ଦୁଇଗୋଷ୍ଠୀ ମଧ୍ୟରେ ସଂଘର୍ଷ : ୮ ଗୁରୁତର, ୩ ଅଟକ

Advertisment
ବାଲିପାଟଣା : ଜମିବାଡ଼ି ବିବାଦରୁ ଯୁବକଙ୍କୁ ଆକ୍ରମଣ

Photo by : patrika.com

ଧଉଳି : ଆଜି ସଂଧ୍ୟାରେ ଧଉଳି ଥାନା ଅନ୍ତର୍ଗତ ଶିଶୁପାଳଗଡ଼ ନାୟକ ସାହିରେ ଏକ ବିବାଦୀୟ ଜାଗାବାଡ଼ିକୁ ନେଇ ଦୁଇ ଗୋଷ୍ଠୀ ପରିବାରର ଲୋକଙ୍କ ମଧ୍ୟରେ ଭୀଷଣ ଗଣ୍ଡଗୋଳ ହୋଇଛି। ଦୁଇ ଗୋଷ୍ଠୀ ପରସ୍ପରକୁ ଠେଙ୍ଗା, ଲୁହାରଡ୍‌ ଓ ଧାରୁଆ ଅସ୍ତ୍ରରେ ଆକ୍ରମଣ, ପ୍ରତି ଆକ୍ରମଣ କରିବାରୁ ଉଭୟ ପକ୍ଷରୁ ୮ ଜଣ ଗୁରୁତର ଆହାତ ହୋଇଛନ୍ତି। କାହାର ମୁଣ୍ଡ ଓ ମୁହଁ ଓ କାନମୁଣ୍ଡା ଫାଟି କ୍ଷତାକ୍ତ ହୋଇଛି ତ ଆଉ କାହାର ହାତ ଓ ଗୋଡ଼ରେ ଗଭୀର ଆଘାତ ଲାଗିଛି। ଚିକିତ୍ସା ଲାଗି ପରିବାର ଲୋକ ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ଏ ସଂପର୍କରେ ଖବର ପାଇ ଧଉଳି ଥାନା ପୁଲିସ ସେଠାରେ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି। ଏଥିସହ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସାହିରେ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଉଭୟପକ୍ଷଙ୍କ ଅଭିଯୋଗକୁ ଆଧାର କରି ଏନେଇ ଥାନାରେ ପୃଥକ୍‌ ପୃଥକ୍‌ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ଜୟଦେବ ବିଶ୍ୱଜିତ୍‌ କହିଛନ୍ତି। ଶ୍ରୀ ବିଶ୍ୱଜତ୍‌ଙ୍କ କହିବାନୁଯାୟୀ ଥାନାରେ ହୋଇଥିବା ଅଭିଯୋଗ ମୁତାବକ, ସାହିରେ ଗୋଟିଏ ପକ୍ଷର ସ୍ଥିତିବାନ ଜମିକୁ ଦୀର୍ଘ ଦିନ ହେବ ରାସ୍ତା ଭାବେ ବ୍ୟବହାର ହେଉଥିଲା। ପକ୍ଷଭୁକ୍ତ ସଂପୃକ୍ତ ପରିବାର ଘର ନିର୍ମାଣ ପାଇଁ ଏହା ଦଖଲ କରିବାରୁ ସେମାନଙ୍କ ମଧ୍ୟରେ ଏଭଳି ଗୋଷ୍ଠୀ ଗଣ୍ଡଗୋଳର ସୂତ୍ରପାତ ହୋଇଛି। ଅନ୍ୟପକ୍ଷରେ ବିରୋଧୀ ଗୋଷ୍ଠୀ ପକ୍ଷରୁ ଏହା ସରକାରୀ ଜମି ବୋଲି ଦାବି ହୋଇଛି। ଅଭିଯୋକୁ ଆଧାର କରି ପୁଲିସ ଅଟକ ଅଭିଯୁକ୍ତମାନଙ୍କୁ ଅଧିକ ପଚରାଉଚରା କରିବା ସହିତ ଘଟଣାର ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe