ମୁମ୍ବାଇ: ଏଣିକି ଦୁଷ୍କର୍ମକାରୀଙ୍କୁ କଠୋର ଦଣ୍ଡ ଦିଆଯିବା ନେଇ ଅନେକ ନିୟମ ଓ ଆଇନ ଆସିଲାଣି। ଏହା ସତ୍ତ୍ୱେ ଏହି ଦୁଷ୍କର୍ମ ଘଟଣା ହ୍ରାସ ପାଇବା ବଦଳରେ ବୃଦ୍ଧି ପାଇବାରେ ଲାଗିଛି। ସମୟସମୟରେ ତ ଦୁଷ୍କର୍ମ ଘଟଣାକୁ ନେଇ ଏମିିତି ଖବରମାନ ସାମ୍ନାକୁ ଆସିଥାଏ, ଯାହାକୁ ଶୁଣିଲେ ବା ପଢ଼ିଲେ ଲୋମମୂଳ ଟାଙ୍କୁରି ଉଠିଥାଏ। ମନରେ ପ୍ରଶ୍ନ ଆସିଥାଏ ମନୁଷ୍ୟ ନିଜ ଶରୀରର ଭୋକ ମେଣ୍ଟାଇବା ପାଇଁ ଏତେ ତଳକୁ ବି ଖସି ଯାଇପାରେ? ଏମିତି ଏକ ଘଟଣା ଚେନ୍ନାଇର ବେଲପୁରମଠାରେ ଘଟିଛି। ଏଠାରେ ଜଣେ ନାବାଳିକା ୧୬ଜଣ ସମ୍ପର୍କୀୟଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇ ଶେଷରେ ସବୁଦିନ ପାଇଁ ଆଖି ବୁଜି ଦେଇଛନ୍ତି।
The Logical Indianପୁଲିସ ସୂତ୍ରରୁ ପ୍ରକାଶ, ନାବାଳିକା ସ୍ମିତା (ଛଦ୍ମନାମ) ଚେନ୍ନାଇରେ ମା’, ଭଉଣୀ ଓ ସାବତ ବାପାଙ୍କ ସହିତ ରହୁଥିଲେ। ଗତ ଗୁରୁବାର ଘରେ ଥିବା ବେଳେ ସ୍ମିତାଙ୍କ ପେଟରେ ଯନ୍ତ୍ରଣା ହେବା ସହ ସେ ଗାଧୁଆ ଘରେ ପଡ଼ି ଯାଇଥିଲେ। ଗାଧୁଆ ଘରୁ ବାହାରିବା ବିଳମ୍ବ ଦେଖି ମା‘-ବାପା ଓ ପଡ଼ିଶାଘର ଲୋକେ ଦ୍ୱାର ଭାଙ୍ଗି ଭିତରୁ ପଶିଥିଲେ। ସେଠାରେ ସ୍ମିତା ଅଚେତ ଅବସ୍ଥାରେ ପଡ଼ି ରହିଥିଲେ। ସଙ୍ଗେସଙ୍ଗେ ତାଙ୍କୁ ଚିକିତ୍ସା ପାଇଁ ଚେନ୍ନାଇ ହସ୍ପିଟାଲ୍ ନିଆ ଯାଇଥିଲେ ହେଁ, ଡାକ୍ତର ତାଙ୍କୁ ସେଠାରେ ମୃତ ବୋଲି ଘୋଷଣା କରିଥିଲେ। ଝିଅର ମୃତ୍ୟୁ କିପରି ହେଲା ତାହାକୁ ନେଇ ଏଯାବତ କିଛି ସ୍ପଷ୍ଟ ରିପୋର୍ଟ ମିଳି ପାରି ନାହିଁ। ପୁଲିସକୁ ସ୍ମିତାଙ୍କ ଶବବ୍ୟବଚ୍ଛେଦ ରିପୋର୍ଟର ଅପେକ୍ଷା ରହିଛି।
ମୃତ ସ୍ମିତାଙ୍କ ସାବତ ପିତାଙ୍କ କହିବାନୁସାରେ, ମୋ ଝିଅ ବଡ଼ ସାହସିନୀ ଥିଲା। ସେ ବଡ଼ ହୋଇ ଜଣେ ପୁଲିସ ଅଧିକାରୀ ହେବାର ସ୍ୱପ୍ନ ଦେଖିଥିଲା।
The Economic Timesପୁଲିସ ସୂତ୍ରରୁ ପ୍ରକାଶ, ସ୍ମିତା କିଛିଦିନ ହେବ ପେଟର ଯନ୍ତ୍ରଣା ସହ ଜ୍ୱରରେ ପୀଡିତ ଥିଲେ। ସ୍ମିତା ମୃତ୍ୟୁ ଘଟଣାକୁ ନେଇ ପୁଲିସ ଆଇପିସି ଧାରା ୧୭୪ ଆଧାରରେ ମାମଲା ରୁଜୁ କରିଛି। ଅଭିଯୋଗ ହୋଇଛି କି, ୩ୟ ଶ୍ରେଣୀରେ ପଢୁଥିବା ଆଠବର୍ଷର ଝିଅ ସ୍ମିତାଙ୍କ ସହିତ ଦୁଇବର୍ଷ ହେବ ଦୁଷ୍କର୍ମ କରାଯାଇଛି।
ତେବେ ଗତବର୍ଷ ସ୍ମିତାଙ୍କ ମା’ ଅଭିଯୋଗ କରି କହିଥିଲେ, ଝିଅ ସହିତ ତାଙ୍କର ୧୬ଜଣ ସମ୍ପର୍କୀୟ ୨୦୧୭ ମସିହା ପର୍ଯ୍ୟନ୍ତ ଦୁଷ୍କର୍ମ କରିଥିଲେ। କେବଳ ଏତିକି ଦୁହେଁ ସ୍ମିତାଙ୍କ ଭଉଣୀ ସହିତ ବି ଦୁଷ୍କର୍ମ କରାଯାଇଥିବା ଖବର ବି ସାମ୍ନାକୁ ଆସିଥିଲା।
ଚାଇଲ୍ଡ ହେଲ୍ପ ଲାଇନ ନିର୍ଦ୍ଦେଶକ୍ରମେ ମା’ ୧୬ ଜଣଙ୍କ ନାଁରେ ଏତଲା ଦେଇଥିଲେ। ପୁଲିସ ଏହି ୧୬ ଜଣ ଅଭିଯୁକ୍ତକୁ ଗିରଫ କରି ନେଇଛି।
Follow Us