୫ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

ମହିଳାଙ୍କ ଗୁପ୍ତାଙ୍ଗରୁ ସ୍ବାବ୍‌ ନମୁନା ନେଇ ଗିରଫ ହେଲେ ଲାବୋରେଟୋରି ଟେକ୍ନିସିଆନ୍‌

Time

ଚନ୍ଦ୍ର‌ଶେଖରପୁର: ଆଜି ମଧ୍ୟାହ୍ନରେ ଚନ୍ଦ୍ରଶେଖରପୁର ଥାନା ପୁଲିସ୍ ହରେକୃଷ୍ଣ ବସ୍ତିରେ ଗଞ୍ଜେଇ ବିକ୍ରି କରୁଥିବା ଜଣେ ବ୍ୟବସାୟୀକୁ ଗିରଫ କରି କୋର୍ଟ ଚାଲଣ କରିଛି। ଗିରଫ ବ୍ୟକ୍ତି ଜଣଙ୍କ ହେଲେ, ଜୟଦେବ ଜେନା(୫୫)। ସେ ବସ୍ତିରେ ପ୍ରାୟ ୩ ବର୍ଷ ହେବ ଗଞ୍ଜେଇ ବିକ୍ରି କରୁଥିଲେ। ପୁଲିସ୍ ଆଖିରେ ଧୂଳି ଦେଇ ବିଭିନ୍ନ ଉପାୟରେ ସ୍ଥାନୀୟ ଅଞ୍ଚଳ ଲୋକଙ୍କୁ ଗଞ୍ଜେଇ ଦେଉଥିଲେ। ତେବେ କିଛି ଲୋକ ପୁଲିସ୍‌କୁ ଏ ସଂପର୍କରେ ସୂଚନା ଦେଇଥିଲେ। ଫଳରେ ଆଜି ଏକ ଦଳ ହଠାତ୍ ତାଙ୍କ ଦୋକାନରେ ଚଢ଼ଉ କରି ୫କେଜି ଗଞ୍ଜେଇ ଜବତ କରିବା ସହ ତାଙ୍କୁ ଗିରଫ କରିଥ‌ିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe