ଘର ଭିତରୁ ଶୁଭିଲା କାନ୍ଦ ସ୍ୱର, ପଡ଼ୋଶୀ କବାଟ ଖୋଲି ଦେଖନ୍ତି ତ....

Advertisment
ଘର ଭିତରୁ ଶୁଭିଲା କାନ୍ଦ ସ୍ୱର, ପଡ଼ୋଶୀ କବାଟ ଖୋଲି ଦେଖନ୍ତି ତ....

ରାୟପୁର: ଛତିଶଗଡ଼ ରାଜଧାନୀ ରାୟପୁରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ତିନିପୁଅ ମା’କୁ ମରଣ ମୁହଁରେ ଛାଡ଼ି ଦେଇ ଘର ଛାଡ଼ି ଚାଲିଯାଇଛନ୍ତି। ବୃଦ୍ଧା ମା’ ପକ୍ଷାଘାତ ରୋଗରେ ପୀଡିତ ହୋଇ ଏକ ଖାଲି ଘରେ ଏକାକି ବିଛଣାରେ ପଡ଼ି ମୃତ୍ୟୁର ଅପେକ୍ଷାରେ ରହିଥିବାର ଖବର ମିଳିଛି।

ବୃଦ୍ଧା ମହିଳାଙ୍କ କରୁଣ କାହାଣୀକୁ ଯେକେହି ଶୁଣିଲେ ଭାବପ୍ରବଣ ହୋଇ ପଡ଼ିବ। ଏମିତି ନୁହେଁ କି ବୃଦ୍ଧା ମହିଳାଙ୍କ କୌଣସି ସନ୍ତାନ ନାହାନ୍ତି। ତାଙ୍କ ତିନିଟି ପୁତ୍ରସନ୍ତାନ ଅଛନ୍ତି। ତିନି ପୁଅ ସପ୍ତାହ ପୂର୍ବରୁ ନିଜର ରୋଗିଣୀ ମା’ଙ୍କୁ ଘରେ ଛାଡ଼ି ନୂଆ ଘରେ ରହିବାକୁ ଚାଲି ଯାଇଛନ୍ତି।

publive-image

ବୃଦ୍ଧାଙ୍କ ପଡୋଶୀଙ୍କ କହିବାନୁସାରେ, ଅନେକ ଦିନ ହେବ ଏହି ଘରକୁ କେହି ଯିବା ଆସିବା କରୁ ନଥିବାର ଆମେ ଦେଖିବାକୁ ପାଇଥିଲୁ। । ବୃଦ୍ଧାଙ୍କ ତିନି ପୁଅ ରହି ଥିବାରୁ ସବୁବେଳେ ତାଙ୍କ ଘରେ ଚଳପ୍ରଚଳ ଲାଗି ରହିଥାଏ। ତେବେ କିଛିଦିନ ହେବ ଘର ଭିତରୁ କେହି ଜଣେ କାନ୍ଦୁ ଥିବାର ଶୁଣିବାକୁ ମିଳିଥିଲା। ଘରକୁ ତ କାହାରି ଯିବା ଆସିବା ନାହିଁ ପୁଣି ଭିତରୁ କାନ୍ଦ ସ୍ୱର ଶୁଣାଯିବା ଘଟଣା ବଡ଼ ଆଶ୍ଚର୍ଯ୍ୟ ଲାଗିଥିଲା। ଏହାପରେ ସନ୍ଦେହ ହୋଇଥିଲା। କବାଟ ଖୋଲି ଯାହା ଦେଖିଥିଲୁ, ଆମ ପାଦ ତଳୁ ମାଟି ଖସିଗଲା ଭଳି ଲାଗିଥିଲା। ଭୋକ ଉପବାସରେ ବୃଦ୍ଧା ବିଛଣାରେ ପଡ଼ି ରହିଥିଲେ। ସେ ସପ୍ତାହେ ହେଲା ଔଷଧ ଖାଇ ନଥିବାରୁ ତାଙ୍କ ଶରୀରାବସ୍ଥା ଆହୁରି ବିଗିଡ଼ି ଯାଇଥିଲା। ଏ ଘଟଣା ସମ୍ପର୍କର ସୂଚନା ଆମେ ସ୍ଥାନୀୟ ସାମାଜିକ କର୍ମକର୍ତ୍ତା ମମତା ଶର୍ମାଙ୍କୁ ଦେଇଥିଲୁ।

publive-image

ଖବର ପାଇ ମମତା ଶର୍ମା ବୃଦ୍ଧାଙ୍କପାଖକୁ ଆସି ପ୍ରଥମେ ତାଙ୍କୁ କିଛି ଖାଇବାକୁ ଦେଇ ଔଷଧ ଦେଇଥିଲେ। ଏହାପରେ ତାଙ୍କ ଠାରୁ ସମସ୍ତ ଘଟଣା ସମ୍ପର୍କ ଶୁଣିଥିଲେ । ତିନି ପୁଅ ତାଙ୍କୁ ଏକାକି ଘରେ ଛାଡ଼ି ସମସ୍ତ ଜିନିଷ ପତ୍ର ସହିତ ବୃଦ୍ଧାଙ୍କ ମୂଲ୍ୟବାନ ଶାଢ଼ି ଓ ଅଳଙ୍କାର ନେଇ ଅନ୍ୟ ଏକ ଘରକୁ ଚାଲି ଯାଇଥିଲେ। ସପ୍ତାହେ ହୋଇଯିବ କେହି ଜଣେ ହେଲେ ତାଙ୍କୁ ଦେଖିବାକୁ ଆସି ନଥିଲେ। ଏସବୁ କଥା ଜଣିବା ପରେ ମମତା ପୁଲିସକୁ ଏ ସମ୍ପର୍କରେ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତିନିଜଣ ପୁଅ ନାମରେ ମାମଲା ରୁଜୁ କରିବା ପାଇଁ ବୃଦ୍ଧାଙ୍କୁ କହିଥିଲା। କିନ୍ତୁ ବୃଦ୍ଧା ପୁଅମାନଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ମନା କରି ଦେଇଥିଲେ।

publive-image

ବୃଦ୍ଧା ମା’କୁ ସେମାନେ ଭବିଷ୍ୟତରେ ଏପରି ହଇରାଣ ଯେପରି ନକରିବେ ସେ ନେଇ ତିନି ପୁଅଙ୍କ ଠାରୁ ଏକ ବଣ୍ଡ ସାଇନ୍‌ କରାଯିବ ବୋଲି ଡିଏସ୍‌ପି ବିକ୍ରାନ୍ତ ରାହି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe