁଶି ଦେଲି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe