www.indiatoday.in
ମୁମ୍ବାଇ: ମୁମ୍ବାଇର ସ୍ଥାନୀୟ ଟ୍ରେନ୍ରେ ସିଟ୍ ସମସ୍ୟା ପାଇଁ କିଛି ମହିଳାଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିବାର ଦେଖିବାକୁ ମଳିଛି। ସେହି ସମୟର ଏକ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଜୋର୍ରେ ଭାଇରାଲ୍ ହେବାରେ ଲାଗିଛି। ଭିଡିଓରେ ଦଳେ ମହିଳା ପାଟିତୁଣ୍ଡ କରିବା ସହ ପରସ୍ପରଙ୍କୁ ମାରୁଥିବାର ଦେଖିବାକୁ ମିଳିଛି। କେବଳ ସେତିକି ନୁହେଁ ସେମାନେ ପରସ୍ପରଙ୍କ ଚୁଟି ବି ଭିଡ଼ାଭିଡ଼ି ହଉଥିବାର ଭିଡିଓରେ ଦେଖିବାକୁ ମିଳିଛି। ଏହି ଦୃଶ୍ୟଟି ହେଉଛି ଥାନେ-ପାନ୍ଭେଲ୍ ସ୍ଥାନୀୟ ଟ୍ରେନ୍ର ଲେଡିଜ୍ କମ୍ପାର୍ଟମେଣ୍ଟ୍ର।
ତେବେ ମହିଳାଙ୍କ ମଧ୍ୟରେ ଉପୁଜିଥିବା ଏହି ଗଣ୍ଡଗୋଳକୁ ମହିଳା ପୁଲିସ୍ କନ୍ଷ୍ଟେବଲ୍ ସାରଦା ଉଗ୍ଲେ ତୁଟାଇବାକୁ ଚେଷ୍ଟା କରୁଥିବା ଭିଡିଓରେ ଦେଖିବାକୁ ମିଳିଛି। ମାତ୍ର ମହିଳାମାନେ ବୁଝିବାକୁ ପ୍ରସ୍ତୁତ ନଥିଲେ। ଏହା ମଧ୍ୟରେ ମହିଳା ପୁଲିସ୍ କନ୍ଷ୍ଟେବଲ୍ ସାରଦା କ୍ଷତାକ୍ତ ହୋଇ ହସ୍ପିଟାଲ୍ରେ ବି ଭର୍ତ୍ତି ହୋଇଛନ୍ତି।
ସୂଚନାରୁ ଜାଣିବାକୁ ମିଳିଛି ଯେ ଟ୍ରେନ୍ ମଧ୍ୟରେ ସିଟ୍କୁ ନେଇ ବିବାଦ ଉପୁଜିବା ପରେ ପ୍ରଥମେ ଦୁଇ ମହିଳାଙ୍କ ମଧ୍ୟରେ ବିବାଦ ଉପୁଜିଥିଲା। ଏହି ବିବାଦ ଧୀରେ ଧୀରେ ମାଡ଼ଗୋଳର ରୂପ ନେଇଥିଲା। ଏହି ଗଣ୍ଡଗୋଳରେ ଜଣେ ମହିଳା କର୍ମଚାରୀ କ୍ଷତାକ୍ତ ହୋଇଥିବା ଭାସି ରେଳବାଇ ଷ୍ଟେସନ୍ର ସିନିୟର୍ ପୁଲିସ୍ ଇନ୍ସ୍ପେକ୍ଟର ଏସ୍ କଟାରେ ଗଣମାଧ୍ୟମ ସଂସ୍ଥା ଏଏନ୍ଆଇକୁ ସୂଚନା ଦେଇ କହିଛନ୍ତି।
Follow Us