ମହିଳା ରୋଗୀଙ୍କୁ କମ୍ପାଉଣ୍ଡର ଦେଉଛନ୍ତି ଆନାସ୍ଥାସିଆ, ଅଷ୍ଟମ ପାସ ହସ୍ପିଟାଲର ମାଲିକ କରୁଛନ୍ତି ଅସ୍ତ୍ରୋପଚାର

Advertisment
ମହିଳା ରୋଗୀଙ୍କୁ କମ୍ପାଉଣ୍ଡର ଦେଉଛନ୍ତି ଆନାସ୍ଥାସିଆ, ଅଷ୍ଟମ ପାସ ହସ୍ପିଟାଲର ମାଲିକ କରୁଛନ୍ତି ଅସ୍ତ୍ରୋପଚାର

ସାଙ୍କେତିକ ଫଟୋ

ଲକ୍ଷ୍ମୌ: ଡାକ୍ତରଙ୍କୁ ଆମେ ଭଗବାନ ବୋଲି ଭାବି ଥାଉ। ରୋଗୀଙ୍କୁ ସୁସ୍ଥ କରିବା ପାଇଁ ଆମେ ଡାକ୍ତରଖାନା ନେଇ ଯାଇଥାଉ। କିନ୍ତୁ ଯଦି ଜଣେ ଯୁବକ ଡାକ୍ତରି ପାଠ ନପଢ଼ି ବି ରୋଗୀ ସେବା କରୁଛି ବୋଲି ଆପାଣ ଜାଣିବେ ସେକ୍ଷେତ୍ରରେ କ’ଣ କରିବେ?

ଏଭଳି ଏକ ଅଭାବନୀୟ ଘଟଣା ଉତ୍ତରପ୍ରଦେଶ ସାମଲିରେ ଘଟିଛି। ଶାମଲିର ଏକ ଘରୋଇ ହସ୍ପିଟାଲରରେ ରୋଗୀଙ୍କୁ ଏଭଳି ଚିକିତ୍ସା ଯୋଗାଇ ଦିଆଯାଉଛି ବୋଲି ଅଭିଯୋଗ ହୋଇଛି । କ୍ୟାମେରାରେ କୈଦ୍‌ ହୋଇଥିବା ଭିଜିଆଲରୁ ଦେଖିବା ପାଇଁ ମିଳିଛି କି, କମ୍ପାଉଣ୍ଡର ମହିଳା ରୋଗୀଙ୍କୁ ଆନାସ୍ଥାସିଆ ଦେଉଛନ୍ତି । ଏହାପରେ ଅପରେସନ କରୁଥିବା ବ୍ୟକ୍ତି ହେଉଛନ୍ତି ହସ୍ପିଟାଲର ମାଲିକ, ଯିଏକି ଅଷ୍ଟମ ପାସ କରିଛନ୍ତି । ଅର୍ଥାତ ସେ ଡାକ୍ତରୀ ପାଠ ପଢି ନାହାନ୍ତି ବୋଲି ଅଭିଯୋଗ ଆସିଛି ।

publive-image

ତେବେ ଏଠି ଏକ ବଡ ପ୍ରଶ୍ନ ଉଠୁଛି ଯଦି ସେ ଡାକ୍ତରୀ ପାଠ ପଢିନାହାନ୍ତି ତା’ହେଲେ ସେ ହସ୍ପିଟାଲ କିଭଳି ଭାବେ ଚଳାଉଛନ୍ତି ? କିଭଳି ଡାକ୍ତରୀ ପାଠ ନପଢି ଅପରେସନ ଟେବୁଲ ପାଖକୁ ଯାଇଛନ୍ତି ? କାହା ଇଙ୍ଗିତରେ ଏଭଳି ସାଂଘାତିକ ଅବ୍ୟବସ୍ଥା ଚାଲିଆସୁଛି ? ସେପଟେ କ୍ୟାମେରାରେ ଦୃଶ୍ୟ କଏଦ ହେବା ପରେ ସୋସିଆଲ ମିଡିଆରେ ଏହା ଭାଇରାଲ ହୋଇଛି ।

ପୂର୍ବରୁ ମଧ୍ୟ ବିଭିନ୍ନ ଅଭିଯୋଗ ନେଇ ଏହି ହସ୍ପିଟାଲକୁ ୩ଥର ସିଜ କରାଯାଇଥିଲା । ସେପଟେ ଏଭଳି ଘଟଣା ସାମ୍ନାକୁ ଆସିବା ପରେ ଶାମଲି ଏସିଏମଓ ଅଶୋକ ହାଣ୍ଡା ପ୍ରତିକ୍ରିୟା ରଖିଛନ୍ତି କି, ତଦନ୍ତ ପରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe