ନବରାତ୍ରିରେ ଆଠଦିନ ଉପବାସ ରହିବା ପରେ ୧୨ଥର ହାଣି ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ

Advertisment
ନବରାତ୍ରିରେ ଆଠଦିନ ଉପବାସ ରହିବା ପରେ ୧୨ଥର ହାଣି ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ

ନୂଆଦିଲ୍ଲୀ: ଛତିଶଗଡ଼ର ଅମ୍ବିକାପୁର ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନବରାତ୍ରିରେ ୮ ଦିନ ଉପବାସରେ ରହିବା ପରେ ସ୍ବାମୀ ପତ୍ନୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗକୁ କେନ୍ଦ୍ର କରି ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ବାମୀ ସ୍ତ୍ରୀକୁ ନରବଳି ଦେଇଥିବା କଥା ସନ୍ଦେହ କରୁଛି। କାରଣ ପ୍ରାଥମିକ ଅନୁସନ୍ଧାନରୁ ଅଭିଯୁକ୍ତ ଗୁଣିଗାରେଡି କରୁଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଗତ ଶୁକ୍ରବାର-ଶନିବାର ରାତିରେ ବ୍ୟକ୍ତିଜଣକ ଶାବଳରେ ପତ୍ନୀଙ୍କୁ ୧୨ରୁ ଅଧିକ ଥର ଆକ୍ରମଣ କରି ହତ୍ୟା କରିଛି। ଏହି ହତ୍ୟା ଘଟଣା ବିଷୟରେ ଖବର ପାଇ ପଡ଼ିଶାଘର ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଧରି ହେପାଜତକୁ ନେଇଛି। ପାରିପାର୍ଶ୍ବିକ ପରିସ୍ଥିତିକୁ ଦେଖି ଅଭିଯୁକ୍ତ ସ୍ବାମୀ ସ୍ତ୍ରୀକୁ ନରବଳି ଦେଇଥିବା ସନ୍ଦେହ କରାଯାଉଛି। ତେବେ ପୁଲିସର ପଚରାଉଚରା ସମୟ‌ରେ ଅଭିଯୁକ୍ତ ନିଜ ବୟାନ ବାରମ୍ବାର ବଦଳାଉଛି । ପୁଲିସ ବିଭିନ୍ନ ଦିଗରୁ ଏହି ହତ୍ୟା ଘଟଣାର ତଦନ୍ତ କରୁଛି।

पति ने की पत्नी की हत्या

ତେବେ ସ୍ଥାନୀୟଲୋକଙ୍କ କହିବାନୁସାରେ, ଗତ ରାତିରେ ଅଭିଯୁକ୍ତ ଘରକୁ କିଛି ଅତିଥି ଆସିଥିଲେ। ରାତିରେ ଖିଆପିଆ ସରିବା ପରେ ସମସ୍ତେ ଶୋଇବାକୁ ଚାଲିଯାଇଥିଲେ। ସକାଳେ ଯେତେବେଳେ ଅଭିଯୁକ୍ତର ବୋହୂ ଉଠିଥିଲେ ଆଉ ‌ସେ ଶାଶୁଙ୍କୁ ଖୋଜି ଥିଲେ ପାଇ ନ ଥିଲେ। ଝାଡ଼ୁ କରିବା ପାଇଁ ଠାକୁର ଘରକୁ ଯିବା ବେ‌ଳେ ସେ ସେଠାରେ ଶାଶୁଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଦେଖିଥିଲେ। । ସେ ଏନେଇ ନିଜ ସ୍ବାମୀଙ୍କୁ କହିଥିଲେ। ଏହାପରେ ଗ୍ରାମରେ କଥା ପ୍ରଘଟ ହେବାପରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe