୬ ଲୁଟେରା ଗିରଫ, ୮ ମୋବାଇଲ୍‌, ୫ ପାଣି ମଟର ଜବତ

ପାର୍କିଂକୁ କେନ୍ଦ୍ର କରି ପଡ଼ୋଶୀଙ୍କୁ କାମୁଡ଼ିଦେଲେ, ବାପା, ପୁଅ ସମେତ ୩ ଗିରଫ

image source- aajtak

ଖଣ୍ଡଗିରି: ଗୁରୁବାର ଖଣ୍ଡଗିରି ଥାନା ପୁଲିସ ୩ଟି ପୃଥକ ମାମଲାରେ ୬ ଜଣ ଲୁଟେରାଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ୮ଟି ମୋବାଇଲ୍ ଫୋନ୍‌ ଓ ୫ଟି ମଟର ଜବତ କରାଯାଇଛି। ପୁଲିସ ସୂଚନାନୁସାରେ ସ୍ଥାନୀୟ ଏକ ଘ‌ରୋଇ ହସ୍ପିଟାଲକୁ ଆସୁଥିବା ରୋଗୀ ସମ୍ପର୍କୀୟମାନଙ୍କୁ ଟାର୍ଗେଟ୍‌ କରି ଘାଟିକିଆ ଅଞ୍ଚଳର ଅମିତ୍ ନାଏକ(୨୬), ରଂଜନ ନାଏକ(୩୩) ଓ ଶ୍ରୀମନ୍ତ ସେଠୀ(୨୦) ସେମାନଙ୍କଠାରୁ ମୋବାଇଲ୍ ଓ ପର୍ସ ଆଦି ଲୁଟି ନିଅନ୍ତି। ବିଶେଷକରି ହସ୍ପିଟାଲରେ ରାତିରେ ରହୁଥିବା ରୋଗୀ ସମ୍ପର୍କୀୟମାନଙ୍କଠାରୁ ଏମାନେ ଲୁଟ୍‌ପାଟ୍‌ କରନ୍ତି। ଗତକାଲି ଭରତପୁରର ନିରଂଜନ ପ୍ରଧାନ ରାତିରେ ହସ୍ପିଟାଲ ବାରଣ୍ଡାରେ ବସିଥିବାବେଳେ ଅମିତ୍ ତାଙ୍କ ମୋବାଇଲ୍‌ ଲୁଟି ଖସି ପଳାଇଥିଲା। ଏନେଇ ନିରଂଜନ ଖଣ୍ଡଗିରି ଥାନାକୁ ଜଣାଇବା ପରେ ପୁଲିସ ସିସିଟିଭି ଫୁ‌ଟେଜ୍‌କୁ ଆଧାର କରି ଅମିତ ସମେତ ତିନିଜଣଙ୍କୁ ଗିରଫ କରିଥିଲା। ସେମାନଙ୍କ ନିକଟରୁ ୭ଟି ମୋବାଇଲ୍ ଫୋନ୍ ଜବତ କରାଯାଇଛି। ସେହିଭଳି ଗତକାଲି ସନ୍ଧ୍ୟାରେ ଜଗନ୍ନାଥ ବିହାରର ଦାଶରଥୀ ମିଶ୍ର ରୁଚିକା ମାର୍କେଟ୍‌ରୁ ଘରକୁ ଫେରୁଥିବାବେଳେ ଗୋବିନ୍ଦ ମାହାତୋ(୧୮) ତାଙ୍କ ‌ମୋବାଇଲ୍ ଫୋନ୍‌ ଝାମ୍ପି ନେଇ ଛୁ’ ମାରୁଥିଲା। କିନ୍ତୁ ଦାଶରଥୀ ପାଟି କରିବାରୁ ସ୍ଥାନୀୟ ଲୋକେ ଗୋବିନ୍ଦକୁ ଧରି ମାଡ଼ ମାରିବା ପରେ ଖଣ୍ଡଗିରି ପୁଲିସ ଜିମା ଦେଇଥିଲେ।

ଅନ୍ୟ ଏକ ମାମଲାରେ ଗତକାଲି ସନ୍ଧ୍ୟାରେ ଘାଟିକିଆ ଅଞ୍ଚଳର ଜୟକୃଷ୍ଣ ମାଝି(୨୩) ଓ କଳିଙ୍ଗନଗରରେ ରହୁଥିବା ଜଗତସିଂହପୁର କୁଜଙ୍ଗର ସ୍ବରୁପ ଦାସ(୩୬) ଏକ ନିର୍ମାଣାଧୀନ ଘରୁ ପାଣି ମଟର ‌ଚୋରି କରି ପଳାଉଥିବାବେଳେ ସ୍ଥାନୀୟ ଲୋକଙ୍କ ହାତରେ ଧରାପଡ଼ିଥିଲେ। ଖଣ୍ଡଗିରି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଗିରଫ କରିଥିଲା। ସେମାନଙ୍କଠାରୁ ୫ଟି ମଟର ଜବତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe