ଦୁଷ୍କର୍ମକୁ ବିରୋଧ କରିବାରୁ ୪୦ବର୍ଷର ମହିଳାଙ୍କୁ ରଡରେ ପିଟି ହତ୍ୟା

Advertisment
ଦୁଷ୍କର୍ମକୁ ବିରୋଧ କରିବାରୁ ୪୦ବର୍ଷର ମହିଳାଙ୍କୁ ରଡରେ ପିଟି ହତ୍ୟା

ଲକ୍ଷ୍ମୌ: ଉତ୍ତରପ୍ରଦେଶର ପ୍ରତାପଗଡ଼ରେ ଜଣେ ୪୦ବର୍ଷୀୟ ମହିଳାଙ୍କୁ ଲୁହା ରଡରେ ମାଡ ମାରି ହତ୍ୟା କରାଯିବାର ଏକ ଘଟଣା ସାମ୍ନାକୁ ଆସିଛି। ତେବେ ଏହି ଘଟଣାରେ ଛଅଜଣ ଅଭିଯୁକ୍ତ ସାମିଲ ଥିବା ଜଣାପଡ଼ିଛି। ଶନିବାର ରାତିରେ ଜଣେ ମହିଳାଙ୍କ ଘରେ ଛଅଜଣ ଯୁବକ ଜୋରଜବରଦସ୍ତି ପଶି ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ। ମହିଳା ଏହି ଦୁଷ୍କର୍ମକୁ ବିରୋଧ କରିବାରୁ ଅଭିଯୁକ୍ତ ଉତକ୍ଷିପ୍ତ ହୋଇଯାଇ ତାଙ୍କୁ ମାଡ ମାରିବା ଆରମ୍ଭ କରିଥିଲେ। ଏଥିରେ ମହିଳା ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ହେଁ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।

publive-image

ପୁଲିସ ସୂତ୍ରରୁ ପ୍ରକାଶ, ମହିଳା ଘରେ ଏକାକି ରହୁଥିଲେ। ଶନିବାର ରାତିରେ ୬ଜଣ ଯୁବକ ଜୋରଜବରଦସ୍ତି ତାଙ୍କ ଘରେ ପଶି ଆସିଥିଲେ। ଏବଂ ମହିଳାଙ୍କୁ ଶାରୀରିକ ନିର୍ଯାତନା ଦେବା ସହ ଦୁଷ୍କର୍ମ କରିବା ଆରମ୍ଭ କରି ଦେଇଥିଲେ। ମହିଳା ଏପରି କରିବାକୁ ବିରୋଧ କରିବାରୁ ସେମାନେ ତାଙ୍କୁ ରଡରେ ମାଡ ମାରିବା ଆରମ୍ଭ କରିଦେଇଥିଲେ। ଏହି ମାଡରେ ମହିଳା ଗମ୍ଭୀର ଭାବେ ଆହତ ହୋଇଥିଲେ। ମହିଳାଙ୍କ ଏଭଳି ଅବସ୍ଥା ଦେଖି ଅଭିଯୁକ୍ତ ଘଟଣାସ୍ଥଳ ଛାଡ଼ି ଚାଲି ଯାଇଥିଲେ।

ମହିଳାଙ୍କ ଚିତ୍କାର ଶୁଣି ପାଖପଡୋଶୀ ଘରକୁ ଧାଇଁ ଆସିଥିଲେ । ସେଠାରେ ମହିଳାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦେଖି ପଡୋଶି ପ୍ରଥମେ ପୁଲିସକୁ ଫୋନ୍‌ କରି ଘଟଣା ସମ୍ପର୍କରେ ଜଣାଇବା ସହିତ ଆଲହାବାଦସ୍ଥିତ ଏସ୍‌ଆର୍‌ଏନ୍‌ ମେଡିକାଲ କଲେଜକୁ ମହିଳାଙ୍କୁ ନେଇ ଯାଇଥିଲେ। ମହିଳାଙ୍କ ରବିବାର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଥିଲେ। ଏହି ମାମଲାରେ ସମ୍ପୃକ୍ତ ଥିବା ଦୁଇ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିବା ସହିତ ଅନ୍ୟମାନଙ୍କୁ ଧରିବା ପାଇଁ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe