ଭୁବନେଶ୍ୱର : ରବିବାର ବିଳମ୍ବିତ ରାତିରେ ୟୁନିଟ୍-୩ ମାଳି କଲୋନିର ଏକ ଜୁଆ ଆଡ଼ାରେ ଚଢ଼ଉ କରି ଖାରବେଳନଗର ଥାନା ପୁଲିସ ୬ଜଣ ଜୁଆଡ଼ିଙ୍କୁ ଗିରଫ କରିଛି। ସେମାନେ ହେଲେ ମାଳି କଲୋନିର କେ ମାଧବ(୩୮), ବେଣୁଧର ସେଠୀ(୪୦), ନରସିଂହ ରେଡ୍ଡି(୩୦), ବି. ପ୍ରସାଦ(୩୦), ପି. ବଳରାମ(୩୬) ଏବଂ ତାରିଣୀ ବସ୍ତିର ବିଜୟ ସ୍ୱାଇଁ। ମାଳି କଲୋନିର ଏକ ଘରେ ଜୁଆ ଆଡ୍ଡା ଚାଲିଥିବା ଖାରବେଳନଗର ଥାନା ପୁଲିସ ଖବର ପାଇଥିଲା। ତୁରନ୍ତ ପୁଲିସର ଏକ ଟିମ୍ ସେଠାରେ ପହଞ୍ଚି ଚଢ଼ାଉ କରିଥିଲା। ପୁଲିସକୁ ଦେଖି ଜୁଆଡ଼ିମାନେ ଘଟଣାସ୍ଥଳରୁ ଖସି ପଳାଇବାକୁ ଚେଷ୍ଟା କରିଥିଲେ। ତେବେ ପୁଲିସ ସେମାନଙ୍କ ମଧ୍ୟରୁ ୬ଜଣଙ୍କୁ ଗିରଫ କରିଥିଲା। ହେଲେ ଅନ୍ୟମାନେ ଘଟଣାସ୍ଥଳରୁ ଖସି ପଳାଇଥିଲେ।
୬ ଜୁଆଡ଼ି ଗିରଫ, ଟଙ୍କା ଓ ତାସ୍ ଜବତ
Advertisment
Follow Us