ବେଙ୍ଗାଲୁରୁରେ ଗିରଫ ହେଲେ ଯୁବତୀଙ୍କ ସହ ଦୁଷ୍କର୍ମ କରି ନିର୍ଯାତନା ଦେଇଥିବା ୫ ବାଂଲାଦେଶୀ

Advertisment
କୁରକୁରେ କିଣିଦେବି କହି ୫ ବର୍ଷର ଶିଶୁକନ୍ୟାକୁ ଡାକି ନେଲା ଯୁବକ, ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ଗିରଫ

Image Courtesy of India Today

ବେଙ୍ଗାଲୁରୁ: ଜଣେ ମହିଳାଙ୍କ ସହ ଦୁଷ୍କର୍ମ କରିବା, ତାଙ୍କୁ ଶାରୀରିକ ନିର୍ଯାତନା ଦେବା ଏବଂ ଏ ସବୁ କାଣ୍ଡର ଭିଡିଓ ଉତ୍ତୋଳନ କରିଥିବା ଅଭିଯୋଗରେ ପୁଲିସ ବେଙ୍ଗାଲୁରୁରେ ୫ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି। ରାମମୂର୍ତ୍ତି ଥାନାରେ ଏ ସଂକ୍ରାନ୍ତରେ ଗୋଟାଏ ମାମଲା ବି ରୁଜୁ କରାଯାଇଛି।

ବିବୃତି ଦେଇ ବେଙ୍ଗାଲୁରୁ ପୁଲିସ କହିଛି, ପୀଡ଼ିତାଙ୍କୁ ଯୌନ ଓ ଶାରୀରିକ ନିର୍ଯାତନା ଦେବା ସହ ଅଭିଯୁକ୍ତମାନେ ଉକ୍ତ ଅପକର୍ମର ଭିଡିଓ ମଧ୍ୟ ଉତ୍ତୋଳନ କରିଛନ୍ତି। ୫ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ହେଉଛନ୍ତି ମହିଳା।

ମାମଲାର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ପୀଡ଼ିତା ଏବଂ ୫ ଅଭିଯୁକ୍ତ ହେଉଛନ୍ତି ବାଂଲାଦେଶୀ। ପୀଡ଼ିତାଙ୍କୁ ବେଆଇନ ଭାବେ ଭାରତକୁ ଅଣାଯାଇଥିଲା। ସମ୍ପ୍ରତି ପୀଡ଼ିତା ପଡ଼ୋଶୀ ରାଜ୍ୟରେ ଅଛନ୍ତି। ତାଙ୍କୁ ଠାବ କରି ତଦନ୍ତରେ ଅନ୍ତର୍ଭୁକ୍ତ କରିବା ଲାଗି ପୁଲିସ ଉଦ୍ୟମ କରୁଛି। ଏହି ଅପରାଧ କେବେ ହୋଇଥିଲା ତାହା ଜଣାପଡ଼ିନାହିଁ। ଅର୍ଥନୈତିକ କାରଣରୁ ପୀଡ଼ିତାଙ୍କ ପ୍ରତି ଏଭଳି ଅମାନୁଷିକ ଅତ୍ୟାଚାର କରାଯାଇଥିବା ପୁଲିସ ମନେକରୁଛି।

publive-image Image Courtesy of NorthEast Now

ଶୁକ୍ରବାର ଦିନ ଅଭିଯୁକ୍ତମାନଙ୍କୁ ଅଦାଲତରେ ହାଜର କରାଯିବ ବୋଲି ପୁଲିସ କହିଛି। ଏହି ମାମଲାର ତଦନ୍ତ ଲାଗି ତିନିଜଣ ଇନ୍‌ସ୍‌ପେକ୍ଟର୍‌ଙ୍କ ନେତୃତ୍ବରେ ତିନୋଟି ପୁଲିସ ଟିମ୍‌ ଗଠନ କରାଯାଇଛି।

ସାମାଜିକ ଗଣମାଧ୍ୟମରେ ପ୍ରସାରିତ ଉକ୍ତ ଅପକର୍ମର ଭିଡିଓକୁ ଆଧାର କରି ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ପୁଲିସ କହିବା ଅନୁସାରେ, କିଛି ମାସ ପୂର୍ବେ ସୁଟିଙ୍ଗ୍ ହୋଇଥିବା ଏହି ଭିଡିଓକୁ ‘ଡିପ୍‌ ୱେବ୍‌’ରୁ ଡାଉନ୍‌ଲୋଡ୍‌ କରାଯାଇଛି ଏବଂ ଏବେ ବିଭିନ୍ନ ଡିଜିଟାଲ୍‌ ପ୍ଲାଟଫର୍ମରେ ତା’ର ପ୍ରସାରଣ ଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe