Sabrang India
ହାଇଦ୍ରାବାଦ: ତେଲେଙ୍ଗାନାରେ ଏକ ହୃଦୟ ଥରାଇ ଦେବା ଭଳି ଘଟଣା ଘଟିଛି | କୂଅରୁ ଏକା ସାଙ୍ଗରେ ୯ଜଣଙ୍କ ମୃତ ଦେହ ମିଳିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି | ୯ଜଣଙ୍କ ମଧ୍ୟରୁ ୬ଜଣ ଗୋଟିଏ ପରିବାରର ସଦସ୍ୟ ଥିବା ବେଳେ ଅନ୍ୟ ୩ଜଣ ବିହାର ଏବଂ ତ୍ରିପୁରାର ବାସିନ୍ଦା ବୋଲି କହିଛି ପୁଲିସ | ୯ଜଣଙ୍କ ମଧ୍ୟରୁ ୪ଟି ମୃତଦେହକୁ ପୁଲିସ ଗୁରୁବାର ଉଦ୍ଧାର କରିଥିବା ବେଳେ ଶୁକ୍ରବାର ଅନ୍ୟ ୫ଟି ମୃତଦେହକୁ ପୁଲିସ ଉଦ୍ଧାର କରିଥିଲା ବୋଲି ଜଣାପଡିଛି | ଉଦ୍ଧାର ପରେ ମୃତଦେହରେ କୌଣସି କ୍ଷତଚିହ୍ନ ନଥିବା ଦେଖିବାକୁ ମିଳିଛି | ତେବେ ଏକା ସାଙ୍ଗରେ ୯ଜଣଙ୍କ ମୃତ୍ୟୁ କିଭଳି ହେଲା? ଏହା ହତ୍ୟା ନ ଗଣ ଆତ୍ମହତ୍ୟା? କୌଣସି ପରିବାର ଲୋକ ଏଥିରେ ସମ୍ପୃକ୍ତ ଅଛନ୍ତି କି ନାହିଁ? ଏଭଳି କିଛି ପ୍ରଶ୍ନ ସହ ତଦନ୍ତ ଆରମ୍ଭ କରିଛି ପୁଲିସ |
କୂଅଟିରୁ ବର୍ତ୍ତମାନ ପାଣି ଖାଲି କରାଯାଇଛି। ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି ଯେ, ମୃତକଙ୍କ ମଧ୍ୟରୁ ୭ଜଣ ବ୍ୟାଗ ସିଲେଇ ୟୁନିଟରେ କାମ କରୁଥିଲେ। ଜଣେ ଶ୍ରମିକଙ୍କ ଝିଅର ତୃତୀୟ ଜନ୍ମଦିନ ପାଳନ କରିବା ପାଇଁ ସମସ୍ତେ ରାତ୍ରୀ ଭୋଜନ କରିବା ପାଇଁ ଏକାଠି ହୋଇଥିଲେ । ମୃତଦେହ ରଖାଯାଇଥିବା ଡାକ୍ତରଖାନା ପରିଦର୍ଶନ କରିବା ପରେ ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ଏରାବଲି ଦୟାକର ରାଓ କହିଛନ୍ତି ଯେ, ଘଟଣା ବିଷୟରେ ସ୍ପଷ୍ଟ ସୂଚନା ମିଳିବା ପରେ ହିଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ndtvଆରମ୍ଭରୁ ଆତ୍ମହତ୍ୟା ମାମଲା ବୋଲି ସନ୍ଦେହ କରାଯାଉଥିବା ପୁଲିସ କହିଛି। କିନ୍ତୁ ଶରୀରରେ କୌଣସି ବାହ୍ୟ ଆଘାତ ନ ଥିବାରୁ ଶବ ବ୍ୟବଚ୍ଛେଦ ଫଳାଫଳ ଆସିବା ପରେ ହିଁ ମୃତ୍ୟୁର କାରଣ ଜଣା ପଡିବ ବୋଲି କହିଛି ପୁଲିସ ।
Follow Us