ଲୋମଟାଙ୍କୁରା ଘଟଣା ବଖାଣି ପୀଡିତ କହିଲେ, ‘ଗଣଦୁଷ୍କର୍ମ ପରେ ଗୁପ୍ତାଙ୍ଗରେ ଦେଇଥିଲେ ସିଗାରେଟ ଚେଙ୍କ, କରିଥିଲେ ଏଭଳି ଅବସ୍ଥା’

ନାବାଳିକାଙ୍କ ମୁହଁରେ କରୁଣ କାହାଣୀ: ‘ଦୁଷ୍କର୍ମ କରି ମଥୁରାରେ ବିକି ଦେଉଥିଲେ’

Representational image

ନୂଆଦିଲ୍ଲୀ: ମହାରାଷ୍ଟ୍ରର କୁର୍ଲାରୁ ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ଘରେ ଏକା ଥିବା ଅବସ୍ଥାରେ ୩ଜଣ ଯୁବକ ଘରେ ପଶି ତାଙ୍କ ଉପରେ ଆକ୍ରମଣ କରିଥିଲେ। ମହିଳା ତଳେ ପଡ଼ିଯିବାରୁ ଜଣକ ପରେ ଜଣେ ତାଙ୍କୁ ଦୁଷ୍କର୍ମ କରି ଚାଲିଥିଲେ। ତେବେ ଦୁଷ୍କର୍ମ କରିଥିବା ଯୁବକଜଣକ ମହିଳାଙ୍କ ପଡ଼ିଶାଘରେ ରହୁଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ସୂଚନାଯୋଗ୍ୟ, ପୀଡିତଙ୍କ ପଡ଼ିଶାଘରେ ରହୁଥିବା ତିନିଜଣ ଯୁବକ ରିତା(ଛଦ୍ମନାମ) ଘରେ ଏକା ଥିବା ଦେଖି ଜୋରଜବରଦସ୍ତ ଘରେ ପଶିଥିଲେ। ଏହାପରେ ସେମାନେ ରିତାଙ୍କ ଉପରକୁ ବ୍ଲେଡରେ ଆକ୍ରମଣ କରିଥିଲେ। ରିତା ଆହତ ହୋଇ ତଳେ ପଡ଼ିଯିବା ପରେ ତିନିଜଣ ଯୁବକ ଜଣକ ପରେ ଜଣେ ଦୁଷ୍କର୍ମ କରି ଚାଲିଥିଲେ। କେବଳ ଏତିକି ନୁହେଁ ତିନିଜଣ ଦୁଷ୍କର୍ମକାରୀ ମହିଳାଙ୍କ ଗୁପ୍ତାଙ୍ଗରେ ସିଗାରେଟ ଚେଙ୍କ ବି ଦେଇଥିଲେ। ଏହି ଘଟଣାର ଭିଡିଓ କରି ସେମାନେ ମହିଳାଙ୍କୁ ଧମକ ଦେଇଥିଲେ, ଘଟଣା ପ୍ରଘଟ ନକରିବାକୁ କିନ୍ତୁ ମହିଳା ଅତ୍ୟାଚର ସହି ନପାରି ଶେଷରେ ମୁହଁ ଖୋଲିଥିଲେ।

ରିତା ପ୍ରଥମେ ଏନଜିଓରେ କାମ କରୁଥିବା ତାଙ୍କର ଜଣେ ପଡ଼ିଶାଙ୍କୁ କହିବା ପରେ କୁର୍ଲା ପୁଲିସ ଷ୍ଟେସନରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗ କ୍ରମେ ପୁଲିସ ୩ଜଣଙ୍କ ବିରୋଧରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ଏହି ଘଟଣାରେ କାହାରିକୁ ଗିରଫ କରାଯାଇ ନାହିଁ। କିନ୍ତୁ ଯଥାଶୀଘ୍ର ତିନିଜଣ ଦୁଷ୍କର୍ମକାରୀଙ୍କୁ ଗିରଫ କରାଯିବ ବୋଲି ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe