ନାବାଳକକୁ ଅପହରଣ କରି ୨୦ କୋଟି ଟଙ୍କା ଦାବି କଲେ ପଡ଼ୋଶୀ, ନମିଳିବାରୁ କଲେ ହତ୍ୟା!

Advertisment
ନାବାଳକକୁ ଅପହରଣ କରି ୨୦ କୋଟି ଟଙ୍କା ଦାବି କଲେ ପଡ଼ୋଶୀ, ନମିଳିବାରୁ କଲେ ହତ୍ୟା!

www.aajtak.in

ପୁଣେ: ଟଙ୍କା ପାଇଁ ମଣିଷ ଦିନକୁ ଦିନ ଅଧିକରୁ ଅଧିକ ତଳକୁ ଖସି ଖସି ଯାଉଛି। ମହାରାଷ୍ଟ୍ରର ପୁଣେଠାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ୨ ଜଣ ପଡ଼ୋଶୀ ମି‌ଶି ଟଙ୍କା ପାଇଁ ଏକ କଅଁଳା ଛୁଆର ଜୀବନ ନେଇଥିବା ଦେଖିବାକୁ ମିଳିଛି। ଜାଣିବାକୁ ମିଳିଛି ଯେ ୨ ପଡ଼ୋଶୀ ୮ ବ‌ର୍ଷର ନାବାଳକକୁ ଅପହରଣ କରି ତାଙ୍କ ଘର ଲୋକଙ୍କୁ ୨୦ କୋଟି ଟଙ୍କା ମାଗିଥିଲେ। ଘର ଲୋକ ଟଙ୍କା ନଦେବାରୁ ସେମାନେ ପିଲାଟିକୁ ମାରି ଦେଇଛନ୍ତି। ଏହି ଘଟଣାକୁ ନେଇ ନାବାଳକର ବାପା ପିମ୍ପରି ଥାନାରେ ଏକ ଅପହରଣ ମାମଲା ରୁଜୁ କରିଥିଲେ।

publive-image www.aajtak.in

ମାମଲା ରୁଜୁ ହେବା ପରେ ନାବାଳକୁ ଖୋଜିବାକୁ କ୍ର‌ାଇମ୍‌ ବ୍ରାଞ୍ଚ୍‌ ଟିମ୍‌କୁ ନିୟୋଜିତ କରାଯାଇଥିଲ। ଏହି ସମୟରେ ଅପହୃତ ନାବାଳକ ଆଦିତ୍ୟଙ୍କ ମାଆଙ୍କ ନିକଟକୁ ଜଣେ ଅପହରଣକାରୀଙ୍କ କଲ୍‌ ଆସିଲା। ଅପହରଣକ‌ାରୀ ପିଲାଟିକୁ ମୁକ୍ତ କରିବାକୁ ୨୦ କୋଟି ଟଙ୍କା ଦାବି କରିଥିଲେ। ଏହି ଫୋନ୍‌ କଲ୍‌କୁ ନେଇ ପୁଲିସ୍‌ ଟେକ୍‌ନିକାଲ୍‌ ଆନାଲିସିଷ୍ଟ୍‌ଙ୍କ ସହାଯ୍ୟ ନେଇଥିଲା।

publive-image www.aajtak.in

ଘଟଣାର ତଦନ୍ତ କରି ପୁଲିସ୍‌ ଶୁକ୍ରବାର ରାତିରେ ପଡ଼ୋଶୀ ମନ୍ଥନ ଭୋସଲେ ଓ ଆନିକେତ ସମୁଦ୍ରେଙ୍କୁ ହେପାଜତକୁ ନେଇ ପଚରାଉଚରା ଆରମ୍ଭ କରିଥିଲା। ପ୍ରଥମେ ଦୁହେଁ ପୁଲିସ୍‌କୁ ଫାଙ୍କି ଦେବାକୁ ଚେଷ୍ଟା କରିଥିଲେ। ମାତ୍ର ପରେ ପୁଲିସ୍‌ କଳେବଳେକୌଶଳେ ସେମାନଙ୍କ ପାଟିରୁ ସତ କାଢ଼ିବାରେ ସମର୍ଥ ହୋଇଥିଲା। ସେମାନେ ଟଙ୍କା ପାଇଁ କଅଁଳା ଶିଶୁଟିର ହତ୍ୟା କରିଥିବା ନିଜେ ପୁଲିସ୍‌ ସମ୍ମୁଖରେ ସ୍ବୀକାର କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe