ପିଲା ଚୋରଣୀ ସନ୍ଦେହରେ ୭୦ ବର୍ଷୀୟ ବିହାରୀ ବୃଦ୍ଧାଙ୍କୁ ପିଟି ପିଟି ହତ୍ୟା

Advertisment
ପିଲା ଚୋରଣୀ ସନ୍ଦେହରେ ୭୦ ବର୍ଷୀୟ ବିହାରୀ ବୃଦ୍ଧାଙ୍କୁ ପିଟି ପିଟି ହତ୍ୟା

Image Courtesy of The Times of India

ପାଟନା: ଶନିବାର ଦିନ ବିହାରର ନୱଦା ଏବଂ ଗୟା ଜିଲ୍ଲା ସୀମାନ୍ତରେ ପିଲା ଚୋରଣୀ ବୋଲି ‌ସନ୍ଦେହ କରି ଜ‌େଣେ ୭୦ ବର୍ଷୀୟ ବୃଦ୍ଧାଙ୍କୁ ପିଟି ପିଟି ହତ୍ୟା କରାଯାଇଛି। ମୃତା ବୃଦ୍ଧାଜଣକ ହେଉଛନ୍ତି ନୱାଦା ଅଞ୍ଚଳର ସିର୍ଦାଲା ଥାନା ବାସିନ୍ଦା ଶାନ୍ତି ଦେବୀ।

ଫତେପୁର ଥାନା ଅଞ୍ଚଳର ନାଗ୍‌ୱା ଗାଁରେ ଘଟିଥିବା ଏହି ଘଟଣାରେ ପୁଲିସ କେତେକ ସନ୍ଦିଗ୍ଧଙ୍କୁ ଅଟକ ରଖିଛି ଏବଂ ଅନ୍ୟ ସନ୍ଦିଗ୍ଧଙ୍କୁ ଧରିବାକୁ ତଲାସ ଆରମ୍ଭ କରିଛି।

ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଥିବା ସତ୍ୟ ବୋଲି ମନେହେଉଥିବା ଉକ୍ତ ଘଟଣାର ଭିଡିଓରେ ଦେଖାଯାଉଛି ପୀଡ଼ିତାଙ୍କୁ ପିଲାଏ ଓ ଲୋକେ ପିଟାପିଟି କରୁଛନ୍ତି।

publive-image Image Courtesy of Hindustan Times

ଗାଁକୁ ପିଲାଚୋର ଆସି କେତେକ ପିଲାଙ୍କୁ ନେଇଯାଇଛି ବୋଲି ଗୁଜବ ଉଠିବା ପରେ ଘଟଣାଟି ଘଟିଛି। ପ୍ରଥମ ଥର ପାଇଁ ସେ ଅଞ୍ଚଳକୁ ଯାଇଥିବା ବୃଦ୍ଧାଙ୍କୁ ସନ୍ଦେହ କରି ଲୋକେ ଅଟକାଇଥିଲେ। ପୀଡ଼ିତାଙ୍କ ଝିଅ ନୀଲୁ ଦେବୀ କହିବା ଅନୁସାରେ, ତାଙ୍କ ମାଆ ଆଙ୍ଗ୍ରା ଗାଁ ଠାରୁ ୫ କିଲୋମିଟର୍ ଦୂର ନାଗୱାନ ବଜାରକୁ ଯାଇ ସନ୍ଧ୍ୟା ସୁଦ୍ଧା ଫେରି ନ ଥିଲେ। ମା’ ସିର୍ଦଳା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ‌ହୋଇଛନ୍ତି ବୋଲି ସନ୍ଧ୍ୟା ପ୍ରାୟ ୭ଟା ବେଳେ ତାଙ୍କୁ ଖବର ମିଳିଲା। ପରିବାରର ଅନ୍ୟ ସଦସ୍ୟମାନଙ୍କ ସହ ତୁରନ୍ତ ସେ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇ ଦେଖିଲେ ମା’ଙ୍କ ଅବସ୍ଥା ସଙ୍କଟାପନ୍ନ। ପରେ ଶାନ୍ତି ଦେବୀଙ୍କୁ ସଦର ହସ୍ପିଟାଲ୍‌କୁ ନିଆଯାଇଥିଲା। ସେଠାରେ ଚିକିତ୍ସା ଚାଲିଥିବା ବ‌େଳେ ଶୁକ୍ରବାର ବିଳମ୍ବିତ ରାତ୍ରୀରେ ତାଙ୍କର ମୃତ୍ୟୁ ‌ହୋଇଯାଇଥିଲା।

ଘଟଣାଟି ଫତେପୁର ଥାନାଞ୍ଚଳରେ ଘଟିଥିବା ସିର୍ଦଳା ଷ୍ଟେସନ୍ ହାଉସ୍ ଅଫିସର୍ ଆଶିଷ କୁମାର ମିଶ୍ର ଦାବି କରୁଥିବା ବ‌େଳେ ଫତେପୁର ଷ୍ଟେସନ୍ ହାଉସ୍ ଅଫିସର୍ ଭରତ ଶାହା କହିଛନ୍ତି ଯେ, ଘଟଣାଟି ଅନ୍ୟ ଗୋଟାଏ ଗାଁରେ ଘଟିଛି।

ଫେରାର ଅଭିଯୁକ୍ତଙ୍କୁ ଧରିବା ନିମନ୍ତେ ଏକାଧିକ ପୁଲିସ ଟିମ୍‌ ଗଠନ କରାଯାଇଛି। ଗୟା ରେଞ୍ଚ୍‌ ଆଇଜି ରାକେଶ ରଥୀ କହିଛନ୍ତି, ସେମାନଙ୍କ ବିରୋଧରେ ଆମେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe