ବିଧାନସଭାରେ ଦୁଷ୍କର୍ମକାରୀକୁ ଫାଶୀଦଣ୍ଡ ବିଲ୍‌ ପାରିତ ପରେ, ୮ବର୍ଷର ନାବାଳିକାକୁ ଦୁଷ୍କର୍ମ

Advertisment
ବିଧାନସଭାରେ ଦୁଷ୍କର୍ମକାରୀକୁ ଫାଶୀଦଣ୍ଡ ବିଲ୍‌ ପାରିତ ପରେ, ୮ବର୍ଷର ନାବାଳିକାକୁ ଦୁଷ୍କର୍ମ

ଇନ୍ଦୋର: ମଧ୍ୟପ୍ରଦେଶରେ ଆଠବର୍ଷର ଶିଶୁ ଦୁଷ୍କର୍ମର ଶିକାର ହୋଇଥିବାର ଏକ ମାମଲା ସାମ୍ନାକୁ ଆସିଛି। ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ମଧ୍ୟପ୍ରଦେଶରେ ୧୨ବର୍ଷ ଓ ତା’ଠାରୁ କମ୍‌ ବୟସର ଶିଶୁ କନ୍ୟାଙ୍କୁ ଦୁଷ୍କର୍ମ କରିଥିବା ଦୁଷ୍କର୍ମକାରୀକୁ ଫାଶୀ ଦଣ୍ଡ ଶୁଣାଣିର ବିଲ୍‌ ପାରିତ ହେବାର ଗୋଟିଏ ଦିନ ପରେ ଏଭଳି ଅଘଟଣ ଦେଖିବାକୁ ମିଳିଛି।

ପୁଲିସ ଏହି ଦୁଷ୍କର୍ମ ମାମଲା ପୀଡିତା ନାବାଳିକାଙ୍କ ପଡୋଶୀରେ ରହୁଥିବା ଜଣେ ଯୁବକକୁ ଥାନାକୁ ସନ୍ଦେହ କରି ଅଟକ ରଖିଛି।

ପୁଲିସ ଅଧ୍ୟକ୍ଷକ ବିବେକ ସିଂହଙ୍କ କହିବାନୁସାରେ, ଦେପାଳପୁର କ୍ଷେତ୍ରର ଆଠବର୍ଷର ନାବାଳିକାକୁ ତାଙ୍କ ପଡୋଶୀରେ ରହୁଥିବା ସନ୍ଦୀପ କଲୋତା ଦୁଷ୍କର୍ମ କରିଥିବା ସନ୍ଦେହ କରାଯାଉଛି। ତେବେ ଶିଶୁଟିର ଘରେ କେହି ନଥିବା କଥା ଜାଣି ଘରେ ପଶି ପୀଡିତାକୁ ଡରାଇ ଧମକାଇ ତା’ ସହିତ ଦୁଷ୍କର୍ମ କରିଥିଲା ସନ୍ଦୀପ। ଏହି ଘଟଣା ସମ୍ପର୍କରେ ପୁଲିସରେ ଅଭିଯୋଗ ପରେ ସନ୍ଦୀପକୁ ଥାନାରେ ଅଟକ ରଖାଯାଇଛି। ପୀଡିତାଙ୍କ ଡାକ୍ତରି ମାଇନା ପରେ ସନ୍ଦୀନଙ୍କୁ ଗିରଫ କରାଯିବ। ଭାରତୀୟ ଦଣ୍ଡ ବିଧାନ ଆଇନ ଅନୁଯାୟୀ ଧାରା ୩୭୬ରେ ମାମଲା ରୁଜୁ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe