ବର୍ଷ ସାରା ନାବାଳିକା ଛାତ୍ରୀ ପ୍ରତି ଅସଦାଚରଣ କରିଥିବା ୪୨ ବର୍ଷିୟ କୋଚିଙ୍ଗ୍‌ ଶିକ୍ଷକ ଗିରଫ

Advertisment
ବର୍ଷ ସାରା ନାବାଳିକା ଛାତ୍ରୀ ପ୍ରତି ଅସଦାଚରଣ କରିଥିବା ୪୨ ବର୍ଷିୟ କୋଚିଙ୍ଗ୍‌ ଶିକ୍ଷକ ଗିରଫ

ମୁମ୍ବାଇ: ଜଣେ ନାବାଳିକା ଛାତ୍ରୀ ସହ ବର୍ଷ ତମାମ ଅସଦାଚରଣ କରିଥିବା ଅଭିଯୋଗ ଯୋଗୁଁ ଜାନୁଆରି ୨ ତାରିଖ ଦିନ ପୋକ୍‌ସୋ ଆଇନ୍‌ ବଳରେ ମଲାଡ଼ ପୁଲିସ ଜଣେ ୪୨ ବର୍ଷିୟ କୋଚିଙ୍ଗ୍‌ କ୍ଲାସ୍‌ ଶିକ୍ଷକଙ୍କୁ ଗିରଫ କରିଛି। ସମ୍ପ୍ରତି ୧୭ ବର୍ଷରେ ପଦାର୍ପଣ କରିଥିବା ଛାତ୍ରୀଜଣଙ୍କୁ ଅସଦାଚରଣ ସମୟରେ ୧୫ ବର୍ଷ ହୋଇଥିଲା। ତାଙ୍କ ସାନ ଭଉଣୀକୁ ବାପାମାଆ ସେହି କୋଚିଙ୍ଗ୍‌ ସେଣ୍ଟର୍‌କୁ ପଠାଇବାକୁ ସ୍ଥିର କରୁଥିବା କଥା ଶୁଣିବା ପରେ ଛାତ୍ରୀଜଣକ ବିରୋଧ କରିଥିଲେ।

ଜାନୁଆରି ପହିଲା ଦିନ ଉକ୍ତ ଶିକ୍ଷକଙ୍କ ବିରୋଧରେ ଏଫ୍‌ଆଇଆର୍‌ ଦିଆଯାଇଥିଲା। ପୁଲିସ କହିବା ଅନୁସାରେ, ସେକେଣ୍ଡାରି ସ୍କୁଲ୍‌ ସାର୍ଟିଫିକେଟ୍‌ ପରୀକ୍ଷା ଲାଗି ଅଭିଯୁକ୍ତଙ୍କ ଦ୍ୱାରା ମାଲାଡ଼ ଠାରେ ପରିଚାଳିତ କୋଚିଙ୍ଗ୍‌ ସେଣ୍ଟର୍‌ରେ ଅଭିଯୋଗକାରିଣୀ ମେ ୨୦୧୬ରେ ଯୋଗ ଦେଇଥିଲେ। କ୍ଲାସ୍‌ରେ ସେ ପ୍ରଥମ କି, ଦ୍ୱିତୀୟ ଧାଡ଼ିରେ ବସୁଥିଲେ। କିନ୍ତୁ, ସେ ପାଠରେ ଦୁର୍ବଳ ଏବଂ ଅଧିକ ଧ୍ୟାନ ଆବଶ୍ୟକ କରୁଛନ୍ତି କହି ଅଭିଯୁକ୍ତ ଶିକ୍ଷକ ତାଙ୍କୁ ପଛକୁ ନେଇ ଯାଉଥିଲେ।

ସେଠାରେ ତାଙ୍କୁ ପଢ଼ାଇବା ଆଳରେ ତାଙ୍କ ଶରୀରର ବିଭିନ୍ନ ଜାଗାରେ ଅଭଦ୍ରୋଚିତ ସ୍ପର୍ଶ କରୁଥିଲେ। କୋଚିଙ୍ଗ୍‌ କ୍ଲାସ୍‌ରେ ବର୍ଷ ତମାମ ଶିକ୍ଷକ ଏଭଳି କରିଥିଲେ। ପରୀକ୍ଷା ପୂର୍ବରୁ ତାଙ୍କୁ କ୍ଲାସ୍‌ରୁ ବାହାର କରି ଦେବା ଓ ଫିଜ୍‌ ବାବଦରେ ତାଙ୍କ ଦୋକାନୀ ବାପା ଦେଇଥିବା ଅର୍ଥ ପାଣିରେ ପଡ଼ିଯିବା ଭୟରେ ସେ ଏ କଥା ଘରେ କହି ନ ଥିଲେ।

ମାର୍ଚ ୨୦୧୭ରେ ସେ ଏସ୍‌ଏସ୍‌ସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ସେ କୋଚିଙ୍ଗ୍‌ କ୍ଲାସ୍‌ ଛାଡ଼ିଥିଲେ। କିନ୍ତୁ, ଗତ ଡିସେମ୍ବର ୨୦୧୮ରେ ସାନ ଭଉଣୀକୁ ବାପାମାଆ ସେ କୋଚିଙ୍ଗ୍‌ ସେଣ୍ଟର୍‌କୁ ପଠାଇବାକୁ କହୁଥିବା ଶୁଣି ସେ ଏହାର ବିରୋଧ କରିଥିଲେ। ତାଙ୍କ କଥା ଶୁଣି ଘଟନା କ’ଣ ଜାଣିବାକୁ ମାଆ ବାଧ୍ୟ କରିବାରୁ ସେ ସବୁକଥା କହିଥିଲେ।

ବାପାମାଆ ତାଙ୍କୁ ଥାନାକୁ ନେଇ ସେ ଶିକ୍ଷକଙ୍କ ବିରୋଧରେ ଏଫ୍‌ଆଇଆର୍‌ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe