ପଡ଼ିଆରେ ଖେଳୁଥିବା ଛାତ୍ରୀଙ୍କୁ ଉଠାଇ ନେଇ ସ୍କୁଲ ପରିସରରେ ଗଣଦୁଷ୍କର୍ମ

Advertisment

କର୍ଣ୍ଣାଟକର ମାଣ୍ଡ୍ୟା ଜିଲ୍ଲାରେ ଜଣେ ଆଠ ବର୍ଷର ଝିଅ ସ୍କୁଲ ପରିସରରେ ଗଣଦୁଷ୍କର୍ମର ଶିକାର ହୋଇଥିବା ଘଟଣା ସାମ୍ନାକୁ ଆସିବା ପରେ ଚାଞ୍ଚଲ୍ୟ ଖେଳି ଯାଇଛି। ଯାଞ୍ଚ କରୁଛି ପୁଲିସ।

କର୍ଣ୍ଣାଟକର ମାଣ୍ଡ୍ୟା ଜିଲ୍ଲାରେ ଜଣେ ଆଠ ବର୍ଷର ଝିଅ ସ୍କୁଲ ପରିସରରେ ଗଣଦୁଷ୍କର୍ମର ଶିକାର ହୋଇଥିବା ଘଟଣା ସାମ୍ନାକୁ ଆସିବା ପରେ ଚାଞ୍ଚଲ୍ୟ ଖେଳି ଯାଇଛି। ଯାଞ୍ଚ କରୁଛି ପୁଲିସ।

ଦନସନଦ

ନୂଆଦିଲ୍ଲୀ: କର୍ଣ୍ଣାଟକର ମାଣ୍ଡ୍ୟା ଜିଲ୍ଲାରେ ଜଣେ ଆଠ ବର୍ଷର ଝିଅ ସ୍କୁଲ ପରିସରରେ ଗଣଦୁଷ୍କର୍ମର ଶିକାର ହୋଇଥିବା ଘଟଣା ସାମ୍ନାକୁ ଆସିବା ପରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ଘଟଣା ପରେ ବିଜେପି ରାଜ୍ୟ ସରକାରଙ୍କ ଆଇନ ଶୃଙ୍ଖଳା ନେଇ ପ୍ରଶ୍ନ ଉଠାଇଛି। 

ପୁଲିସ ସୂତ୍ରରୁ ପ୍ରକାଶ,  ଜଣେ ଆଠ ବର୍ଷର ଝିଅକୁ ତିନି ଜଣ ଅଜ୍ଞାତ ବ୍ୟକ୍ତି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଘଟଣାଟି ଜାନୁଆରତ ୩୧ ତାରିଖରେ ଘଟିଥିଲା, କିନ୍ତୁ ରବିବାର ଫେବୃଆରି ୨ ତାରିଖରେ ଏହା ସାମ୍ନାକୁ ଆସିଥିଲା।

ଜାନୁଆରି ୩୧ ତାରିଖରେ ପୀଡ଼ିତା ତାଙ୍କ ଘର ପାଖରେ ଥିବା ଏକ ପଡ଼ିଆରେ ଖେଳୁଥିଲେ। ଏହି ସମୟରେ ତିନି ଜଣ ଅଜଣା ଲୋକ ତାଙ୍କୁ ପ୍ରଲୋଭିତ କରି ନିକଟସ୍ଥ ଏକ ସରକାରୀ ସ୍କୁଲକୁ ନେଇଯାଇ ଦୁଷ୍କର୍ମ କରିଥିଲେ। ଦୁଷ୍କର୍ମ ପରେ ଝିଅକୁ ଘଟଣାସ୍ଥଳରେ ଛାଡ଼ି ଦେଇ ତିନିଜଣ ଦୁଷ୍କର୍ମକାରୀ ଚମ୍ପଟ ମାରିଥିଲେ।

ଭୟଭୀତ ଅବସ୍ଥାରେ ପୀଡ଼ିତା ଆସି ଘରେ ପହଞ୍ଚିଲେ। ଘରେ ପହଞ୍ଚିଥିବା ପରେ ସେ କାହାକୁ କିଛି ନକହି କ୍ରମାଗତ ଭାବେ କାନ୍ଦିଚାଲିଥିଲେ। ମା’ ଝିଅଙ୍କୁ କାନ୍ଦିବାର କାରଣ ପଚାରିବା ପରେ ଝିଅ ନିଜ ସହିତ ଘଟିଥିବା ଲୋମଟାଙ୍କୁରା ଘଟଣାକୁ ବଖାଣିଥିଲେ। ଯାହାକୁ ଶୁଣିବା ପ‌ରେ ମା’ ପାଦ ଦଳୁ ମାଟି ଖସି ଯାଇଥିଲା। ସେ ତୁରନ୍ତ ଝିଅ ସହିତ ଘଟିଥିବା ଘଟଣାକୁ କେନ୍ଦ୍ର କରି ଥାନାରେ ଅଭି‌ଯୋଗ କରିଥିଲେ।

ପୁଲିସ ପୀଡ଼ିତା ମା’ଙ୍କ ଅଭିଯୋଗକୁ କେନ୍ଦ୍ର କରି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏଥିସହିତ ଘଟଣାର ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜ ଜବତ କରି ଯାଞ୍ଚ କରୁଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe