ପୁଅ ବୟସର ଯୁବକ ସହ ଅନୈତିକ ସଂପର୍କ ରଖିଥିବା ସନ୍ଦେହ କରି ୬୮ବର୍ଷୀୟା ପତ୍ନୀଙ୍କ ହାତ ଭାଙ୍ଗିଦେଲେ ୭୮ବର୍ଷୀୟ ବୃଦ୍ଧ

Advertisment
ପୁଅ ବୟସର ଯୁବକ ସହ ଅନୈତିକ ସଂପର୍କ ରଖିଥିବା ସନ୍ଦେହ କରି ୬୮ବର୍ଷୀୟା ପତ୍ନୀଙ୍କ ହାତ ଭାଙ୍ଗିଦେଲେ ୭୮ବର୍ଷୀୟ ବୃଦ୍ଧ

ବେଙ୍ଗାଲୁରୁ: ଜଣେ ମଣିଷ ମନରେ ସନ୍ଦେହ ଆସିଲେ ସେ କିଛି ବି କରିବାକୁ ପଛାଏ ନାହିଁ । ଏହି ସନ୍ଦେହ ପାଇଁ ଅନେକ ବଡ଼ ବଡ଼ ଘର ଭାଙ୍ଗିଯିବା ସହ ଅନେକ ପବିତ୍ର ସଂପର୍କ ଭାଙ୍ଗିଯାଏ । ଏମିତି କି ସନ୍ଦେହ ପାଇଁ ଲୋକେ ଅନ୍ୟକୁ ହତ୍ୟା କରିବା ବା ଆଘାତ ଦେବା ପାଇଁ ମଧ୍ୟ ପଛାନ୍ତି ନାହିଁ । ବେଙ୍ଗାଲୁରୁରେ ମଧ୍ୟ ସେଭଳି ଏକ ଘଟଣା ଘଟିଥିବାର ଦେଖିବାକୁ ମିଳିଛି । ଏଠାରେ ରହୁଥିବା ଜଣେ ୭୮ବର୍ଷୀୟ ବୃଦ୍ଧ ଅନୈତିକ ସଂପର୍କ ଥିବା ସନ୍ଦେହ କରି ନିଜ ୬୮ବର୍ଷୀୟା ପତ୍ନୀଙ୍କ ହାତ ଭାଙ୍ଗି ଦେଇଥିବା ଜଣା ପଡ଼ିଛି । ବୃଦ୍ଧା ଜଣଙ୍କ ନିଜ ଘରେ ଭଡ଼ା ରହୁଥିବା ଯୁବକଙ୍କୁ ରେ‌ାଷେଇ କରିବାରେ ସାହାଯ୍ୟ କରୁଥିବାରୁ ତାଙ୍କ ସ୍ବାମୀ ଅନୈତିକ ସଂପର୍କ ଥିବା ସନ୍ଦେହ କରିଥିଲେ। ଏହା ପରେ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହେବାରୁ ୭୮ବର୍ଷୀୟ ବୃଦ୍ଧ ନିଜ ପତ୍ନୀଙ୍କୁ ମାଡ଼ ମାରି ତାଙ୍କ ହାତ ଭାଙ୍ଗି ଦେଇଥିଲେ ।

Bengaluru domestic violence indiatoday

ମିଳିଥିବା ସୂଚନା ମୁତାବକ, ବୃଦ୍ଧଙ୍କ ଘରେ ଭଡ଼ା ରହୁଥିବା ୩୪ବର୍ଷୀୟ ଯୁବକଙ୍କ ପତ୍ନୀ ଗର୍ଭବତୀ ଥିବାରୁ ନିଜ ବାପ ଘରକୁ ଚାଲି ଯାଇଥିଲେ । ଏହା ପରେ ଯୁବକଙ୍କୁ ଖାଇବା ପିଇବାରେ ସମସ୍ୟ ହେଉଥିବା ଦେଖି ବୃଦ୍ଧା ତାଙ୍କୁ ସାହାଯ୍ୟ କରିବା ଆରମ୍ଭ କରିଥିଲା । ଲକଡାଉନ ସମୟରେ ବୃଦ୍ଧା ନିିଜ ପୁଅ ଭଳି ଯୁବକଙ୍କ ଖାଇବା ପିଇବା କଥା ବୁଝୁଥିଲେ ମଧ୍ୟ ତାଙ୍କ ସ୍ବାମୀ ସନ୍ଦେହ କରିବା ଆରମ୍ଭ କରିଥିଲେ। ଏହା ପରେ ସେ ତାଙ୍କୁ ଯୁବକଙ୍କ ସାହାଯ୍ୟ ନକରିବା ପାଇଁ କହିଥିଲେ। ବୃଦ୍ଧା ତାଙ୍କ କଥା ନମାନିବାରୁ ରା‌ଗରେ ସେ ମାଡ଼ ମାରି ତାଙ୍କ ହାତ ଭାଙ୍ଗି ଦେଇଥିଲେ । ପରେ ଏ ନେଇ ପରିହାର ହେଲପଲାଇନ ନମ୍ବରକୁ କଲ୍ କରି ସାହାଯ୍ୟ ମାଗିଥିଲେ ବୃଦ୍ଧା। ଖବର ପାଇ ପରିହାର ପରାମର୍ଶଦାତା ବୃଦ୍ଧଙ୍କୁ ଅନୈତିକ ସଂପର୍କ ନଥିବା କଥା ବୁଝାଇଥିଲେ ମଧ୍ୟ ସେ ମାନିବାକୁ ରାଜି ହୋଇ ନଥିଲେ, ଯାହା ପରେ ପରିହାର ପରାମର୍ଶଦାତା ବୃଦ୍ଧଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଜଣା ପଡ଼ିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe