ବାହାର ଦେଶକୁ ଯୁବତୀ ଚାଲାଣ କରୁଥିବା ୮ ଅଭିଯୁକ୍ତ ଗିରଫ

ବାହାର ଦେଶକୁ ଯୁବତୀ ଚାଲାଣ କରୁଥିବା ୮ ଅଭିଯୁକ୍ତ ଗିରଫ

ହରିଦ୍ୱାର: ନାବାଳିକାମାନଙ୍କୁ ବିବାହ ନାମରେ ବିଦେଶ ନେଇ ଯାଉଥିବା ୮ ଜଣଙ୍କୁ ଦରିଦ୍ୱାର ପୁଲିସ୍‌ ଗିରଫ କରିଛି। ଏମାନେ ସମସ୍ତେ ଓମାନ ଏବଂ କତରରେ ରହନ୍ତି ବୋଲି ସୂଚନା ରହିଛି। ଆରୋପୀମାନଙ୍କୁ ପୁଲିସ୍‌ ଧରି ପଚରାଉଚରା ଅରମ୍ଭ କରିଛି। ସମସ୍ତ ଅଭିଯୁକ୍ତମାନଙ୍କ ବୟସ ପାଖାପାଖି ୭୦ ହେବ। ଏମାନେ ଗରିବ ଝିଅମାନଙ୍କୁ ବାହର ଦେଶକୁ ନେଇ ବିକ୍ରି କରୁଥିବା ଜାଣିବାକୁ ମିଳିଛି।

ଉଲ୍ଲେଖଯୋଗ୍ୟ, ଏପରି ଘଟଣା ହରିଦ୍ୱାରରେ ପ୍ରଥମ ନୁହେଁ। ପୂର୍ବରୁ ବହୁ ଦଲାଲ୍‌ ନୀରିହ ଗରିବ ଝିଅମାନଙ୍କୁ କବ୍ଜା କରି ସେମାନଙ୍କୁ ଓମାନ ଓ ଭିନ୍ନ ଦେଶଗୁଡ଼ିକୁ ଚାଲାଣ କରୁଥିବା ଦେଖିବାକୁ ମିଳିଛି। କିଛି ଦିନ ତଳେ ଏକ ଖବର ଦେଖିବାକୁ ମିଳିଥିଲା ଯେ ହରିଦ୍ୱାରଜ ଜଣେ ବ୍ୟକ୍ତି ନିଜ ଝିଅକୁ ଓମାନର ଜଣେ ବୃଦ୍ଧଙ୍କୁ ବିକ୍ରି କରି ଦେଇଥିଲେ। ଏହି ମାମଲାରେ ପୁଲିସ୍‌ ଉକ୍ତ ଅଭିଯୁକ୍ତ ବାପାଙ୍କୁ ଗିରଫ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe