ମା’ ଉପରେ ବିରକ୍ତ ହୋଇ ଶୀତ କାକରରେ ହାତ ବାନ୍ଧି ଘରୁ ବାହାର କରି ଦେଇଥିଲେ ଦୁଇପୁଅ , ନାକରୁ ବାହାରୁ ଥିଲା ରକ୍ତ

ମା’ ଉପରେ ବିରକ୍ତ ହୋଇ ଶୀତ କାକରରେ ହାତ ବାନ୍ଧି ଘରୁ ବାହାର କରି ଦେଇଥିଲେ ଦୁଇପୁଅ , ନାକରୁ ବାହାରୁ ଥିଲା ରକ୍ତ

ଲକ୍ଷ୍ମୌ: ଚାରିଆଡେ ଏବେ ଶୀତର ଲହରୀ ଜାରି ରହିଛି। ଏଭଳି ଥଣ୍ଡା କାକରରେ ଉତ୍ତରପ୍ରଦେଶର ଉନ୍ନାଓରୁ ଏକ ଲଜ୍ଜାକର ଘଟଣା ସାମ୍ନାକୁ ଆସିଛି । ଜଣେ ୯୦ ବର୍ଷୀୟ ବୃଦ୍ଧାଙ୍କୁ ଦୁଇଜଣ ଜନ୍ମ କଲା ପୁଅ ହାଡଭଙ୍ଗା ଶୀତରେ ହାତ ବାନ୍ଧି ବାରଣ୍ଡାରେ ବାନ୍ଧି ଦେଇଥିବା ଦୃଶ୍ୟ ଦେଖିବାକୁ ମିଳିଛି। ଏହି ଘଟଣା ସମ୍ପର୍କରେ ଏସଡିଏମ୍‌ ଜାଣିବା ପରେ ଘଟଣାସ୍ଥଳାର ପହଞ୍ଚି ବୃଦ୍ଧାଙ୍କୁ ସେଠାରୁ ଉଦ୍ଧାର କରିଥିଲେ। ଏହାପରେ ଏସଡିଏମ୍‌ ଏହି ଘଟଣା ସମ୍ପର୍କରେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଦୁଇପୁଅଙ୍କୁ କାବୁ କରି ନେଇଛି।

publive-image

ଏସଡିଏମ୍‌ ପୂଜା ଅଗ୍ନିହୋତ୍ରୀ ଶନିବାର ଉକ୍ତ ଗ୍ରାମକୁ କିଛି କାମ ବାବଦକୁ ଯାଇଥିଲେ ସେଠାରୁ ଫେରୁଥିବା ବେଳେ ଥଣ୍ଡାରେ ଥରୁଥିବା ଜଣେ ବୃଦ୍ଧା ମହିଳାଙ୍କ ଆଡକୁ ତାଙ୍କ ନଜର ପଡ଼ିଥିଲା। ସେ ଗାଡିରୁ ଓହ୍ଲାଇ ଦେଖିଲା ବେଳକୁ ବୃଦ୍ଧାଙ୍କ ହାତ ବନ୍ଧା ହୋଇଥିଲା । ଏହି ବିଷୟରେ ସେ ଯେତେବେଳେ ସ୍ଥାନୀୟ ଲୋକଙ୍କୁ ପଚାରି ବୁଝିଥିଲେ ଲୋକମାନେ ବୃଦ୍ଧାଙ୍କ ନାମ କଳାବତୀ କହିବା ସହ ତାଙ୍କୁ ମାନସିକ ବିକୃତ ଥିବା କଥା ମଧ୍ୟ କହିଥିଲେ । ଯେଉଁଥି କାରଣରୁ ସେ ହାତ ଖୋଲିବା ପାଇଁ ମଧ୍ୟ ସକ୍ଷମ ହେଉ ନଥିଲେ । ତାଙ୍କ କାନରୁ ରକ୍ତ ମଧ୍ୟ ବାହାରୁଥିଲା । ଏନେଇ ପୁଅମାନଙ୍କୁ ପଚାରିବା ପରେ ସେମାନେ କହିଥିଲେ ମାନସିକ ବିକୃତ ମା’ ଏଣେତେଣେ ପଳାଉଥିବାରୁ ସେମାନେ ଏଭଳି କରିଛନ୍ତି। ଏହାପରେ ସିଡିଏମ୍‌ ବୃଦ୍ଧା ମା’କୁ ସେଠାରୁ ଉଦ୍ଧାର କରି ପୁଅ କାରନାମ ବିଷୟରେ ପୁଲିସକୁ ଜଣାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe