ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଘଟଣାଟି ହେଉଛି ଉତ୍ତରପ୍ରଦେଶର ଗଜିଆବାଦ୍ ଜିଲ୍ଲାର। ଜିଲ୍ଲାରୁ ପୁଲିସ୍ ଏକ ୭ ବର୍ଷୀୟା ଝିଅର ମୃତ ଶରୀର ଉଦ୍ଧାର କରିଛି। ତେବେ ଆଶ୍ଚର୍ଯ୍ୟର କଥା ହେଉଛି ମୃତ ଶରୀରଟି ଗଜିଆବାଦ୍ ଜିଲ୍ଲାରେ ଥିବା ମୁରୁଦାନଗରର ଏକ ସମ୍ଜିଦ୍ ଛାତ ଉପରୁ ଉଦ୍ଧାର ହୋଇଛି। ମସ୍ଜିଦ୍ ପରି ଏକ ଧାର୍ମିକ ସ୍ଥାନରୁ କାହାର ମୃତ ଦେହ ମିଳିବା ଘଟଣା ଏବେ ସଂପୃକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।
ଏହି ଘଟଣାର ପୁଲିସ୍ ପ୍ରାଥମିକ ତଦନ୍ତ କରି ଜାଣିବାକୁ ପାଇଛି ଯେ ଝିଅଟିର ଗଳା ଚିପା ଯାଇ ହତ୍ୟା କରାଯାଇଛି। ପୁଲିସ୍ ଝିଅଟିର ମୃତ ଦେହ ପାଇବା ପରେ ଏଏନ୍ଆଇ ପକ୍ଷରୁ ଯାଇ ରିପୋର୍ଟର ସେଠାରେ ପହଞ୍ଚିଥିଲେ। ଏ ସଂପର୍କରେ ପୁଲିସ୍ ଅଧିକାରୀ ରିପୋର୍ଟରୁ ସୂଚନା ପ୍ରଦାନ କରିଛନ୍ତି।
Follow Us