୮ବର୍ଷର ଶିଶୁ କରୋନା ରୋଗୀଙ୍କ ଶୌଚାଳୟ କଲା ସଫା

Advertisment
୮ବର୍ଷର ଶିଶୁ କରୋନା ରୋଗୀଙ୍କ ଶୌଚାଳୟ କଲା ସଫା

news18.com

ମୁମ୍ବାଇ : ମହାରାଷ୍ଟ୍ରର ବୁଲଢ଼ାଣାରୁ ଏକ ଅଭାବନୀୟ ଘଟଣା ସମ୍ନାକୁ ଆସିଛି। ଏଠାରେ ଜଣେ ୮ବର୍ଷର ଶିଶୁ ଦ୍ବାରା ଆଇସୋଲେସନ ସେଣ୍ଟରରେ ରହି ଚିକିତ୍ସିତ ହେଉଥିବା କରୋନା ରୋଗୀଙ୍କ ଶୌଚାଳୟ ସଫା କରାଯାଇଥିଲା। ଏହି ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେଲା ପରେ ପ୍ରଶାସନ ପଞ୍ଚାୟତ ସମିତି ଅଧିକାରୀଙ୍କୁ ନିଲମ୍ବନ କରି ଦେଇଛି।

ମରୋଡ ଗ୍ରାମରେ ପ୍ରଶାସନ କରୋନା ସଂକ୍ରମଣକୁ ଦେଖି ଜିଲ୍ଲା ପରିଷଦୀୟ ସ୍କୁଲକୁ ଆଇସୋଲେସନ କେନ୍ଦ୍ର କରିଛନ୍ତି। ଏଠାରେ କିଛି କରୋନା ସଂକ୍ରମିତ ରୋଗୀ ରହି ଚିକିତ୍ସିତ ହେଉଛନ୍ତି। ତେବେ ଗ୍ରାମ ସମିତିକୁ ସୂଚନା ମିଳିଥିଲା କି ଜିଲ୍ଲାଅଧିକାରୀ ଏହି କେନ୍ଦ୍ରକୁ ନୀରିକ୍ଷଣରେ ଆସୁଛନ୍ତି। ଏହି ସମୟରେ ସେଠାକାର ଶୌଚାଳୟ ଅପରିଷ୍କାର ଥିବା ବେଳେ ସଫା କରିବାକୁ ବି କେହି ନଥିଲେ। ଏଭଳି ପରିସ୍ଥିତିରେ ଗ୍ରାମ ସମିତିର ଜଣେ ଅଧିକାରୀ ୮ବର୍ଷ ଶିଶୁକୁ ଧମକାଇ ଶୌଚାଳୟ ସଫା କରିବାକୁ କହିଥିଲେ। ଭିଡିଓରେ ଶୁଣିବାକୁ ମିଳୁଛି କି ଅଧିକାରୀ ମରାଠୀ ଭାଷାରେ ଶିଶୁକୁ ସଫା କରିବାକୁ ନିର୍ଦେଶ ଦେଉଛନ୍ତି।

କୋଭିଡ ସଂକ୍ରମିତଙ୍କ ଶୌଚାଳୟ ସଫା କରିଥିବା ଶିଶୁର କହିବାନୁସାରେ, ସେ ପ୍ରଥମେ ଏହି କାମ କରିବାକୁ ମନା କରିଥିଲା। ମନା କରିବାରୁ ନିଲମ୍ବନ ହୋଇଥିବା ଅଧିକାରୀ ତାକୁ ମାଡ଼ ମାରିବେ  କହିଥିଲେ। ଶୌଚାଳୟ ସଫା କରି ସାରିବା ପରେ ପଞ୍ଚାୟତ ସମିତି ଅଧିକାରୀ ତାକୁ ୫୦ ଟଙ୍କା ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe