ଲଜ୍ଜା! ୩ମାସ ଧରି ନାବାଳିକାକୁ ଦୁଷ୍କର୍ମ କରିବା ଅଭିଯୋଗରେ ୭ଜଣଙ୍କୁ ଗିରଫ କଲା ପୁଲିସ

Advertisment
ଲଜ୍ଜା! ୩ମାସ ଧରି ନାବାଳିକାକୁ ଦୁଷ୍କର୍ମ କରିବା ଅଭିଯୋଗରେ ୭ଜଣଙ୍କୁ ଗିରଫ କଲା ପୁଲିସ

timesnownews.com

ଅହମ୍ମଦାବାଦ୍: ଜଣେ ୧୩ବର୍ଷୀୟା ନାବାଳିକା ସହ ଗଣଦୁଷ୍କର୍ମ ଭଳି ଅପରାଧ କରିଥିବା ୭ଜଣ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ। ଅଭିଯୁକ୍ତମାନଙ୍କର ବୟସ ୨୩ରୁ ୫୫ବର୍ଷ ବୟସ ମଧ୍ୟରେ ହୋଇଥିବା ବେଳେ ୩ମାସ ମଧ୍ୟରେ ପୀଡ଼ିତାଙ୍କ ସହ ଅନେକ ଥର ଦୁଷ୍କର୍ମ କରିଥିଲେ ଅଭିଯୁକ୍ତମାନେ। ଘଟଣାଟି ଗୁଜୁରାଟର ସୁରଟ ଜିଲ୍ଲାରେ ଘଟିଥିବା ବେଳେ ଜିଲ୍ଲାର ବରାଛା, ଉଦ୍ଧନା ଏବଂ ଉନ୍ନନ ସହରରେ ପୀଡ଼ିତାଙ୍କ ସହ ଦୁଷ୍କର୍ମ ହୋଇଥିଲା।

ତେବେ, ଅଭିଯୁକ୍ତମାନେ ପୀଡ଼ିତାଙ୍କ ବାପାଙ୍କୁ ହତ୍ୟା କରିବାର ଧମକ ଦେଇ ତାଙ୍କୁ ପୁଲିସରେ ଅଭିଯୋଗ କରିବାରୁ ରୋକୁଥିଲେ। କିନ୍ତୁ ୩ମାସ ପରେ ପୀଡ଼ିତା ନିଜ ପରିବାର ଲୋକଙ୍କୁ ସବୁ ଜଣାଇବା ପରେ ଏବେ ଘଟଣାଟି ସାମ୍ନାକୁ ଆସିଛି। ’ଟାଇମ୍ସ ଅଫ ଇଣ୍ଡିଆ’ର ରିପୋର୍ଟ ଅନୁସାରେ, ଅଭିଯୁକ୍ତମାନେ ହେଲେ ଭାରତ କରସନ ଭଖର, ଯୋଗେଶ ମନସୁଖ୍ ସେନଜାଲିଆ, ସୁନୀଲ ବାବୁ ବାଘେଲା, କୌଶିକ୍ ମନସୁଖ୍ ସେନଜାଲିଆ, ଭାରତ ଜସମତ, ଜଗଦୀଶ ମୋହନ ଏବଂ ସନ୍ଦୀପ ଶିବରାମ ଗୁପ୍ତା। ସମସ୍ତ ଅଭିଯୁକ୍ତଙ୍କୁ ପୁଲିସ ପୋକ୍ସୋ ଆକ୍ଟ ଅନୁଯାୟୀ ଗିରଫ କରିଛି।

Image result for rape लल्लूराम

ପୁଲିସ ଦେଇଥିବା ସୂଚନା ମୁତାବକ, ପୀଡ଼ିତାଙ୍କ ବାପା ଭାରତ କରସନ ଭଖରଙ୍କ ଠାରୁ ପତ୍ନୀଙ୍କ ଚିକିତ୍ସା ପାଇଁ ୫,୦୦୦ଟଙ୍କା ଆଣିଥିଲେ। ଏହା ପରେ ଭାରତ କରସନ ଭଖର ପୀଡ଼ିତାଙ୍କ ପାଇଁ କାମ ଖୋଜିଛି ବୋଲି କହି ତାଙ୍କୁ ୩ମାସ ପାଇଁ ଘରୁ ନେଇ ଯାଇଥିଲା। ଏହା ପରେ ଅନ୍ୟ ୬ଜଣଙ୍କ ସହ ମିଶି ତାଙ୍କ ସହ ଦୁଷ୍କର୍ମ ଭଳି ଅପରାଧ କରିଥିଲା। ୩ମାସ ମଧ୍ୟରେ ଭାରତ କରସନ ଭଖର ପୀଡ଼ିତାଙ୍କୁ ବେଶ୍ୟାବୃତ୍ତିରେ ମଧ୍ୟ ନିୟୋଜିତ କର‌ାଇଥିବା ନେଇ ଏବେ ତଦନ୍ତ କାଳରେ ଜଣା ପଡ଼ିଛି। ୩ମାସ ପରେ ପୀଡ଼ିତା ବହୁ କଷ୍ଟରେ ଭାରତ କରସନ ଭଖରଙ୍କ କବଳରୁ ମୁକୁଳି ଆସି ପରିବାର ଲୋକଙ୍କୁ ପୂରା ଘଟଣା ଜଣାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe