୩୦ ବର୍ଷ ପୁରୁଣା ଦୁଷ୍କର୍ମ ମାମଲାରୁ ଦୋଷମୁକ୍ତ ହେଲେ ୪୬ ବର୍ଷିୟ ବ୍ୟକ୍ତି

Advertisment
୩୦ ବର୍ଷ ପୁରୁଣା ଦୁଷ୍କର୍ମ ମାମଲାରୁ ଦୋଷମୁକ୍ତ ହେଲେ ୪୬ ବର୍ଷିୟ ବ୍ୟକ୍ତି

ମୁମ୍ବାଇ: ଏକ ଦୁଷ୍କର୍ମ ମାମଲାର ୩୦ ବର୍ଷ ବିଚାର ପରେ ଏବେ ୪୬ ବର୍ଷ ହୋଇଥିବା ଜଣେ ବ୍ୟକ୍ତି ଦୋଷମୁକ୍ତ ହୋଇଛନ୍ତି। ସେ ସମୟରେ ୧୬ ବର୍ଷ ହୋଇଥିବା ଉକ୍ତ ବ୍ୟକ୍ତିଜଣକ ସହମତିରେ ସେତେବେଳେ ୧୭ ବର୍ଷ ହୋଇଥିବା ଜଣେ ଝିଅ ସହ ଶାରୀରିକ ସମ୍ପର୍କ ରଖିଥିଲେ ବୋଲି ସେସନ୍‌ କୋର୍ଟ ଜାଣିବା ପରେ ଏ ଭଳି ନିଷ୍ପତ୍ତି ନେଇଛନ୍ତି। କୋର୍ଟ ଜାଣିବାକୁ ପାଇଲେ ଯେ ଆଇପିସି ଧରା ୩୭୬ (ଦୁଷ୍କର୍ମ) ଏବଂ ୧୯୮୮ରେ ତାହାର ପ୍ରୟୋଗ ଅନୁସାରେ, ୧୬ ବର୍ଷରୁ ଅଧିକ ବୟସର ଝିଅ ସହ ସହମତିରେ ଶାରୀରିକ ସମ୍ପର୍କ ରଖିବା ଦୁଷ୍କର୍ମ ବୋଲି ବିବେଚନା କରାଯିବ ନାହିଁ।

ସେବେଠାରୁ ଗୁଜୁରାଟକୁ ଚାଲି ଯାଇଥିବା ଉକ୍ତ ବ୍ୟକ୍ତିଜଣକ ବିଚାର ଧାରାର ସମ୍ମୁଖୀନ ହେବା ନିମନ୍ତେ ମୁମ୍ବାଇକୁ ଫେରି ଆସିଥିଲେ। ଅଭିଯୁକ୍ତଙ୍କୁ ଦୁଷ୍କର୍ମ, ଅପହରଣ ଏବଂ ଜଣେ ମହିଳାଙ୍କୁ ବିବାହ ବା ଯୌନ ସଂପର୍କ ରଖିବାକୁ ବାଧ୍ୟ କରିବା ନିମନ୍ତେ ଅପହଣ କରାଯାଇଥିବା ଆଦି ଦଫାରେ ବୁକ୍‌ କରାଯାଇଥିଲା।

ସେମାନଙ୍କ ସମ୍ପର୍କ ବିଷୟରେ ଜାଣିବା ପରେ ଝିଅର ବାପା ୧୯୮୮ ମସିହାରେ ଅଭିଯୋଗ ଦାଏର୍‌ କରିଥିଲେ। ଝିଅର ପିତାମାତା କାମ କରିବାକୁ ବାହାରି ଯାଆନ୍ତି। ଅଭିଯୋଗ ହୋଇଥିଲା କି, ୧୯୮୮ ମସିହା ଜାନୁଆରି ୨୩ ତାରିଖ ଦିନ ଝିଅର ବାପା ଘରେ ପହଞ୍ଚି ଦେଖିଲେ ପରିବାରର କୌଣସି ଲୋକ ଘରେ ନାହାନ୍ତି। ସେ ଝିଅକୁ ଖୋଜିଲେ। ପରେ ପରେ ସେ ଜାଣିଲେ ସେତେବେଳେ ତାଙ୍କର ପଡ଼ୋଶୀ ଭାବେ ରହୁଥିବା ବାଳକଟି ଝିଅକୁ ଭୁଲାଇ ନେଇଯାଇଛି।

ଝିଅର ବାପା ବାଳକ ବିରୋଧରେ ଥାନାରେ ଅଭିଯୋଗ କଲେ। ସେ ପୁଲିସକୁ କହିଲେ କି, ୧୯୮୮ ମସିହା ଜାନୁଆରି ୩୦ ତାରିଖ ଦିନ ସେ ତାଙ୍କ ଝିଅକୁ ଖୋଜି ଖୋଜି ଆନ୍ଧେରିସ୍ଥିତ ଅଭିଯୁକ୍ତଙ୍କ ଘରକୁ ଗଲେ ଓ ସେଠାରେ ଝିଅକୁ ଦେଖିଲେ। ଝିଅ କିନ୍ତୁ, ପୁଲିସକୁ କହିଲା କି, ୧୯୮୮ ଜାନୁଆରି ୨୩ ତାରିଖ ସନ୍ଧ୍ୟା ୭ଟା ବେଳେ ସେ ଅଭିଯୁକ୍ତଙ୍କ ସହ ଯାଇଥିଲା। ଅଭିଯୁକ୍ତ ତା’ ସହ ଭଲ କଥାବାର୍ତ୍ତା କରି ନିଜ ଗାଁ ଗୁଜୁରାଟକୁ ନେଇ ଯାଇଥିଲା। ସହମତି କ୍ରମେ ସେମାନେ ଯୌନସମ୍ପର୍କ ରଖିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe