ଦୁଷ୍କର୍ମ ଅଭିଯୋଗ ପରେ ଦାତି ମହାରାଜଙ୍କ ଆଶ୍ରମରୁ ୬୦୦ବାଳିକା ନିଖୋଜ!

ଦୁଷ୍କର୍ମ ଅଭିଯୋଗ ପରେ ଦାତି ମହାରାଜଙ୍କ ଆଶ୍ରମରୁ ୬୦୦ବାଳିକା ନିଖୋଜ!

ନୂଆଦିଲ୍ଲୀ: ୨୫ବର୍ଷୀୟ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ବାବା ଦାତି ମାହାରାଜଙ୍କ ରାଜସ୍ଥାନର ଅଲବର ଆଶ୍ରମରୁ ୬୦୦ବାଳିକା ନିଖୋଜ ହେବା ନେଇ ଖବର ପ୍ରକାଶ ପାଇଛି। ଏବେ ସେଠାରେ କେବଳ ୧୦୦ଜଣେ ବାକିଳା ଅଛନ୍ତି। ତେବେ ଦାତି ମହାରାଜ ଦାବି କରୁଛନ୍ତି କି ତାଙ୍କର ଏହି ଆଶ୍ରମରେ ୭୦୦ବାଳିକା ଥିଲେ। କୁହାଯାଉଛି କି ୬୦୦ବାଳିକା ଦାତି ମାହାରାଜଙ୍କ ଭୟରେ ଅନ୍ୟ ଏକ ସ୍ଥାନକୁ ଚାଲି ଯାଇଛନ୍ତି। ସେହିପରି ପୁଲିସ ଯାଞ୍ଚ କରି କହୁଛି କି, ଦୁଷ୍କର୍ମକାରୀ ଦାତି ମହାରାଜ ୬୦୦ବାଳିକାଙ୍କୁ ଆଶ୍ରମରୁ ଅନ୍ୟ କେଉଁଠାକୁ ପଠାଇ ଦେଇଛନ୍ତି କିମ୍ବା ସେମାନେ ଏବେ ଛୁଟିରେ ଘରକୁ ଯାଇଥାଇ ପାରନ୍ତି।

publive-image

ଦିଲ୍ଲୀ ପୁଲିସର ଏକ ବରିଷ୍ଠ ଅଧିକାରୀ ଏହି ଘଟଣାକୁ ନେଇ କହିଛନ୍ତି, ଅପରାଧୀ ଶାଖାର ଏକ ଟିମ୍‌ ପ୍ରମାଣ ଏକାଠି କରିବା ପାଇଁ ରାଜସ୍ଥାନର ଦାତି ମହାରାଜଙ୍କ ଆଶ୍ରମକୁ ଯାଇଥିଲେ। ମହାରାଜ ଆଶ୍ରମରେ ନଥିଲେ, ତେଣୁ ଟିମ୍‌ ରବିବାର ଦିଲ୍ଲୀ ଫେରିପାରେ। ଯାଞ୍ଚ ଏବେ ପ୍ରାଥମିକ ପର୍ଯ୍ୟାୟରେ ରହିଛି।

ଦିଲ୍ଲୀ ପୁଲିସର ଟିମ୍‌ ଏକ ଶିଷ୍ୟା ସହିତ ଦୁଷ୍କର୍ମ କରିଥିବା ଦାତି ମହାରାଜଙ୍କ ରାଜସ୍ଥାନସ୍ଥିତ ଆଶ୍ରମକୁ ଯାଇଥିଲେ। ଟିମ୍‌ ସହିତ ପୀଡିତା ବି ଥିଲା। ଟିମ୍‌କୁ ପାଲିସ୍ଥିତ ଆଶ୍ରମରେ ଦାତି ମହାରାଜ ମିଳିଲେ ନାହିଁ। ଟିମ୍‌ ପୀଡିତାଙ୍କ କହିବାନୁସାରେ ଆଶ୍ରମର ନୀରିକ୍ଷଣ କରିବାକୁ ଯାଇଥିଲେ। ଦିଲ୍ଲୀ ପୁଲିସ ଦାତି ମହାରାଜ ବିରୋଧରେ ଏକ ଲୁକ୍‌ଆଉଟ ସର୍କୁଲର ଜାରି କରିସାରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe