ପୁଣି ଲଜ୍ଜା : କୋରାପୁଟରେ ୬୫ବର୍ଷର ବୃଦ୍ଧାଙ୍କୁ ଗଣଦୁଷ୍କର୍ମ 

Advertisment
ମହିଳାଙ୍କୁ ଗଣଦୁଷ୍କର୍ମ ମାମଲା: ତଦନ୍ତରୁ ଅଭିଯୋଗର ପ୍ରମାଣ ମିଳୁନି, ବିଭ୍ରାନ୍ତି ପାଇଁ ହୋଇପାରେ କାର୍ଯ୍ୟାନୁଷ୍ଠାନ

5AMPopUp.com

ଜୟପୁର/ବୋରିଗୁମ୍ମା:  ପୁଣି ଲଜ୍ଜା।  ୬୫ ବର୍ଷର ଜଣେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। କୋରାପୁଟ ଜିଲ୍ଲାର ବିସିଂପୁର ଥାନା ଅର୍ନ୍ତଗତ ଚରାମୁଲା ଗାଁରେ ଏଭଳି ଏହି ଅଭାବନୀୟ ଘଟଣା ଘଟିଛି। ଗତ ୨୫ତାରିଖ ଦିନ ରାତିରେ ଏହି ଘଟଣା ସଂଘଟିତ ହୋଇଛି।  ଗାଁର ବିଶୁ ପାଇକ(୨୫) ଓ ଲମ୍ବୁ ପାଇକ(୨୪) ବିଧବା ବୃଦ୍ଧାଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଦଫା ୪୫୦, ୩୭୬ଡି ଅନୁଯାୟୀ ମାମଲା ରୁଜୁ କରି ଉଭୟ ଅଭିଯୁକ୍ତଙ୍କୁ ବିସିଂପୁର ଥାନା ଓଆଇସି ଦାମଧର ବିହାରୀ ଅଟକ ରଖି ଘଟଣାର ଅଧିକା ତଦନ୍ତ କରୁଥିବା କହିଛନ୍ତି।

ପିଡୀତା ବୃଦ୍ଧା ଜଣକ ବିଧବା। ପିଲା ଛୁଆ କିମ୍ବା କେହି ତାଙ୍କର ନାହାନ୍ତି। ଏକା ହିଁ ରହୁଛନ୍ତି। ଦଶହରା ଦିନ ରାତିରେ ଉଭୟ ଅଭିଯୁକ୍ତ ଏକା ରହୁଥିବା ସୁଯୋଗରେ ଘରେ ପଶି ଜୋରଜବରଦସ୍ତ ଦୁଷ୍କର୍ମ କରିଥିଲେ। ଏ ନେଇ ପୀଡ଼ିତା ବୃଦ୍ଧା ଜଣକ ୨୮ ତାରିଖରେ ବିସିଂପୁର ଥାନାରେ ଏତଲା ଦେଇଥିବା ଥାନା ଅଧିକାରୀ କହିଛନ୍ତି। ପିଡୀତା ବୃଦ୍ଧା ଜଣକ ଅତ୍ୟଧିକ ଭୟଭୀତ ହୋଇ ରିପୋର୍ଟ ଦେଇନଥିଲେ। ପୀଡ଼ିତା ବୃଦ୍ଧାଙ୍କର ଡାକ୍ତରୀ ମାଇନା ସରିଥିବା ବେଳେ ଅଭିଯୁକ୍ତ ଦ୍ବୟଙ୍କର ଡାକ୍ତରୀ ମାଇନା ବାକି ରହିଥିବା କହିଛନ୍ତି ଥାନା ଅଧିକାରୀ। ଆସନ୍ତାକାଲି ଡାକ୍ତରୀ ମାଇନା ପରେ  ଉଭୟଙ୍କୁ କୋର୍ଟ ଚାଳାଣ କରାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି। ଏଭଳି ଘଟଣାକୁ ସାଧାରଣରେ ନିନ୍ଦା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe