କବାଟ ତାଡ଼ି ୫ ଲକ୍ଷ ଟଙ୍କାର ସୁନା ଗହଣା ନେଇଗଲେ

କବାଟ ତାଡ଼ି ୫ ଲକ୍ଷ ଟଙ୍କାର ସୁନା ଗହଣା ନେଇଗଲେ

viveksindhu.com

ଭୁବନେଶ୍ବର: ମଞ୍ଚେଶ୍ବର ଥାନା ଜଗନ୍ନାଥ ନଗରରେ ଭଡ଼ାରେ ରହୁଥିବା ଖୋର୍ଦ୍ଧ‌ାର ସୁକୁମାର ଦାସଙ୍କ ଘରୁ ଲୁଟ୍‌ ହୋଇଛି। ଦୁର୍ବୃତ୍ତମାନେ ତାଙ୍କ ଘର କବାଟ ତାଡ଼ି ଆଲମାରିରୁ ପାଖାପାଖି ୫ଲକ୍ଷ ଟଙ୍କାର ସୁନା ଗହଣା ଲୁଟି ନେଇଛନ୍ତି। ମଞ୍ଚେଶ୍ବର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି। ହେଲେ ଶେଷ ଖବର ଲେଖା ହେବା ସୁଦ୍ଧା ଲୁଟେରାଙ୍କ ପତ୍ତା ମିଳି ପାରିନାହିଁ। ସୂଚନା ମୁତାବକ, ସୁକୁମାର ମାଣବସା ପାଇଁ ଗତ ୮ ତାରିଖ ଦିନ ଖୋର୍ଧାକୁ ଯାଇଥିଲେ। ସେଠାରୁ ୧୨ତାରିଖ ଦିନ ଫେରିବା ବେଳକୁ ତାଙ୍କ କବାଟ ତଡ଼ା ହୋଇଥିବା ଦେଖିଥିଲେ। ତାଙ୍କ ଆଲମିରାରୁ ୮ଟି ସୁନା ମୁଦି, ୬ଟି କାନଫୁଲ, ୨ଟି ହାର, ଗୋଟିଏ ସୁନା ଚେନ୍‌, ୨ଟି ସୁନା ବାଉଟି ଚୋରି ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe