ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଗିରଫ

ଫେରାର୍‌ ଲୁଟେରା ଗିରଫ; ଯନ୍ତ୍ରପାତି ଜବତ

ଭୁବନେଶ୍ୱର: ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ନୂଆପଲ୍ଲୀ ଥାନା ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ସେ ହେଲା ସାଲିଆସାହି ବାଜପେୟୀନଗରର ରାଜେଶ ଲେଙ୍କା(୨୫)। ଗତ କିଛିଦିନ ହେବ ରାଜେଶ ନୀଳଚକ୍ରନଗର ଅଞ୍ଚଳର ଜଣେ ମହିଳାଙ୍କୁ ଏକ ତରଫା ଭାବେ ଭଲପାଉଥିଲା। ବିଭିନ୍ନ ସମୟରେ ପ୍ରେମ ନିବେଦନ କରିଥିଲା। ହେଲେ ମହିଳା ଜଣଙ୍କ ରାଜି ହୋଇ ନଥିଲେ। ଫଳରେ ରାଜେଶ ପ୍ରତିଶୋଧ ନେବା ପାଇଁ ସୁଯୋଗ ଅପେକ୍ଷାରେ ଥିଲା। ଶନିବାର ସନ୍ଧ୍ୟାରେ ମହିଳାଙ୍କ ସ୍ୱାମୀ ଘରେ ନଥିଲେ। ଏହା ସୁଯୋଗରେ ରାଜେଶ ମହିଳାଙ୍କ ଘରେ ପଶି ଦୁଷ୍କର୍ମ ଉଦ୍ୟମ କରିଥିଲା। ଘଟଣା ବିଷୟରେ କାହାକୁ କହିଲେ ଜୀବନରୁ ମାରିଦେବ ବୋଲି ରାଜେଶ ଧମକ ଦେଇଥିଲା। ମହିଳା ଜଣଙ୍କ ଘଟଣା ବିଷୟରେ ତାଙ୍କ ସ୍ୱାମୀଙ୍କୁ ଜଣାଇବା ସହିତ ନୂଆପଲ୍ଲୀ ଥାନରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଆଜି ରାଜେଶକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe