ବାଲିଅନ୍ତା: ବାଲିଅନ୍ତା ଥାନା ଅନ୍ତର୍ଗତ ହାଟ ନୂଆସାହି ନିଛାଟିଆ ରାସ୍ତାରେ ୩ଜଣ ଯୁବକ ଜଣେ ଫାଇନାନ୍ସ କର୍ମଚାରୀଙ୍କୁ ମାଡ଼ ମାରି ୬୦ ହଜାର ଟଙ୍କା ଛଡ଼ାଇ ନେଇଛନ୍ତି। ଲୁଟ୍ର ଶିକାର ହୋଇଥିବା ସଂପୃକ୍ତ ଘରୋଇ ସଂସ୍ଥାର କର୍ମଚାରୀ ପ୍ରକାଶ କୁମାର ସ୍ବାଇଁ ଏ ସଂପର୍କରେ ବାଲିଅନ୍ତା ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଏହାର ତଦନ୍ତ କରୁଛି। ସୂଚନାନୁଯାୟୀ, ଭୁବନେଶ୍ବରଠାରେ ଥିବା ଅଧିକାର ନାମକ ଏହି ସଂସ୍ଥାର କର୍ମଚାରୀ ସ୍ଥାନୀୟ ଅଞ୍ଚଳରେ ଥିବା ମହିଳାମଣ୍ଡଳରୁ ୬୦ ହଜାର ଟଙ୍କା ସଂଗ୍ରହ କରି ବାଇକ୍ରେ ଭୁବନେଶ୍ବର ଅଭିମୁଖେ ଫେରୁଥିବା ବେଳେ ଦୁଇଜଣ ଯୁବକ ତାଙ୍କୁ ପିଛା କରି ପ୍ରଥମେ ହାଟସାହି ନିକଟରେ ଅଟକାଇଥିଲେ। ପ୍ରକାଶ ସେଠାରେ ରହିବା କ୍ଷଣି ତାଙ୍କୁ ମାଡ଼ ମାରି ଟଙ୍କା ଭର୍ତ୍ତି ବ୍ୟାଗ ଛଡ଼ାଇ ଫେରାର୍ ହୋଇଯାଇଥିଲେ। ଏହି ଘଟଣାରେ ପୁଲିସ ୩ଜଣ ସନ୍ଦିଗ୍ଧଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି।
ଫାଇନାନ୍ସ କର୍ମଚାରୀଙ୍କୁ ମାଡ଼ ମାରି ୬୦ ହଜାର ଲୁଟ, ୩ ସନ୍ଦିଗ୍ଧ ଅଟକ
Advertisment
Follow Us