ବିମାନବନ୍ଦରକୁ ଖାଲି ଅଟୋ ନେବାରୁ ଯୁବକଙ୍କୁ କୋର୍ଟ ଚାଲାଣ

Advertisment
ଜମି ଠକେଇ, ଯୁବକ ଗିରଫ

ପୁରୁଣା ଭୁବନେଶ୍ୱର: ବିଜୁ ପଟ୍ଟନାୟକ ବିମାନ ବନ୍ଦର ପିର୍କିଂକୁ ଯାତ୍ରୀ ନଥିବା ଖାଲି ଅଟୋ ନେଇ ହରଡ଼ଘଣାରେ ପଡ଼ିଛନ୍ତି ଜଣେ ଅଟୋ ଚାଳକ। ଏ ନେଇ ତାଙ୍କୁ ଗାଳିମନ୍ଦ କରାଯିବା ସହ ଏକ ମାମଲା ରୁଜୁ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଛି। ଯୁବକ ଜଣକ ହେଲେ ଏୟର ଫିଲ୍‌ଡ ଥାନା ଅଧିନ ଭୀମପୁରର ସୁଶାନ୍ତ ନାୟକ(୨୮)। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ବିମାନ ବନ୍ଦରକୁ କୌଣସି ଖାଲି ଅଟୋ ନେବାକୁ ବାରଣ କରାଯାଇଛି। ଏହି ନିୟମକୁ ନଜାଣି ସୁଶାନ୍ତ ଖାଲି ଅଟୋ ନେଇ ବିମାନ ବନ୍ଦର ପାର୍କିଂକୁ ଯାଉଥିଲେ। ସେଠାରେ ଗାଡ଼ି ଟିକେଟ୍‌ ଚେକିଂ କରୁଥିବା କଟକ ବଦୈଶ୍ୱର ଥାନା ଅନ୍ତର୍ଗତ ଅନ୍ଧାରୁଆର ପ୍ରଦୀପ ସେଠୀ ତାଙ୍କୁ ବାରଣ କରିଥିଲେ। ଏନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ପରେ ପ୍ରଦୀପ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ଆଜି ସୁଶାନ୍ତକୁ ପୁଲିସ କୋର୍ଟ ଚାଲାଣ କରିଛି। ତେବେ ବିମାନ ବନ୍ଦରକୁ ଅଟୋ ନେଲେ ସାଧାରଣ ଲୋକ ଉପକୃତ ହେବେ। ବିଭିନ୍ନ ରାଜ୍ୟରୁ ଫେରୁଥିବା ଯାତ୍ରୀ ସୁଲଭ ମୂଲ୍ୟରେ ଯାତ୍ରା କରିପାରିବେ। ସେଠାରେ ଟ୍ୟାକ୍ସି ମାଲିକଙ୍କ ଜୁଲମରୁ ଲୋକେ ରକ୍ଷା ପାଇବେ ବୋଲି ସାଧାରଣରେ ଆଲୋଚନା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe