ଲୁଟ୍‌ ପାଇଁ ଘରେ ପଶିଥିଲେ ୭ ନକଲି ପୁଲିସ: ଖସିଗଲେ ୪, ଛେଚା ଖାଇଲେ ୩ ଜଣ

Advertisment

ଆଜିକାଲିର ଯୁବପିଢ଼ି ବିନା ପରିଶ୍ରମରେ ରାତାରାତି ଅଧିକ ଧନ ଉପାର୍ଜନ କରିବାକୁ ଚାହୁଁଛନ୍ତି। ଏଥି ପାଇଁ ଖରାପ ରାସ୍ତାରେ ପାଦ ପକାଉଛନ୍ତି। ‌ଚୋରି, ଲୁଟ୍‌ ଭଳି ଅସାମାଜିକ କାମକୁ ଅଧିକ ଗୁରୁତ୍ବ ଦେଉଛନ୍ତି। କଳାହାଣ୍ଡି ଜିଲ୍ଲା ଏମ୍‌. ରାମପୁରରେ ୭ ଜଣ ନକଲି ପୁଲିସ ଲୁଟ୍‌ ପାଇଁ ଉଦ୍ୟମ କରିଛନ୍ତି।

ଆଜିକାଲିର ଯୁବପିଢ଼ି ବିନା ପରିଶ୍ରମରେ ରାତାରାତି ଅଧିକ ଧନ ଉପାର୍ଜନ କରିବାକୁ ଚାହୁଁଛନ୍ତି। ଏଥି ପାଇଁ ଖରାପ ରାସ୍ତାରେ ପାଦ ପକାଉଛନ୍ତି। ‌ଚୋରି, ଲୁଟ୍‌ ଭଳି ଅସାମାଜିକ କାମକୁ ଅଧିକ ଗୁରୁତ୍ବ ଦେଉଛନ୍ତି। କଳାହାଣ୍ଡି ଜିଲ୍ଲା ଏମ୍‌. ରାମପୁରରେ ୭ ଜଣ ନକଲି ପୁଲିସ ଲୁଟ୍‌ ପାଇଁ ଉଦ୍ୟମ କରିଛନ୍ତି।

64f48a3f-7a3e-4374-9387-ff7cc58f8071

ମଦନପୁର ରାମପୁର: ଲୁଟ୍‌ ପାଇଁ ଚୋରମାନେ ଅଭିନବ ଚିନ୍ତା କରୁଛନ୍ତି। କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକ ଅନ୍ତର୍ଗତ ଦେଡସୁଲି ପଞ୍ଚାୟତର ରୁବେନ ଗାଁରେ ଏକ ଅଭାବନୀୟ ଲୁଟ୍‌ ଉଦ୍ୟମକୁ ଗାଁ ଲୋକେ ପଣ୍ଡ କରିଛନ୍ତି। ପୁଲିସ ବେଶଧାରୀ କିଛି ଲୁଟେରାଙ୍କୁ ଅସନି ପୁଲିସରେ ଜିମା ଦେଇଥିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ଏହି ଖବର ପଢ଼ନ୍ତୁ: ଗ୍ରାହକ କେନ୍ଦ୍ର କର୍ମଚାରୀଙ୍କୁ ମାରଣାସ୍ତ୍ର ଦେଖାଇ ଲୁଟିନେଲେ ୨ ଲକ୍ଷ ଟଙ୍କା

ସୂଚନାରୁ ପ୍ରକାଶ ଯେ ରୁବେନ ଗ୍ରାମର ରିପା ମାଝୀଙ୍କ ଘରେ ଗତରାତିରେ ପୁଲିସ ପୋଶାକ ପିନ୍ଧି ୭ ଯୁବକ ପ୍ରବେଶ କରିଥିଲେ। ଏହି ନକଲି ପୁଲିସବେଶଧାରୀ ଯୁବକମାନେ ହାତରେ ଠେଙ୍ଗା ଓ ଛୁରା ଧରି ଆସି କବାଟ ପିଟି ଡାକିଥିଲେ। କବାଟ ଖୋଲିବାରୁ ସେହି ନକଲି ପୁଲିସମାନେ ଆରୋପ ଲଗାଇ କହିଥିଲେ ଯେ ଦୁଇଜଣ ଯୁବକ-ଯୁବତୀ ଫେରାର ହୋଇ ତମଘରେ ଲୁଚିଛନ୍ତି। ଏହି ଖବର ପାଇ ଆମେ ତମ ଘର ତାଲାସୀ କରିବାକୁ ଆସିଛୁ। ଏମିତି କହି ତାଙ୍କୁ ଡରାଇ ଧମକାଇ ଥିଲେ। ପରେ ଘର ଭିତରକୁ ପଶି ଗ୍ରୁପ ଋଣ ଆଣି ବାକ୍ସରେ ରଖିଥିବା ଦୁଇ ଲକ୍ଷ ଚାଳିଶ ହଜାର ଟଙ୍କା ଲୁଟି ଫେରାର ହେବାକୁ ଉଦ୍ୟମ କରିଥିଲେ।

ଏହି ଖବର ପଢ଼ନ୍ତୁ: ଯୁବକଙ୍କ ମୃତ୍ୟୁ ପରେ ରାସ୍ତା ଉପରେ ଶବ ରାସ୍ତାରୋକ

ଗାଁ ଲୋକେ ଜାଣିପାରି ସେହି ନକଲି ପୁଲିସ ବେଶଧାରୀ ଯୁବକମାନଙ୍କୁ କାବୁ କରିବାର ଉଦ୍ୟମ କରିବା ବେଳେ ୪ ଜଣ ଫେରାର ହେବାରେ ସଫଳ ହୋଇଥିଲେ। କିନ୍ତୁ ଅନ୍ୟ ତିନିଜଣ ଗାଁ ଲୋକଙ୍କର ହାତରୁ ଖସିପାରି ନଥିଲେ।

70be99bc-d5d5-4c72-ac01-54aec3c0520b

ଏହି ଘଟଣା ଗାଁ ଲୋକେ ଜାଣିପାରି ସେହି ନକଲି ପୁଲିସ ବେଶଧାରୀ ଯୁବକମାନଙ୍କୁ କାବୁ କରିବାର ଉଦ୍ୟମ କରିବା ବେଳେ ୪ ଜଣ ଫେରାର ହେବାରେ ସଫଳ ହୋଇଥିଲେ। କିନ୍ତୁ ଅନ୍ୟ ତିନିଜଣ ଗାଁ ଲୋକଙ୍କର ହାତରୁ ଖସିପାରି ନଥିଲେ। କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକର ପିନ୍ଟୁ ସେଠୀ (୨୮), ଆଶିଷ ଦିଗାଲ (୨୮) ଓ ପକାରି ଗାଁର ସୁଧାକର ବଳିଆର ସିଂ (୩୨) ବୋଲି ଜଣାପଡିଛି। ସେମାନଙ୍କୁ ମଦନପୁର ରାମପୁର ପୁଲିସର ଜିମା ଦିଆଯାଇଛି। ପୁଲିସ ସେମାନଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି।

ଏହି ଖବର ପଢ଼ନ୍ତୁ: ଦୁବାଇରେ ବସିଥିବା ପାକିସ୍ତାନୀ ଡନ ଦେଲା ମିଥୁନଙ୍କୁ ହତ୍ୟା ଧମକ

ଦେଢ଼ସୁଲି ପଞ୍ଚାୟତ ଏକ ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳ ହୋଇଥିବାବେଳେ ଲୋକଙ୍କ ଆର୍ଥିକ ସ୍ଥିତି ମଧ୍ୟ ସେତେ ଭଲ ନୁହେଁ। ଆଜିକା ସମୟରେ କିଛି ଲୋକ ଋଣ ବାଡ଼ି ଆଣି ନିଜ ଆର୍ଥିକ ସ୍ଥିତିକୁ ଉନ୍ନତ କରିବାକୁ ପ୍ରୟାସ ଜାରି ରଖିଥିବାବେଳେ ଏଭଳି ଘଟଣା ଯୋଗୁ ଲୋକଙ୍କ ମନରେ ଛନକା ପଶି ଯାଇଛି। ରିପା ମଝି ଗ୍ରୁପ ଋଣ ଆଣିଥିବା କଥା ଲୁଟେରା ମାନେ ଜାଣିଲେ କିପରି? ଏହା ପଛରେ କୌଣସି ରାକେଟ କାମ କରୁଛି କି? ଉଚିତ୍ ତଦନ୍ତ ସହିତ ଫେରାର ଥିବା ଲୁଟେରାଙ୍କୁ ଧରି ଦୃଢ଼ କାର୍ଯ୍ୟାନୁଷ୍ଠାନ ହେଉ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚା ଚାଲିଛି। 

ଏହି ଖବର ପଢ଼ନ୍ତୁ: ‘ସୁରଭି’ରେ ଯୋଗ ଦେବେ ୨୦୦୦ରୁ ଊର୍ଦ୍ଧ୍ଵ ଛାତ୍ରଛାତ୍ରୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe