ବନ୍ଧାହେଲେ ୬ ଦେଶୀ ମଦବେପାରୀ; ୩୧୦ ଲିଟର ମହୁଲି ମଦ

ରାଉରକେଲା ଅବକାରୀ ବିଭାଗ ପକ୍ଷରୁ ସହର ଉପକଣ୍ଠରେ ଚଢ଼ଉ କରାଯାଇଛି। ବିଭିନ୍ନ ସ୍ଥାନରେ ବେଆଇନ ଦେଶୀ ମଦ ବିକ୍ରି କରୁଥିବା ଅଭିଯୋଗରେ ୬ ଜଣଙ୍କୁ ଗିରଫକରି କୋର୍ଟଚାଲାଣ କରାଯାଇଛି।

ବାଲିଅନ୍ତାରେ ଚୋରାମଦ ବନ୍ୟା: ନାଁ’କୁ ଗିରଫଦାରୀ, ଥମୁନି କାରବାର

ରାଉରକେଲା: ରାଉରକେଲା ଅବକାରୀ ବିଭାଗ ପକ୍ଷରୁ ସହର ଉପକଣ୍ଠରେ ଚଢ଼ଉ କରାଯାଇଛି। ବିଭିନ୍ନ ସ୍ଥାନରେ ବେଆଇନ ଦେଶୀ ମଦ ବିକ୍ରି କରୁଥିବା ଅଭିଯୋଗରେ ୬ ଜଣଙ୍କୁ ଗିରଫକରି କୋର୍ଟଚାଲାଣ କରାଯାଇଛି। ଅଭିୁକ୍ତମାନେ ହେଉଛନ୍ତି ବିଶ୍ରା ଥାନା ଅନ୍ତର୍ଗତ ତେତେରକେଲାର ସହାୟ ମୁଣ୍ଡା(୨୫), ଦୀପକ ଓରାମ(୩୦), କଦମଟୋଲାର ନୀଳମଣୀ ମୁଣ୍ଡା(୩୬), ବଙ୍ଗୁରକେଲାର ପାତ୍ର ଲୋହାର(୫୦), କନ୍ଦରକେଲାର ଚକ୍ରଧର ସିଂହ(୫୦) ଓ ଜେରିଓନା ବା‌ସ୍କେ(୪୫)। ଏହାସହ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ନୋଟିସ୍‌ ଦିଆଯାଇଛି।

ଅଭିଯୁକ୍ତଙ୍କ ପାଖରୁ ୩୧୦ ଲିଟର ବେଆଇନ ମହୁଲି ମଦ, ୯୭୦୦ କେଜି ମହୁଲପୋଚ ଜବତ ହୋଇଛି। ଉଲ୍ଲେଖଯୋଗ୍ୟ, ଆଜି ବିଭାଗ ପକ୍ଷରୁ କପସିଂହା, କାଦମତା, ବାଙ୍ଗୁରୁକେଲା, ଉଡ଼ୁଶୁ, ତିଳକାନଗର, ସାଗଯୋର ଆଦି ଅଞ୍ଚଳରେ ଚଢ଼ଉ କରାଯାଇଥିଲା। ଜବତ ମହୁଲପୋଚ ଓ ମହୁଲି ମଦକୁ ନଷ୍ଟ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe