ବିଜୟଓ୍ଵାଡ଼ା ରେଳ ଷ୍ଟେସନ୍‌ରେ ଗଣଦୁଷ୍କର୍ମର ଶିକାର ହେଲେ ୭୦ ବର୍ଷୀୟା ମହିଳା

Advertisment
ବିଜୟଓ୍ଵାଡ଼ା ରେଳ ଷ୍ଟେସନ୍‌ରେ ଗଣଦୁଷ୍କର୍ମର ଶିକାର ହେଲେ ୭୦ ବର୍ଷୀୟା ମହିଳା

quora.com

ବିଜୟଓ୍ଵାଡା: ଆନ୍ଧ୍ରପ୍ରଦେଶର ବିଜୟଓ୍ଵାଡ଼ା ରେଳ ଷ୍ଟେସନ୍‌ରେ ମଙ୍ଗଳବାର ବିଳମ୍ବିତ ରାତିରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଷ୍ଟେସନ୍‌ ପରିସରରେ କିଛି ଅଜଣା ବ୍ୟକ୍ତି ମିଶି ଜଣେ ୭୦ ବର୍ଷୀୟା ବୃଦ୍ଧାଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଷ୍ଟେସନ୍‌ ନିକଟବର୍ତ୍ତୀ ଅଞ୍ଚଳରେ ରହୁଥିବା କିଛି ଅସାମାଜିକ ବ୍ୟକ୍ତି ଏପରି ଘଟାଇ ଥାଇପାରନ୍ତି ବୋଲି ପୁଲିସ୍‌ ସନ୍ଦେହ କରୁଛି।

କ୍ରିଷ୍ଣା ଜିଲ୍ଲାର ଭୟୁରର ବାସିନ୍ଦା ଏହି ବୟସ୍କା ମହିଳାଙ୍କ ସ୍ୱାମୀ ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇବା ପରେ ସେ ବିଜୟଓ୍ଵାଡ଼ାରେ ରହନ୍ତି। ସେ ତାଙ୍କ ଜୀବିକା ନିର୍ବାହ କରିବା ପାଇଁ ବିଜୟଓ୍ଵାଡା ଷ୍ଟେସନ୍‌ ନିକଟବର୍ତ୍ତୀ ଅଞ୍ଚଳରେ ମାଛ ବେପାର କରନ୍ତି।

ଦୁଷ୍କର୍ମକାରୀମାନେ ମହିଳାଙ୍କ ସହ ଗଣଦୁଷ୍କର୍ମ କରି ସେଠାରେ ରେଳ ଧାରଣାରେ ପକାଇ ଦେଇ ଯାଇଥିଲେ। ବିଳମ୍ବିତ ରାତ୍ରୀରେ ତାଙ୍କୁ ଜଣେ ଯାତ୍ରୀ ଓ ସଫେଇ କର୍ମୀ ପ୍ରଥମେ ଦେଖିବା ପରେ ରେଳବାଇ ପୁଲିସ୍‌କୁ ଖବର ଦେଇଥିଲେ।

publive-image http://www.newindianexpress.com

ଘଟଣାସ୍ଥଳରେ ରେଳବାଇ ପୁଲିସ୍‌ ପହଞ୍ଚି ୮ ନମ୍ବର ପ୍ଲାଟଫର୍ମରୁ ମହିଳାଙ୍କୁ ଉଲଗ୍ନ ଅବସ୍ଥାରେ ଉଦ୍ଧାର କରିଥିଲା। ତାଙ୍କ ଶରୀରରେ ଅନେକ ସ୍ଥାନରେ କ୍ଷତ ଦେଖିବା ପରେ ତାଙ୍କ ସହ ଗଣଦୁଷ୍କର୍ମ ହୋଇଛି ବୋଲି ପୁଲିସ୍‌ ଅନୁମାନ ଲଗାଇଥିଲା।

ମହିଳାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ସରକାରୀ ହସ୍ପିଟାଲ୍‌କୁ ନିଆଯାଇଛି। ମହିଳାଙ୍କ ବେକ, ଛାତି ଓ ବ୍ୟକ୍ତିଗତ ଅଙ୍ଗରେ ବିଶେଷ ଆଘାତ ଲାଗିିଛି। ସେ ଏବେ ବି ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି।

ଏ ନେଇ ଏକ ମାମଲା ରୁଜୁ ହୋଇଛି। ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୁଲିସ୍‌ ସିସିଟିଭି କ୍ୟାମେରା ଫୁଟେଜ୍‌ ସଂଗ୍ରହ କରିଛି। ଏହି ସିସିଟିଭି ଫୁଟେଜ୍‌ରେ ଏକାଧିକ ଲୋକଙ୍କୁ ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe