ପୁତ୍ର ଲୋଭରେ ନିଜ ବୟସର ଅଧାରୁ କମ୍‌ ବୟସ୍କା ଯୁବତୀଙ୍କୁ ବିବାହ କଲେ ୮୩ ବର୍ଷିଅ ବୃଦ୍ଧ

Advertisment
ପୁତ୍ର ଲୋଭରେ ନିଜ ବୟସର ଅଧାରୁ କମ୍‌ ବୟସ୍କା ଯୁବତୀଙ୍କୁ ବିବାହ କଲେ ୮୩ ବର୍ଷିଅ ବୃଦ୍ଧ

ଜୟପୁର: ରାଜସ୍ଥାନରେ ସଂପନ୍ନ ହୋଇଛି ଏକ ଅସ୍ୱାଭାବିକ ବିବାହ। ଜଣେ ୮୩ ବର୍ଷିଅ ବୃଦ୍ଧ ପୁତ୍ର ଜନ୍ମ ଦେବା ଲୋଭରେ ତାଙ୍କ ବୟସର ଅଧାରୁ ବି କମ୍‌ ବୟସ୍କା ଜଣେ ଯୁବତୀଙ୍କୁ ବିବାହ କରିବା ଘଟଣା ଲୋକଙ୍କୁ ଅଶ୍ଚର୍ଯ୍ୟ ଚକିତ କରାଇଛି। ସୁକୁରମ୍‌ ଭୈରବ ନାମକ ଏହି ବୃଦ୍ଧ ଜଣକ ଜଣେ ୩୦ ବର୍ଷୀୟା ଯୁବତୀଙ୍କୁ ବିବାହ କରିଛନ୍ତି। ତାଙ୍କ ଅନ୍ତେ ତାଙ୍କ ସମ୍ପତ୍ତିର ଦେଖାଶୁଣା କରିବା ପାଇଁ ଏକ ପୁତ୍ର ଦରକାର ବୋଲି ଚିନ୍ତା କରିବା ପରେ ସେ ଏପରି ନିଷ୍ପତ୍ତି ନେଇଛନ୍ତି।

publive-image

ତେବେ ଜିଲ୍ଲା ଅଧିକାରୀଙ୍କ କହିବା ମୁତାବକ୍‌ ସୁକୁରମ୍‌ଙ୍କର ଏହି ବିବାହ ଏକ ଅପରାଧ। ଯେହେତୁ ସେ ପୂର୍ବରୁ ଅନ୍ୟ ଜଣଙ୍କୁ ବିବାହ କରିଛନ୍ତି ତେଣୁ ବିନା ଛାଡ଼ପତ୍ରରେ ସେ ଅନୈତିକ ଭାବେ ଦ୍ୱିତୀୟ ବିଭାଗ କରୁଛନ୍ତି ବୋଲି ଅଭିଯୋଗ ହୋଇଛି। ଏହି ବିବାହ ରାଜସ୍ଥାନର ସମ୍ରଦା ଗ୍ରାମରେ ସଂପନ୍ନ ହୋଇଛି। ଗ୍ରାମବାସୀମାନେ ବିବାହରେ ଉପସ୍ଥିତ ରହି ବର-ବଧୂଙ୍କୁ ଆଶୀର୍ବାଦ ମଧ୍ୟ କରିଛନ୍ତି।

publive-image

ଭୈରବଙ୍କ ପ୍ରଥମ ପତ୍ନୀଙ୍କର ଏକ ପୁତ୍ର ଥିଲା। ମାତ୍ର ଏକ ଜଟିଳ ରୋଗର ଶିକାର ହୋଇ ବୈରବଙ୍କ ପୁତ୍ର ଗତ ୨୦ ବର୍ଷ ତଳୁ ମରିଯାଇଥିବା ଜାଣିବାକୁ ମିଳିଛି। ତାଙ୍କର ୨ ଜଣ ବିବାହିତା କନ୍ୟା ମଧ୍ୟ ଅଛନ୍ତିି। ମାତ୍ର ଭୈରବ ନିଜର ସମ୍ପତ୍ତିର ଦେଖାଶୁଣା କରିବା ପାଇଁ ଏକ ପୁତ୍ର ଆବଶ୍ୟକ କରିବାରୁ ତାଙ୍କ ପ୍ରଥମ ପତ୍ନୀ ମଧ୍ୟ ତାଙ୍କର ଏହି ପ୍ରସ୍ତାବକୁ ସମର୍ଥନ କରିଥିଲେ। ଫଳରେ ସେ ଦ୍ୱିତୀୟ ବିବାହ କରିବାରେ ସମର୍ଥ ହୋଇଛନ୍ତି। ଉଲ୍ଳେଖଯୋଗ୍ୟ, ଭୈରବଙ୍କର ରାଜସ୍ଥାନ ଓ ଦ୍ୱିଲ୍ଲୀଠାରେ ଅଚଳାଅଚଳ ସମ୍ପତ୍ତି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe