୭୩ କିଲୋ ଗଞ୍ଜେଇ ସହ ଅଟୋ ଜବତ, ଜଣେ ଗିରଫ 

Advertisment

ନନ୍ଦପୁରରୁ ବିଶାଖାପାଟଣା ଭୟା ପାଡୁଆ

ନନ୍ଦପୁରରୁ ବିଶାଖାପାଟଣା ଭୟା ପାଡୁଆ

୭୩ କିଲୋ ଗଞ୍ଜେଇ ସହ ଅଟୋ ଜବତ, ଜଣେ ଗିରଫ 

କୋରାପୁଟ: କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକରୁ ଆନ୍ଧ୍ର ପ୍ରଦେଶର ବିଶାଖାପାଟଣାକୁ ଭୟା ପାଡୁଆ ଦେଇ ଚାଲାଣ ହେଉଛି ଗଞ୍ଜ‌େଇ। କୋରାପୁଟ ଅବକାରୀ ବିଭାଗ ପକ୍ଷରୁ ଚୋରା ଗଞ୍ଜେଇ ଚାଲଣ ବେଳେ ଜଣକୁ ଗିରଫ କରି କୋର୍ଟ ଚାଲଣକରିଛି। ଗଞ୍ଜେଇ ପରିବହନରେ ବ୍ୟବହୃତ ଅଟୋ ସହ ୭୩ କିଲୋ ୩୨୦ ଗ୍ରାମ ଗଞ୍ଜେଇ ଜବତ ହୋଇଛି। ଏହି ମାମଲାରେ ପୁଲିସ  ବିଶାଖାପାଟଣା ଜିଲା ଅନନ୍ତଗିରି ଥାନା ଶ୍ରୀଗମ କ୍ରିଷ୍ଣାମୂର୍ତ୍ତି (୧୯)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ମିଳିଥିବା ସୂଚନା ମୁତାବକ ପଡୁଆ ଥାନା ଅନର୍ଗତ ବାଇଲି ଗୁଡା ଗ୍ରାମ ନିକଟରେ ଏପି ୩୯ ଟିକ୍ୟୁ ୧୪୪୮ ନମ୍ବର ଏକ ଅଟୋ ଗଞ୍ଜେଇ ଲୋଡ଼ କରି ଆନ୍ଧ୍ରକୁ ଚାଲଣ କରୁଥିବାନେଇ ବି‌ଶେଷ ସୁତ୍ରରୁ ଖବର ମିଳିଥିଳା। ଅବକାରୀ ଅଧିକ୍ଷକ ମନୋଜ କୁମାର ସେଠୀଙ୍କ ନିର୍ଦେଶ କ୍ରମେ ଏସଆଇ ଦିଲ୍ଲୀପ କୁମାର ରଥ, ନନ୍ଦପୁର ଏସଆଇ ଖଗେଶ୍ଵର କୋଟା ସଦଳବେଳେ ଉକ୍ତ ଅଞ୍ଚଳରେ ପୂର୍ବ ସୂଚନା ଅନୁଯାଇ ପାଟ୍ରୋଲିଂକୁ କଡାକଡି କରିଥିଲେ। ଉକ୍ତ ଅଟୋଟି ବିଶାଖାପଟଣାକୁ ଯାଉଥିବା ବେଳେ ତାକୁ ଧରିଥିଲାବେଳେ ମାଜିଷ୍ଟ୍ର‌େଟ ଉପସ୍ତିତିରେ ଯାଞ୍ଚ କରାଯାଇଥିଲା। ଏହି ସମୟରେ ଗଞ୍ଜଇେ ରହିଥିବା ଦେଖିବାକୁ ମିଳିଥିଲା।ଏ ହି ସମୟରେ ଅବକାରୀ ବିଭାଗ ଷ୍ଟାଫ ଆର. ଭେଙ୍କଟ କୁମାର, ତ୍ରିଲୋଚନ ରାଇଚେଟି, ରାମଚନ୍ଦ୍ର ଗୌଡ଼, ପ୍ରଶାନ୍ତ ନାୟକ, ପ୍ରଶାନ୍ତ ଗୌଡ଼, ଦିଲୀପ କୁମାର ଦଳାଇ, କପିଳ ସାହୁ, ଉମର ଫାରୁକୁ ଓ ଆଲୋକ କୁମାର ଦାଶ  ପ୍ରମୁଖ ରହିଥିଲେ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe