timesnownews
ଯମୁନାନଗର: ହରିୟାଣାରେ ଜଣେ ଶିଶୁ ଦୁଷ୍କର୍ମ ଶିକାର ହୋଇଛି। ଘରେ ଏକା ଥିବାର ସୁଯୋଗ ନେଇ ଅଭିଯୁକ୍ତ ପଡ଼ୋଶୀ ଘରକୁ ପଶିବା ସହ ପୀଡ଼ିତା ସହ ଦୁଷ୍କର୍ମ ଭଳି ଅପରାଧ କରିଥିଲେ। ଘଟଣା ସୋମବାର ଘଟିଥିବା ବେଳେ ଏବେ ଅଭିଯୁକ୍ତକୁ ଗିରଫ କରି ନେଇଛି ପୁଲିସ। ପୀଡ଼ିତାଙ୍କ ଗୁପ୍ତାଙ୍ଗରେ ଆଘାତ ଲାଗିଥିବାରୁ ଏବେ ପୀଡ଼ିତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
The Times of Israelପୀଡ଼ିତାଙ୍କ ମା’ଙ୍କ କହିବା ମୁତାବକ, ସୋମବାର ସନ୍ଧ୍ୟାରେ ପୀଡ଼ିତାଙ୍କ ମା’ କାମରେ ବାହାରକୁ ଯାଇଥିଲେ। ଏହାର ସୁଯୋଗ ନେଇ ଘର ପାଖରେ ରହୁଥିବା ଅଭିଯୁକ୍ତ ପୀଡ଼ିତାଙ୍କ ଘରକୁ ଆସି ଶୌଚାଳୟ ଭିତରେ ତାଙ୍କ ସହ ଦୁଷ୍କର୍ମ କରିଥିଲେ। କାମ ସାରି ପୀଡ଼ିତାଙ୍କ ମା’ ଘରକୁ ଫେରିବା ପରେ ପୂରା ଘଟଣା ଜଣାଇଥିଲେ ଝିଅ। ଏହା ପରେ ସେ ପୁଲିସକୁ ଖବର ଦେଇ ଏତଲା ଲେଖାଇଥିଲେ। ଏତଲା ପାଇଁ ତୁରନ୍ତ ଅଭିଯୁକ୍ତକୁ ପୁଲିସ ଖୋଜିବାରେ ଲାଗିପଡ଼ିଥିବା ବେଳେ ମଙ୍ଗଳବାର ଅଭିଯୁକ୍ତକୁ ଗିରଫ କରାଯାଇଥିଲା। ପଚରାଉଚରା ପରେ ଅଭିଯୁକ୍ତ ନିଜର ଅପରାଧ ସ୍ବିକାର କରି ନେଇଥିବା ଜଣା ପଡ଼ିଛି।
Follow Us